www.samajalive.in
Sunday, December 14, 2025
23.1 C
Bhubaneswar

୩ ବର୍ଷ ବିତିଲା ହେଲେ ମିଳିଲାନି ବିକ୍ରୀ ଧାନର ମୂଲ୍ୟ

ରେଙ୍ଗାଳିକ୍ୟାମ୍ପ: ପାଖାପାଖି ଦୁଇବର୍ଷ ହେଲା ଚାଷୀଙ୍କୁ ମିଳିନାହିଁ ବିକ୍ରି ଧାନର ମୂଲ୍ୟ। ବର୍ତ୍ତମାନ ପରିସ୍ଥିତିରେ ଚାଷୀ ତିନି ବର୍ଷ ହେଲା ତାର ବିକ୍ରି ଧାନର ମୂଲ୍ୟ ପାଇ ନଥିବା ବେଶ ଚର୍ଚ୍ଚାର ବିଷୟ ହେଇଛି। ଧାନ ବିକ୍ରି କରିଥିବା ସତ୍ତ୍ୱେ ଦୁଇ ବର୍ଷ ଧରି ଧାନର ମୂଲ୍ୟ ପାଇ ନଥିବା ଏକ ନୂଆଁ ଘଟଣା, ଯାହା ଘଟିଛି ବରଗଡ଼ ଜିଲ୍ଲା ଅତାବିରା ବ୍ଲକରେ। ଯେତେବେଳେ କରୋନା ମହାମାରୀର ପ୍ରଥମ ଲହରରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିଲା ଓ ଲୋକେ ଘରୁ ବାହାରକୁ ବାହାରୁ ନଥିଲେ, ସେଇ ସମୟରେ ନିଜ ଜୀବନକୁ ଭ୍ରୁକ୍ଷେପ ନ କରି ଚାଷୀମାନେ ଚାଷ କରିଥିଲେ ହାଡ଼ ଭଙ୍ଗା ପରିଶ୍ରମ କରି ବହୁ ପରିମାଣର ଅର୍ଥ ରାଶି ଖର୍ଚ୍ଚ କରି ମହାମାରୀ ସମୟରେ ଧାନ ଅମଳ କରି ବିକିଥିଲେ।

ସେଇ ଚାଷୀ ମାନେ ହେଲେ ଅତାବିରା ଟୋପ ଖଲିଆପାଲିର ଆନ୍ଧ୍ର ପଡ଼ା ସ୍ଥିତ ଭାଗ ଚାଷୀ କେ ଭେଙ୍କଟ ରେଡ୍ଡୀ, ଏମ୍ ଗୋପାଳ ରେଡ୍ଡୀ, ପି ଭି ଡି ମହେଶ୍ୱର, ଯକ୍କା ଭେଙ୍କେଟ ଲକ୍ଷ୍ମୀ ଓ ଲସ୍ତଲାର ମହେଶ ଅଗ୍ରୱାଲ। ପ୍ରକାଶ ଥାଉ କି ଗତ ୨୦୨୦ ଖରିଫ ଋତୁରେ ଏଇ ଭାଗ ଚାଷୀଙ୍କ ଧାନ ଜମି ମାଲିକଙ୍କ ନାମରେ ମାର୍କେଟରେ ବିକ୍ରି ହୋଇ ସାରିଛି। ତାର ସମସ୍ତ ପ୍ରମାଣ ବି ରହିଛି।ହେଲେ ଆକାଉଣ୍ଟରେ ପଇସା ପଡୁନି ଆଜିଯାଏଁ। ଏଇ ଚାଷୀ ମାନେ ଜମି ମାଲିକଙ୍କୁ କର ଟଙ୍କା ମଧ୍ୟ ନିଜ ହାତରୁ ପୈଠ କରି ସାରିଛନ୍ତି। ହେଲେ ନିଜେ ବିକି ଥିବା ଧାନ ର ମୂଲ୍ୟ ଆଜି ଯାଏ ପାଇ ନାହାନ୍ତି । ଏଥିପାଇଁ ସେମାନେ ମାର୍କେଟ ୟାର୍ଡ଼ରୁ ଆରମ୍ଭ କରି ସମବାୟ ବ୍ୟାଙ୍କ୍, ମିଲର୍ସ୍, ଯୋଗାଣ ବିଭାଗ ଅଧିକାରୀଙ୍କ ପାଖକୁ ଦୌଡ଼ି ଦୌଡ଼ି ନିରାଶ ହେଲେଣି। ଶେଷରେ ଜିଲ୍ଲାପାଳଙ୍କୁ ମଧ୍ୟ ଗତ ୨୦/୯/୨୧ ମେଲ ମାଧ୍ୟମରେ ଜଣାଇ ସାରିଛନ୍ତି। ସେମାନେ ବିଧାୟିକାଙ୍କୁ ଭେଟି ଏହି ବିଷୟରେ ଅବଗତ କରାଇଥିଲେ। ଭୁବନେଶ୍ୱର ଗଲେ ସେଠାରେ ଏ କଥା ଉଠାଇବି ଓ ଏହାର ସମାଧାନ ହେବ ବୋଲି ବିଧାୟିକା ପ୍ରତିଶ୍ରୁତି ଦେଇଥିବା ଏହି ଚାଷୀମାନେ କହନ୍ତି। ହେଲେ କେହି ବି ତାଙ୍କ ସମସ୍ୟାର ସମାଧାନ କରିପାରି ନଥିବା ବଡ ଦୁଃଖର ବିଷୟ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories