www.samajalive.in
Saturday, December 6, 2025
14.1 C
Bhubaneswar

ବନ୍ଧୁକ ଦେଖାଇ ଲୁଟି ନେଲେ ୧୫ ଲକ୍ଷ

ରାଉରକେଲା : ରାଉରକେଲାରେ ଆଜି ଏକ ବଡ ଧରଣର ଲୁଟ୍‍ ହୋଇଥିବା ନେଇ ଅଭିଯୋଗ ହୋଇଛି । ଉଦିତନଗର ଥାନା ଅନ୍ତର୍ଗତ ଅଞ୍ଚଳରେ ଏହି ଲୁଟ ହୋଇଛି । କିଛି ଦୁର୍ବୃତ୍ତ ବାଇକ୍‍ ରେ ଆସି ଜଣେ ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ତାଙ୍କ ନିକଟରୁ ପ୍ରାୟ ୧୫ ଲକ୍ଷ ଟଙ୍କା ଲୁଟ୍‍ କରି ଫେରାର ହୋଇ ଯାଇଛନ୍ତି । ସକାଳ ୯ଟା ସମୟରେ ଏହି ଘଟଣା ଘଟିଛି ବୋଲି ଜଣାପଡିଛି ।
ସୂଚନାନୁଯାୟୀ, ଆଜି ସକାଳେ ଜଣେ ବ୍ୟବସାୟୀ ଟଙ୍କା ନେଇ ଆରଏମସି କାର୍ଯ୍ୟାଳୟ ସମ୍ମୁଖରେ ଯାଉଥିବା ବେଳେ ୨ ଜଣ ଦୁର୍ବୃତ୍ତ ବାଇକରେ ଆସି ବ୍ୟବସାୟୀଙ୍କୁ ଅଟକାଇଥିଲେ । ତାଙ୍କୁ ବନ୍ଧୁକ ଦେଖାଇ ୧୫ ଲକ୍ଷ ଟଙ୍କା ଲୁଟ କରି ଫେରାର ହୋଇ ଯାଇଥିଲେ । ଏନେଇ ବ୍ୟବସାୟୀ ଜଣକ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories