www.samajalive.in
Sunday, December 14, 2025
17.1 C
Bhubaneswar

ଗଣମାଧ୍ୟମ ହିଁ ସମାଜର ବାର୍ତ୍ତାବାହ

ଟିଟିଲାଗଡ଼: ମହାତ୍ମା ଗାନ୍ଧୀ, ଉତ୍କଳମଣି ଗୋପବନ୍ଧୁ ଦାଶ ସେବାବ୍ରତୀ ହେବା ସହ ସେମାନଙ୍କ ଜନସେବାକୁ ଆହୁରି ଶାଣିତ କରିବା ପାଇଁ ସାମ୍ବାଦିକତାକୁ ଆବୋରି ନେଇଥିଲେ। ସମାଜ ଖବରକାଗଜ ଓଡିଶାର ଜନତାଙ୍କ ପାଇଁ ଅନେକ ଅବଦାନ ରହିଆସିଛି। ନାରୀ ସଶକ୍ତିକରଣ ଆମେ ଗଣମାଧ୍ୟମର ମହତ ଭୂମିକା ଗ୍ରହଣ କରିଆସୁଛୁ, ଟିଟିଲାଗଡ଼ ଜିଲା ଦାବି ପ୍ରତି ଗଣମାଧ୍ୟମର ସ୍ୱର ଉତ୍ତୋଳନ ନିତାନ୍ତ ଜରୁରି ବୋଳି ବଲାଙ୍ଗିର ଜିଲା ଓୟୁଜେ ଶାଖା ପକ୍ଷରୁ ଟିଟିଲାଗଡ଼ ମହାବୀର ଧର୍ମଶାଳା ପରିସରରେ ଅନୁଷ୍ଠିତ ଜାତୀୟ ପ୍ରେସ ଦିବସ ସଭାରେ ସମ୍ମାନିତ ଅତିଥି ବରିଷ୍ଠ ସାମ୍ବାଦିକ ପୂର୍ଣଚନ୍ଦ୍ର ପଣ୍ଡା କହିଥିଲେ। ବର୍ତମାନ ଟିଟିଲାଗଡ଼ ଜିଲା ଗଠନରେ ମଧ୍ୟ ଗଣମାଧ୍ୟମ ଆମକୁ ସହଯୋଗ କରନ୍ତୁ ବୋଳି ଟିଟିଲାଗଡ଼ ନାଗରିକ ମଞ୍ଚ ସଭାପତି ରାଧାକାନ୍ତ ପାଢ଼ୀ ଆହ୍ୱାନ ଦେଇଛନ୍ତି। ମୁଖ୍ୟ ଅତିଥି ଟିଟିଲାଗଡ଼ ଡ଼ିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ମେଜର ଡ଼ଃ ମଧୁସୂଦନ ମିଶ୍ର ତାଙ୍କ ବକ୍ତବ୍ୟରେ ମା ଯେମିତି ଶିଶୁଙ୍କୁ ଜାଗ୍ରତ କରାଇଥାଏ, ଗଣମାଧ୍ୟମ ଆମକୁ ଜାଗ୍ରତ କରାଇଥାଏl

ଅନ୍ୟମାନଙ୍କ ମଧ୍ୟରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୁରୁଚରଣ ଦାଶ, ନାରୀ ନେତ୍ରୀ ଅଞ୍ଜଳି ବେହେରା, ବ୍ୟବସାୟୀ ସଂଘ ସଭାପତି ଶମ୍ଭୁପ୍ରସାଦ ଗୋୟଲ, ପୌର ଉପାଧ୍ୟକ୍ଷା ପୁଷ୍ପାମଞ୍ଜରୀ ଜାଲ, ବ୍ଳକ ସରପଞ୍ଚ ସଂଘ ସଭାପତି ବୀରବର ସାହୁ, ସମାଜସେବୀ ରାଜୁ ମିଶ୍ର, ରାଜ୍ୟ ସରପଞ୍ଚ ସଂଘ କର୍ଯ୍ୟକାରୀ ସଭାପତି ହରିନାରାୟଣ ମିଶ୍ର, ଗରିବ ସେନା ସଭାପତି ବୀରେନ୍ଦ୍ର ବାଗ, ଜେସିଆଇ ସଭାପତି ଶୈଳେଶ ଗୋୟଲ, ସାମ୍ବାଦିକ ଦେବେନ୍ଦ୍ର ଯୋଷୀ ପ୍ରମୁଖ ମତବ୍ୟକ୍ତ କରିଥିଲେl ଜଳସମ୍ପଦ ମନ୍ତ୍ରୀଙ୍କ ପ୍ରତିନିଧି ଅରୁଣ ମିଶ୍ର, କରାଟେ ସଂଘ ସମ୍ପାଦକ କେଦାର କବାଟ, ଜିଲା ଆଦିବାସୀ ସଂଘ ସମ୍ପାଦକ ହେମେନ୍ଦ୍ର ହାଁସଦା, ନାଗରିକ ମଞ୍ଚ ଉପସଭାପତି ପଦ୍ମନାଭ ବେହେରା, କାଉନସିଲର ବୁଦ୍ଧିଆ ଆଚାର୍ଯ୍ୟ, ଟିନୁ ଅଗ୍ରୱାଲ, ଭୁବନେଶ୍ୱର ପଟ୍ଟନାୟକ, ସଞ୍ଜୁ ଗୋୟଲ, ସୁନିତା ଦାସ, ଚନ୍ଦ୍ରକାନ୍ତି ନାଗ, ସାବିତ୍ରୀ ବାରିକ, ରାଜେଶ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ l ଏହି ଅବସରରେ ଖବରକାଗଜର ହକର ମାନଙ୍କୁ ମୁଖ୍ଅତିଥି ସମ୍ମାନିତ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories