www.samajalive.in
Monday, December 15, 2025
14.1 C
Bhubaneswar

ନିଶା ଶୁଙ୍ଘାଇ ନାବାଳିକା ଛାତ୍ରୀ ଅପହରଣ ଥାନାରେ ଅଭିଯୋଗ

ଢେଙ୍କାନାଳ ସଦର: ନାବାଳିକା ହିନ୍ଦୁ ଛାତ୍ରୀଙ୍କୁ ମୁସଲିମ୍ ସଂପ୍ରଦାୟର ଜଣେ ଯୁବକ ନିଶା ଶୁଙ୍ଘାଇ ଅପହରଣ କରିନେଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ଢେଙ୍କାନାଳ ସଦର ଥାନା ଝାରଗାଡିଆ ଫାଣ୍ଡି ଅନ୍ତର୍ଗତ ଗୁଣ୍ଡିଚାପଡା ଅଞ୍ଚଳରେ ଘଟିଛି। ଝିଅକୁ ତୁରନ୍ତ ଉଦ୍ଧାର ପାଇଁ ପରିବାର ଲୋକେ ସଦର ଥାନାରେ ଅଭିଯୋଗ କରିଥିବା ବେଳେ ତାଙ୍କ ସମର୍ଥନରେ ଆଖପାଖ ୧୮ ଗୋଟି ପଞ୍ଚାୟତର ସରପଞ୍ଚ ସଦର ଥାନାର ଦ୍ୱାରସ୍ଥ ହୋଇଛନ୍ତି। କୌଣସି ସାଂପ୍ରଦାୟିକ ବିଶୃଙ୍ଖଳା ଉପୁଜିବା ପୂର୍ବରୁ ନାବାଳିକା ଛାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ଥାନା ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ଅପହୃତ ଛାତ୍ରୀ ଜଣକ ସିମିନଇ କଲେଜରେ ପାଠ ପଢୁଥିଲେ। ଝିଅର ବୟସ ୧୭ ବର୍ଷ ହୋଇଥିବା ବେଳେ ପୁଅର ବୟସ ୨୨ ହେବ ବୋଲି ପୁଲିସ ସୂତ୍ରରୁ ଜଣାପଡିଛି ।

ମଙ୍ଗଳବାର ଦିନ କଲେଜକୁ ପ୍ରତିଦିନ ଭଳି ଜଣେ କଲେଜ ଛାତ୍ରୀ ପାଠ ପଢିବାପାଇଁ ଆସିଥିଲେ। କିଛି ଦିନ ହେବ ଜଣେ ମୁସିଲିମ ଯୁବକ ତାଙ୍କୁ ପ୍ରେମ ନିବେଦନ କରି ବିଫଳ ହେବା ପରେ ତାଙ୍କୁ ଅପହରଣ କରିବା ପାଇଁ ଯୋଜନା କରିଥିଲେ। ନାବାଳିକା କଲେଜ ଛାତ୍ରୀଙ୍କୁ କ୍ଲୋରେଫର୍ମ ଶୁଙ୍ଘାଇ ଅଚେତ କରିବା ପରେ ତାଙ୍କୁ ଏକ କାର ଯୋଗେ ଅପହରଣ କରି ନେଇଥିବା ଜଣାପଡିଛି। ଏହାକୁ ନେଇ ଝିଅର ବାପା ସଦର ଥାନାରେ ଅଭିଯୋଗ କରିଥିବାର ଜଣାପଡିଛି। ପୁଲିସ ଏକ ଟିମ ଗଠନ କରି ବିଭିନ୍ନ ଅଞ୍ଚଳରେ ତଦନ୍ତ ଚଳାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories