www.samajalive.in
Monday, December 15, 2025
15.1 C
Bhubaneswar

ସାମ୍ବାଦିକ ସଂଘ ପକ୍ଷରୁ ପ୍ରେସ ଦିବସ ପାଳିତ

ଆଠଗଡ : ଆଠଗଡ ସାମ୍ବାଦିକ ସଂଘ ପକ୍ଷରୁ ସ୍ଥାନୀୟ ଉତ୍ତରାଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ସନାତନ ରାୟଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ବ୍ରହ୍ମାନନ୍ଦ ଲେଙ୍କା ମୁଖ୍ୟଅତିଥି ଓ ଯଶୋବନ୍ତ ବାରିକ ମୁଖ୍ୟବକ୍ତା ଭାବେ ଯୋଗଦେଇ ଆଜିର ଦିବସରେ ସାମ୍ବାଦିକ ମାନଙ୍କର ଏକତାର ଆବଶ୍ୟକତା ରହିଛି ବୋଲି କହିବା ସହ ଏକତା ହିଁ ବଳ ବୋଲି ମତବ୍ୟକ୍ତ କରିଥିଲେ। ସରକାର ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ କଲ୍ୟାଣମୂଳକ ଯୋଜନା ପ୍ରଣୟନ କରୁଥିବାବେଳେ ସବୁ କ୍ଷେତ୍ରରେ ସାମ୍ବାଦିକମାନଙ୍କୁ ଉପେକ୍ଷା କରାଯାଉଛି। ସାମ୍ବାଦିକଙ୍କ ସୁରକ୍ଷା ପାଇଁ କୌଣସି ଆଇନ ନଥିବାବେଳେ ସେମାନଙ୍କୁ ପାରିଶ୍ରମିକ ଓ ଅବସରକାଳୀନ ପେନସନ ଦେବା ଲାଗି ସରକାର କୌଣସି ପଦକ୍ଷେପ ନେଉନଥିବାବେଳେ କେବଳ ସାମ୍ବାଦିକ ମାନଙ୍କ ପାଇଁ ମାତ୍ର ୨ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ଯୋଜନା ଏକ ଲଲିପପ୍‌ ଭଳି ପ୍ରଦାନ କରାଯାଉଛି । ଅତିକମ୍‌ରେ ଏହି ସ୍ୱାସ୍ଥ୍ୟ ବୀମାକୁ ୨ ଲକ୍ଷରୁ ବଢାଇ ୫ ଲକ୍ଷ କରିବା ପାଇଁ ଅତିଥିମାନଙ୍କ ସହିତ ଉପସ୍ଥିତ ସମସ୍ତ କାର୍ଯ୍ୟରତ ସାମ୍ବାଦିକ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ନିଷ୍ପତ୍ତି ନେଇଥିଲେ।

- Advertisement -

ସଂଘର ସଂପାଦକ ବିଭୂତି ଭୂଷଣ ଖଟୁଆଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବାଙ୍କୀର ସାମ୍ବାଦିକ ଶୁଭେନ୍ଦୁ ମହାପାତ୍ର ଆଠଗଡର ସାମ୍ବାଦିକ ପତିତପାବନ ରାଉତ, ସୁଶାନ୍ତ କୁମାର ସାହୁ, ବିଶ୍ୱଜିତ୍‌ ରାଉତ, ବିରୁପାକ୍ଷ ପ୍ରଧାନ, ସ୍ୱରାଜ ପଣ୍ଡା ଓ ମାନସ ରଞ୍ଜନ ସାହୁ ପ୍ରମୁଖଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ସଂଘର ଉପ ସଭାପତି ବିଷ୍ଣୁପ୍ରସାଦ ଦାସ, ସହସଂପାଦକ ସଂଯୋଗ ସାମନ୍ତ, ମନୋରଞ୍ଜନ ମହାପାତ୍ର, ଅଶୋକ କୁମାର ପ୍ରଧାନ, ମହେଶ ଦାସ, ଶୈଳେନ୍ଦ୍ର ପଟ୍ଟନାୟକ, ଶିବରାମ ରଣା ପ୍ରମୁଖ ପ୍ରେସ ଦିବସର ଅନୁଚିନ୍ତା ଓ ଆଭିମୁଖ୍ୟ ବିଷୟରେ ନିଜର ମତାମତ ରଖିଥିଲେ । ସାମ୍ବାଦିକ ସଂଜୟ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories