ଲାଞ୍ଜିଗଡ: ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଜନା ଦୁର୍ଗମ ଅଞ୍ଚଳବାସୀଙ୍କ ନିକଟରେ ପହଂଚି ପାରୁଛି କି ନାହିଁ ତାହାର ସ୍ଥିତି ପରଖିବା ପାଇଁ ଆଜି କଳାହାଣ୍ଡି ଜିଲ୍ଲାପାଳ ପି.ଅନ୍ୱେଷା ରେଡ୍ଡି ଲାଞ୍ଜିଗଡ ବ୍ଲକର ନିୟମଗିରି ପାଦଦେଶରେ ଥିବା ମାଓ ପ୍ରବଣ ଅଞ୍ଚଳ ତ୍ରିଲୋଚନପୁର ପଞ୍ଚାୟତର ଫୁଲଡୁମେର ଗାଁକୁ ଗସ୍ତ କରିଥିଲେ। ସେଠାରେ ବସବାସ କରୁଥିବା ଡଙ୍ଗରୀଆ ଓ ଝରଣୀଆ ଆଦିବାସି ମାନେ କିଭଳି ଚଳୁଛନ୍ତି ଓ କେମିତି ସରକାରଙ୍କ ବିଭିନ୍ନ ମୈାଳିକ ସୁବିଧା ପାଇ ପାରୁଛନ୍ତି କି ନାହିଁ ସେ ନେଇ ଡଙ୍ଗରୀଆ ଓ ଝରଣୀଆ ଆଦିବାସିଙ୍କ ସହ ଆଲୋଚନା କରିଥିଲେ। ପ୍ରଥମ କରି ଜଣେ ଜିଲ୍ଲାପାଳ ଏହି ଅଞ୍ଚଳକୁ ଗସ୍ତ କରିଥିବା ବେଳେ ଦୁର୍ଗମ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଥିଲା। ନିୟମଗିରୀ ଉପରେ ବସବାସ କରୁଥିବା ହରିଡାଗୁଡା, କୁନାକାଡୁ, ପାଲବେରୀରେ ରହୁଥିବା ଆଦିବାସି ମାନେ ଫୁଲଡୁମେର ଠାରେ ଏକତ୍ରୀତ ହୋଇ ଜିଲ୍ଲାପାଳଙ୍କୁ ସ୍ୱାଗତ ସମ୍ଭର୍ଦ୍ଧନା ଜଣାଇଥିଲେ।
ସେ ଫୁଲଡୁମେରରେ ନିର୍ମାଣ ହେଉଥିବା ଗୋଟାରୀ ହଷ୍ଟେଲ ପରିଦର୍ଶନ କରି ଲୋକେ ସରକାରଙ୍କ ମୈାଳିକ ସୁବିଧାରୁ କିଭଳି ବଂଚିତ ନହେବେ ସେ ନେଇ କାମ କରିବା ପାଇଁ ବିଡିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କୁ ନିର୍ଦ୍ଦେଶ ଦେଇଥିଲେ।



