www.samajalive.in
Monday, December 15, 2025
24.1 C
Bhubaneswar

ଲଡୁଗାଁ ଭିର୍କାପଡାରେ ଝାଡ଼ାବାନ୍ତି; ସ୍ଥିତି ଅନୁଧ୍ୟାନ ପାଇଁ ପହଞ୍ଚିଲେ ଡାକ୍ତରୀଦଳ

କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ଭିର୍କାପଡାରେ ଗୁରୁବାର ୩ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏହି ଘଟଣା ପରେ ଶୁକ୍ରବାର ଗାଁରେ ଏକ ଡାକ୍ତରୀ ଦଳ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହି ଡାକ୍ତରୀ ଦଳରେ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ.ତତ୍ତ୍ୱଦର୍ଶି ଦାସ, ବିପିଏମ୍ ମାନସ ରଞ୍ଜନ ସ୍ବାଇଁ, ଡାକ୍ତର ସୁଶିଲ କୁମାର ସାହୁ, ସେକ୍ଟର ସୁପର ଭାଇଜର କେତନ ପାତ୍ର ପ୍ରମୁଖ ଗାଁରେ ପହଞ୍ଚି ଗାଁ ପରିବେଶ ଓ ପାନୀୟ ଜଳ ପରଖିବା ସହ ଲୋକଙ୍କୁ ସଚେତନ କରିଛନ୍ତି। ସେହିପରି ଆଶା କର୍ମୀ ମାନେ ଘର ଘର ବୁଲି ସର୍ଭେ ଆରମ୍ଭ କରିଥିବାବେଳେ ଗାଁରେ ବର୍ତ୍ତମାନ ଅନ୍ୟ କେହି ଆକ୍ରାନ୍ତ ନଥିବା ଜଣାପଡ଼ିଛି। ଡାକ୍ତରୀ ଦଳ ସହିତ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଗାଁ ସ୍ଥିତି ପରଖିବା ସହ ସେମାନେ ବ୍ୟବହାର କରୁଥିବା ନଳକୂପ ଅବସ୍ଥା ଖରାପ ଥିବା ଦେଖି ତୁରନ୍ତ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର ଯନ୍ତ୍ରୀଙ୍କୁ ଅବଗତ କରି ନଳକୂପକୁ ବିଶୋଧନ କରାଇବା ପାଇଁ କହିଥିଲେ।

ଅନ୍ୟପଟେ ଲଡୁଗାଁ ସେକ୍ଟରର ସମସ୍ତ ସ୍ବାସ୍ଥ୍ୟ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଥିବା ବେଳେ ସମସ୍ତେ ସେ ପରିସ୍ଥିତି ଉପରେ ନଜର ରଖିବା ପାଇଁ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ଦାସ ନିର୍ଦ୍ଦେଶ ଦେଇଛନ୍ତି। ଏବଂ ଜରୁରୀ ପରିସ୍ଥିତି ପାଇଁ ଏକ ମୋବାଇଲ ଟିମ୍ ଗଠନ କରାଯାଇଛି। ଡାକ୍ତର ସୁଶିଲ କୁମାର ସାହୁଙ୍କ ନେତୃତ୍ବରେ ପୁରୁଷ ଓ ମହିଳା ସ୍ବାସ୍ଥ୍ୟକର୍ମୀ, ଆଶା କର୍ମୀ ପ୍ରମୁଖ ଉପସ୍ଥିତ ରହିବା ନେଇ ସୂଚନା ମିଳିଛି। ଆକ୍ରାନ୍ତ ୩ ଜଣ ଧନୁର୍ଯ୍ୟ ମାଝୀ (୫୨), ଦ୍ରୌପଦୀ ମାଝୀ(୪୨) ଓ ଲକ୍ଷ୍ମୀ ମାଝୀ(୧୯) କୋକସରା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍ ଥିବା ଜଣାପଡିଛି। ତେବେ ୩ ଜଣ ଆକ୍ରାନ୍ତଙ୍କ ରେକଟାଲ ସ୍ବାବ୍ ଟେଷ୍ଟ ଓ ସେମାନେ ବ୍ୟବହାର କରୁଥିବା ନଳକୂପର ପାଣି ସଂଗ୍ରହ କରି ଜିଲ୍ଲା ଜନସ୍ୱାସ୍ଥ୍ୟ ଲ୍ୟାବକୁ ନମୁନା ପଠାଯାଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।

Hot this week

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

Related Articles

Popular Categories