www.samajalive.in
Monday, December 15, 2025
24.1 C
Bhubaneswar

ବଡ଼ମ୍ବାରେ ରାଷ୍ଟ୍ରୀୟ ଲୋକ ଅଦାଲତ,୩୦ଟି ମାମଲାର ତତ୍କାଳ ଫଇସଲା

ବଡ଼ମ୍ବା :  ବଡ଼ମ୍ବାସ୍ଥିତ ବିଚାରାଳୟରେ ଶନିବାର ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଜୁଡିସିଆଲ ମାଜିଷ୍ଟ୍ରେଟ ଶ୍ରୀକାନ୍ତ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଲୋକ ଅଦାଲତରେ ସ୍ଥିରିକୃତ ସମୁଦାୟ ୬୦ଟି ମାମଲାରୁ ୩୦ଟିର ତତ୍କାଳ ବିଚାର ଓ ଫଇସଲା କରାଯାଇଥିବା କୋର୍ଟ ସୂତ୍ରରୁ ପ୍ରକାଶ । ଫଇସଲା ହୋଇଥିବା ମାମଲା ମଧ୍ୟରେ ଗୋଟିଏ ପାରିବାରିକ ବିବାଦ ମାମଲାର ଆପୋଷ ସମାଧାନ ହୋଇଥିବା ବେଳେ ୨୨ଟି ଫୌଜଦାରୀ ଏବଂ ୭ଟି ଦେୱାନୀ(ସିଭିଲ ସୁଟ) କେଶ ରହିଥିବା ପ୍ରକାଶ।  ଏହି ସ୍ୱତନ୍ତ୍ର ଅଦାଲତରେ ଓକିଲ ସଂଘର ସଭାପତି ଆଇନଜୀବୀ ସନ୍ତୋଷ କୁମାର ବେହେରା, ସରକାରୀ ଓକିଲ ବିଜୟ କୁମାର ମିଶ୍ର, ତାଲୁକ ଆଇନ ସେବା କମିଟିର ଫଣ୍ଟ ଅଫିସର ଆଇନଜୀବୀ ଦିଲ୍ଲିପ କୁମାର ସାମନ୍ତ, ଆଇନଜୀବୀ ପ୍ରମୋଦ କୁମାର ପୁହାଣ, ଗିରିଜା ପ୍ରସାଦ ମିଶ୍ର ପ୍ରମୁଖ ଅନେକ ଆଇନଜୀବୀ ଉପସ୍ଥିତ ଥିଲେ । ସେହିଭଳି ଦିଲ୍ଲିପ କୁମାର ଧଳ, ଶଙ୍କର ନାରାୟଣ ସାହୁ, ରଣଜିତ ମାଝି, ବିନୟ କୁମାର ପତି, ଅଜିତ କୁମାର ଖଣ୍ଡେଇ ପ୍ରମୁଖ ବିଚାରାଳୟର କର୍ମଚାରୀବୃନ୍ଦ ଅଦାଲତ ପରିଚାଳନାରେ ସହଯୋଗ କରିଥିଲେ ।

Hot this week

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

Related Articles

Popular Categories