www.samajalive.in
Monday, December 15, 2025
14.1 C
Bhubaneswar

୫୬ତମ ଶିଶୁଲେଖକ କର୍ମଶାଳା ଆୟୋଜିତ

ଗଞ୍ଜାମ : ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ପାଳିବନ୍ଦ ପଂଚାୟତର ଗୋଖର କୁଦା ପ୍ରକଳ୍ପ ଉଚ୍ଚ ପ୍ରାଥମିକବିଦ୍ୟାଳୟରେ ଭାଷା ଓ ସାହିତ୍ୟକୁ ନେଇ ପଠନ, ଆବୃତ୍ତି ଓ ଲିଖନ, ବିଦ୍ୟାଳୟସ୍ତରୀୟ ଶିଶୁ ଲେଖନୀ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି ବିଦ୍ୟାଳୟ ସ୍ତରୀୟ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପରିଚାଳନା କମିଟି ଉପ ସଭାପତି ଡବ୍ଲ୍ୟୁ. ଜାନକୀଆମ୍ମା ସଭାପତିତ୍ୱ କରିଥିବା ବେଳେ ଗଞ୍ଜାମ ଗୋଷ୍ଠୀ ଶିକ୍ଷା ଅଧିକାରୀ  ଭାଗିରଥି ବେହେରା ମୁଖ୍ୟ ଅତିଥି., ଅଧ୍ୟାପକ ତ୍ରିଲୋଚନ ଦାଶ (କବି ) ମୁଖ୍ୟ ବକ୍ତା, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ବିଜୟ ଚନ୍ଦ୍ର ସେଠୀ , ସରପଞ୍ଚ ସଂଯୁକ୍ତା ପ୍ରଧାନ ପାଳିବନ୍ଧ ସାଧନ କେନ୍ଦ୍ର .ସଂଯୋଜକ ଶ୍ରୀ ସୁରେନ୍ଦ୍ର ନାଥ ସେଠୀ ଙ୍କ ସମେତ ଗଞ୍ଜାମ ବ୍ଲକର ସମସ୍ତ ସାଧନ କେନ୍ଦ୍ର ସଂଯୋଜକ , ଅଭିଯାନର ସଂଯୋଜକ ବିପ୍ର ଚରଣ ସାହୁ ରବୀନ୍ଦ୍ର କୁମାର ସେଠୀ , ଦାମୋଦର ପଣ୍ଡା ଓ , ସାମ୍ବାଦିକ ଭାଇ ମାନେ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା। ଗଳ୍ପ, ପ୍ରବନ୍ଧ,କବିତା ବିଭାଗର ପଠନ,ଲିଖନ ଓ ଆବୃତ୍ତି ଆଦି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀମାନେ ନିଜ ନିଜ ଶୈକ୍ଷିକ ଦକ୍ଷତାର ପରିଚୟ ଦେଇଥିଲେ ।
ଏହି ଶୈକ୍ଷିକ କର୍ମଶାଳାରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ଵାରା ପ୍ରଶଂସା ପତ୍ର ଓ ଭାଗିରଥି ବେହେରାଙ୍କ ଶିଶୁ ପୁସ୍ତକ ପିଲାଙ୍କ ପ୍ରାର୍ଥନା ପୁସ୍ତକ ପ୍ରଦାନ କରାଯିବା ସହ ଆଜି ଅଧ୍ୟାପକ ତ୍ରିଲୋଚନ ଦାଶଙ୍କୁ ଆଞ୍ଚଳିକ ପ୍ରତିଭା ରୂପେ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା । ଭାଷା ଓ ସାହିତ୍ୟ ମାଧ୍ୟମରେ ପିଲାଙ୍କ ଭିତରେ ବିଭିନ୍ନ ଦକ୍ଷତା ବୃଦ୍ଧିର ଉଦ୍ଦେଶ୍ୟ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ଓ ପ୍ରଧାନଶିକ୍ଷକ ପରିଚାଳନା କରିଥିବା ବେଳେ ଉକ୍ତ ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। କ୍ଲଷ୍ଟରର ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ, ସାମ୍ବାଦିକ ଭାଇ, ପରିଚାଳନା କମିଟିର ସଦସ୍ୟ, ପିତୃମାତୃ ଅଭିଭାବକ ପ୍ରମୁଖ ଗ୍ରାମବାସୀ ଉପସ୍ଥିତ ଥିଲେ। ପ୍ରଧାନ ଶିକ୍ଷକ ଶ୍ରୀ ଦୁର୍ଗା ପ୍ରସାଦ ପଟ୍ଟନାୟକ କାର୍ଯ୍ୟକ୍ରମ ,ସଂଯୋଜନା କରିଥିଲେ । ଶିକ୍ଷକ ରଘୁନାଥ ସାହୁ, କୃଷ୍ଣ ଚନ୍ଦ୍ର ନାୟକ,ଶିକ୍ଷୟିତ୍ରୀ ପ୍ରମିଳା ଶବର, ସୁଜ୍ଞାନୀ ସାହୁ,ଝୁମିତା ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories