www.samajalive.in
Monday, December 15, 2025
15.1 C
Bhubaneswar

ଯୋଗୀନ୍ଦ୍ରଦେଵ ଉଚ୍ଚ ବିଦ୍ୟାଳୟରେ କ୍ୟାରିଅର କାଉନସେଲିଂ

ବୌଦ୍ଧ: ବୌଦ୍ଧ ଯୋଗୀନ୍ଦ୍ରଦେଵ ଉଚ୍ଚ ବିଦ୍ୟାଳୟରେ ବସନ୍ତ ସାମାଜିକ ପ୍ରତିଷ୍ଠାନ ନୂଆଦିଲ୍ଲୀ ତରଫରୁ ଛାତ୍ରମାନଙ୍କ କ୍ୟାରିଅର କାଉନସେଲିଂ ଏବଂ ୨୦୧୨ ମାଟ୍ରିକ ପରୀକ୍ଷାରେ ସବୁଠୁ ଅଧିକ ମାର୍କ ରଖି ପାସ କରିଥିବା ୩ ଛାତ୍ରଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି।ଜିଲ୍ଲାର ବରିଷ୍ଠ ସାମ୍ବାଦିକ ବୈଦ୍ୟନାଥ ହୋତାଙ୍କ ଆୟୋଜନ କ୍ରମେ ଏବଂ ବିଦ୍ୟାଳୟର ପ୍ରଧାନଶିକ୍ଷକ ସଞ୍ଜୀବ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବସନ୍ତ ସାମାଜିକ ପ୍ରତିଷ୍ଠାନର ଅଧ୍ୟକ୍ଷା ରାଜଶ୍ରୀ ମିଶ୍ର, ମୁଖ୍ୟ ବକ୍ତାଭାବେ ଇଣ୍ଡିଆନ ବ୍ୟାଙ୍କ ଏସୋସିଏସନର ବରିଷ୍ଠ ପରାମର୍ଶଦାତା ବିକାଶନାରାୟନ ମିଶ୍ର, ସମ୍ମାନିତ ଅତିଥି ଭାବେ ଯୋଗୀନ୍ଦ୍ରଦେଵ ଉଚ୍ଚ ବିଦ୍ୟାଳୟର ପୂର୍ବତନ ତଥା ଅବସରପ୍ରାପ୍ତ ଶିକ୍ଷକ ଧରଣୀଧର ମିଶ୍ର ଯୋଗ ଦେଇଥିଲେ। ବସନ୍ତ ସାମାଜିକ ପ୍ରତିଷ୍ଠାନର ଅଧ୍ୟକ୍ଷା ବୌଦ୍ଧ ଜିଲ୍ଲାର ହୋଇଥିବାରୁ ଏହି ଜିଲ୍ଲାର ଶିକ୍ଷାର ବିକାଶ ଏବଂ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ପାଇଁ ଏବଂ ଶିକ୍ଷକମାନଙ୍କ ସମ୍ମାନ ବୃଦ୍ଧି ପାଇଁ ଆଗଭର ହୋଇ କାମ କରୁଥିବା ଦେଖିବାକୁ ମିଳିଛି। ୨୦୨୨ ମାଟ୍ରିକ ପରୀକ୍ଷାରେ ସବୁଠୁ ଅଧିକ ମାର୍କ ରଖି ପାସ କରିଥିବା ଜିଲ୍ଲାର ୧୩ଟି ଉଚ୍ଚ ବିଦ୍ୟାଳୟର ଶ୍ରେଷ୍ଠ ୩ ଜଣ ଲେଖାଏଁ ଛାତ୍ରଛାତ୍ରୀଙ୍କୁ ୫ ହଜାର, ୩ ହଜାର ଓ ୨ ହଜାର ଲେଖାଏଁ ମୋଟ ୧ ଲକ୍ଷ ୩୦ ହଜାର ଟଙ୍କା ବସନ୍ତ ସାମାଜିକ ପ୍ରତିଷ୍ଠାନ ତରଫରୁ ପୁରସ୍କୃତ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଆଜି ଏହି ସଂସ୍ଥା ଆଜି ଯୋଗୀନ୍ଦ୍ରଦେବ ଉଚ୍ଚ ବିଦ୍ୟାଳୟକୁ ପୋଷ୍ୟଭାବେ ଗ୍ରହଣ କରି ଏହି ସ୍କୁଲର ୨୦୨୨ ମାଟ୍ରିକ ପରୀକ୍ଷାରେ ଶ୍ରେଷ୍ଠ ୩ ଜଣ ଛାତ୍ର ଗଣେଶ ସାହୁ, କୃଷ୍ଣକାନ୍ତ ଦଳେଇ,ଏବଂ ସୁବ୍ରତ କୁମାର ଜେନାଙ୍କୁ ମଧ୍ୟ ପୁରସ୍କୃତ କରି ସମ୍ବର୍ଦ୍ଧିତ କରିଥିଲେ।

ଆଗାମୀ ଦିନରେ ଏହି ବିଦ୍ୟାଳୟରେ ଏହି ସଂସ୍ଥା ତରଫରୁ ଜିଲ୍ଲା ସ୍ତରୀୟ ବକ୍ତୃତା ତଥା ତର୍କ ପ୍ରତିଯୋଗିତା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ କରାଯିବ ବୋଲି ପ୍ରତିଷ୍ଠାନର ଅଧ୍ୟକ୍ଷା ଶ୍ରୀମତୀ ମିଶ୍ର ଘୋଷଣା କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories