ଶୀତଦିନ : ରୂପି ସମସ୍ୟା ଦୂର ପାଇଁ ୫ଟି ସରଳ ଉପାୟ

ଶୀତଦିନେ ତ୍ୱଚା ଜନିତ ବିଭିନ୍ନ ସମସ୍ୟା ଦେଖାଯିବା ସହ ରୂପି ସଭିଁଙ୍କ ମୁଣ୍ଡ ବିନ୍ଧାର କାରଣ । ରୂପି କାରଣରୁ କେଶ କୁଣ୍ଡାଇବା ପାଇଁ ମଧ୍ୟ ସମସ୍ୟା ହୋଇଥାଏ । ତେବେ ଜାଣନ୍ତୁ ଏଭଳି କିଛି ସହଜ ଉପାୟ, ଯାହାକୁ ଆପଣାଇବା ଦ୍ୱାରା ରୂପି ପାଇଁ ଚିନ୍ତା ରହିବ ନାହିଁ..
ରୂପି ସମସ୍ୟା ଦୂର ପାଇଁ ନିମ ପତ୍ର ଖୁବ ଉପକାରୀ । ବହୁ ପୁରାତନ ସମୟରେ ଏହାକୁ ବ୍ୟବହାର କରାଯାଉଛି । ଏହାର ଖୁବ ଔଷଧୀୟ ଗୁଣ ମଧ୍ୟ ରହିଛି । ଏଥିରେ ଆଣ୍ଟି-ଫଙ୍ଗଲ୍‍ ଓ ଆଣ୍ଟି-ବ୍ୟାକ୍ଟେରିୟଲ ଗୁଣ ରହିଛି । ଯାହା ରୂପି ସମସ୍ୟାକୁ ଦୂର କରିବାରେ ରାମବାଣ ଭଳି କାର୍ଯ୍ୟ କରେ । ରୂପି ଦୂର ପାଇଁ ନିମପତ୍ରକୁ ପେଷି ଦିଅନ୍ତୁ । ଏହାକୁ ୩୦ ମିନିଟ୍‍ ଯାଏଁ କେଶରେ ଲଗାଇ ରଖି କେଶକୁ ଧୋଇ ଦିଅନ୍ତୁ ।
ସେଓ ସିରକାକୁ ପାଣିରେ ମିଶାଇ ରୂପି ସମସ୍ୟାକୁ ଦୂର କରା ଯାଇପାରେ । ରୂପି ଦୂର ପାଇଁ ପାଣିରେ ସେଓ ସିରକା ମିଶାଇ କେଶରେ ଲଗାଇ ୫ ମିନିଟ ରଖି ଧୋଇ ଦିଅନ୍ତୁ ।
ନଡିଆ ତେଲ କେଶ ପାଇଁ ଖୁବ ଉପକାରୀ । ରୂପି ଦୂର ପାଇଁ ନଡିଆ ତେଲରେ ଲେମ୍ବୁ ରସ ମିଶାଇ ୧୦ ରୁ ୧୫ ମିନିଟ୍‍ କେଶରେ ଲଗାଇ ରଖି ଧୋଇ ଦିଅନ୍ତୁ । ଏହା ରୂପି ସମସ୍ୟାକୁ ଦୂର କରିଥାଏ ।
କେଶରୁ ରୂପି ସମସ୍ୟାକୁ ଦୂର ପାଇଁ ଦହି ମଧ୍ୟ ବେଶ ଉପକାରୀ । ଦହିକୁ କେଶ ମୂଳରେ ଭଲ ଭାବେ ଲଗାଇ ଦିଅନ୍ତୁ । ୨୦ ରୁ ୨୫ ମିନିଟ ଯାଏଁ କେଶରେ ଲଗାଇ ରଖି ଏହାକୁ ଭଲ ଭାବେ ଧୋଇ ଦିଅନ୍ତୁ । ଏହା ଦ୍ୱାରା କେଶରୁ ରୂପି ଦୂର ହୋଇଥାଏ । ଏହାସହ କେଶ ରେଶମୀ ମଧ୍ୟ ହୋଇଥାଏ ।
ଘିକୁଆଁରୀରେ ଆଣ୍ଟି-ବ୍ୟାକ୍ଟେରିୟଲ ଓ ଆଣ୍ଟି-ଫଙ୍ଗଲ୍‍ ଗୁଣ ରହିଛି । ଏହା କେଶରୁ ରୂପି ଦୂର କରିବାକୁ ବେଶ ସହାୟକ ହୋଇଥାଏ । ଘିକୁଆଁରୀ ରସକୁ କେଶ ମୂଳରେ ଲଗାଇ ୧୫ ରୁ ୨୦ ମିନିଟ୍‍ ଯାଏଁ ରଖନ୍ତୁ । ଏହାପରେ କେଶକୁ ଧୋଇ ଦିଅନ୍ତୁ ।

 

Comments are closed.