www.samajalive.in
Saturday, December 6, 2025
14.1 C
Bhubaneswar

ଓଡ଼ିଶା ସରକାରୀ ଆଉଟସୋର୍ସିଂ କର୍ମଚାରୀଙ୍କ କଳା ବ୍ୟାଜ୍ ପରିଧାନ

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକରେ ଓଡ଼ିଶା ସରକାରୀ ଆଉଟସୋର୍ସିଂ କର୍ମଚାରୀ ମହାସଙ୍ଗ ନିର୍ଦେଶକ୍ରମେ ସ୍ଥାନୀୟ ସମିତିରେ କାର୍ଯ୍ୟ କରୁଥିବା ଆଉଟସୋର୍ସିଂ କର୍ମଚାରୀମାନେ କଳା ବ୍ୟାଜ୍ ପରିଧାନ କରି ସମିତି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ମହାସଂଘ ନିର୍ଦେଶକ୍ରମେ କଳା ବ୍ୟାଜ୍ ପରିଧାନ କରି କାର୍ଯ୍ୟ ତୁଲାଇ ଆସୁଛନ୍ତି । ଆଉଟସୋର୍ସିଂ କର୍ମଚାରୀ ବ୍ୟବସ୍ଥା ଉଚ୍ଛେଦ ଓ ସ୍ଥାୟୀ ନିଯୁକ୍ତିକୁ ନେଇ ଏହୀ ପ୍ରତିବାଦ କରାଯାଇଛି ବୋଲି ଜଣାପଡିଛି ।

୨୦୧୭ ମସିହା ଡିସେମ୍ବର ମାସ ୨୨ତାରିଖରେ ଅର୍ଥମନ୍ତ୍ରୀଙ୍କ ପ୍ରତିଶ୍ରୁତି ଓ ୨୦୧୮ମସିହା ମାର୍ଚ୍ଚ ମାସ ୧୪ତାରିଖରେ ଅର୍ଥ ସଚିବଙ୍କ ବୈଠକରେ ପ୍ରତିଶ୍ରୁତି ଅନୁଯାୟୀ ଆଜି ପର୍ଯ୍ୟନ୍ତ ଓଡ଼ିଶା ରାଜ୍ୟ ବିଭିନ୍ନ ଜିଲା, ମୁଖ୍ୟଦପ୍ତର ତଥା ସଚିବାଳୟରେ କାର୍ଯ୍ୟ କରିଆସୁଥିବା ଉଚ୍ଚଶିକ୍ଷିତ କର୍ମଚାରୀମାନଙ୍କ ଉପରୁ ଆଉଟସୋର୍ସିଂ ଭଳି କୁତ୍ସିତ, ଘୃଣ୍ୟ ଓ କଳଙ୍କିତ ବ୍ୟବସ୍ଥା ଉଠଗଲା ନାହିଁ । ଦିନକୁ ଦିନ ଶୋଷଣର ମାତ୍ରା ବୃଦ୍ଧି ପାଉଥିବା ବେଳେ ଅର୍ଥ ସଚିବ ଓ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ଅନୁସାରେ ଉଚ୍ଚସ୍ତରୀୟ ବୈଠକ ଡକାଯାଇ ଏହାର ନିଷ୍ପତି ନିଆଗଲା ନାହିଁ । ଏଥିପାଇଁ ସାରା ରାଜ୍ୟରେ ପ୍ରବଳ ଅଶାନ୍ତି ହେବା ସହ କର୍ମଚାରୀମାନଙ୍କୁ ଆର୍ଥିକ ଓ ସାମାଜିକ ଦୂରାବସ୍ଥା ମଧ୍ୟକୁ ଠେଲି ଦେଇଛି । ଏହାକୁ ନେଇ ୨୦୧୮ମସିହା ଜୁନ ମାସର ୨୫, ୨୬, ୨୭ ତିନିଦିନ ଧରି ଭୁବନେଶ୍ୱରର ମହାତ୍ମାଗାନ୍ଧୀ ମାର୍ଗଠାରେ ଶାନ୍ତି ପୂର୍ଣ୍ଣ ଭାବରେ ଆନ୍ଦୋଳନ କରିଥିଲେ । ସେହିଠାରେ ମୁଖ୍ୟ ସଚିବ ଏକ ମାସ ମଧ୍ୟରେ ସମସ୍ୟା ପୂରଣ କରାଯିବ ବୋଲି ଲିଖିତ ପ୍ରତିଶୃତି ଦେଇଥିଲେ । ତାହା ମଧ୍ୟ ୫ବର୍ଷ ବିତିଗଲାଣି ସରକାର କିଛି ବୁଝୁନାହାନ୍ତି । ସରକାରଙ୍କ ଉପରୁ ବିଶ୍ୱାସ ଓ ଭରସା ଛାଡ଼ିଦେଇ ଚଳିତ ମାସ ୨୦ତାରିଖ ମଧ୍ୟରେ ଆଉଟସୋର୍ସିଂ ଭଳି କୁତ୍ସିତ ବ୍ୟବସ୍ଥା ଉଚ୍ଛେଦ କରି ଦୀର୍ଘ ବର୍ଷ ଧରି ସନ୍ତୋଷଜନକ ସେବା ଯୋଗାଇ ଆସୁଥିବା କର୍ମଚାରୀମାନଙ୍କୁ ସ୍ଥାୟୀ ନିଯୁକ୍ତି ନଦିଅନ୍ତି ତେବେ ସଂଘ ପକ୍ଷରୁ ଆଜି ଶିଶୁ ଦିବସଠାରୁ ୧୯ତାରିଖ ପର୍ଯ୍ୟନ୍ତ କଳା ବ୍ୟାଜ୍ ପ୍ରଧାନ କରିଛନ୍ତି । ଯଦି ଏହି ସମୟ ମଧ୍ୟରେ ସମାଧାନ କରା ନଗଲେ ଚଳିତ ମାସ ୨୬ ତାରିଖଠାରୁ ଶାନ୍ତିପୂର୍ଣ୍ଣ ଭାବେରେ ଗଣଧାରଣା କରିବାକୁ ନିଷ୍ପତ୍ତି ନେଇଥିବା ସଂଘର ଆବାହକ ପ୍ରଭାତ ମହାନ୍ତି, ସଭାପତି ସଞ୍ଜୟ କୁମାର ପଟ୍ଟନାୟକ କହିଥିବା ସଂଗ୍ରାମ ସିଂ, ପ୍ରେମଲାଲ ନାୟକ, ଧର୍ମା କାଡ୍ରାକା, ଗୀତା ପ୍ରଧାନୀ, ସିଲାରୋଜା ରାଣୀ ଇତିଶ୍ରୀ ଶର୍ମା ପ୍ରମୁଖ କହି କଳା ବ୍ୟାଜ ପରିଧାନ କରି ଧାରଣା ଦେଇଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories