୪ଡିଗ୍ରୀ ତଳକୁ ଖସିବ ପାରଦ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଅଞ୍ଚଳରେ ଶୀତ ଅନୁଭୂତ ହେଲାଣି । ପାହାଡ଼ିଆ ଅଞ୍ଚଳରେ ପାରଦ ନିମ୍ନଗାମୀ ହେବାରୁ ସେଠାରେ ଅଧିକ ଶୀତ ପଡୁଛି । କିନ୍ତୁ ସମତଳ ଅଞ୍ଚଳରେ ଶୀତ ପ୍ରକୋପ କମ୍‌ ରହିଛି। ଉତ୍ତର ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କବାୟୁ ପ୍ରବାହ କରୁଥିବାରୁ ଆସନ୍ତା ୩ରୁ ୪ ଦିନ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ୩ରୁ ୪ ଡିଗ୍ରୀ ଯାଏଁ ରାତି ତାପମାତ୍ରା ତଳକୁ ଖସିବା ସମ୍ଭାବନା ଥିବା ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କହିଛି। ସମତଳ ଓ ପାହାଡ଼ିଆ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ଆହୁରି ହ୍ରାସ ପାଇବା ଦ୍ବାରା ଶୀତ ବଢ଼ିବ। ଗତକାଲି ଜି.ଉଦୟଗିରିରେ ରାଜ୍ୟର ସବୁଠୁ କମ୍‌ ସର୍ବନିମ୍ନ ତାପମାତ୍ରା ୧୨.୫ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଛି । ଜି. ଉଦୟଗିରି ରାଜ୍ୟର ସବୁଠୁ ଅଧିକ

prayash

ଥଣ୍ଡା ସହର ପାଲଟିଛି। ସେମିଳିଗୁଡ଼ା ୧୨.୯ଡିଗ୍ରୀ, ବୌଦ୍ଧ ଓ ଦାରିଙ୍ଗବାଡ଼ିରେ ୧୩ ଡିଗ୍ରୀ ଲେଖାଏଁ, କୋରାପୁଟ ୧୪.୨ ଡିଗ୍ରୀ, ଫୁଲବାଣୀ ୧୪.୫ ଡିଗ୍ରୀ ଏବଂ ଭବାନୀପାଟଣାରେ ୧୫.୫ ଡିଗ୍ରୀ ରାତି ତାପମାତ୍ରା ରହିଛି।

Comments are closed.