www.samajalive.in
Sunday, December 14, 2025
23.1 C
Bhubaneswar

ରାଷ୍ଟ୍ରପତିଙ୍କୁ ଭେଟିବା ନିମନ୍ତେ ସିଲଭର ଗାନ୍ଧୀଙ୍କ ପଦଯାତ୍ରା

ସାକ୍ଷୀଗୋପାଳ: ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବେରବୋଇ ଗ୍ରାମର ଗାନ୍ଧୀ ସ୍ମୃତି ପୀଠ। ଏହି ଗ୍ରାମର ମୋହନ ମହାପାତ୍ର ବାର୍ଣ୍ଣିସ ରଙ୍ଗ ଲଗାଇ ଗାନ୍ଧୀ ବେଶରେ ପରିଭ୍ରମଣ କରନ୍ତି। ସେ ସିଲଭର ଗାନ୍ଧୀ ନାମରେ ପରିଚିତ। ସେ ସାକ୍ଷୀଗୋପାଳ ମନ୍ଦିର ସିଂହଦ୍ୱାର ସମ୍ମୁଖରୁ ରାଜଭବନ ଅଭିମୁଖେ ପଦଯାତ୍ରା ଆରମ୍ଭ କରିଛନ୍ତି। ଆଜି ପୂର୍ବାହ୍ନ ୯ଟା ସମୟରେ ସେ ରାଜଭବନ, ଭୁବନେଶ୍ୱର ଠାରେ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିବେ। ଏଥି ନିମନ୍ତେ ରାଜଭବନ ତରଫରୁ ସମୟ ନିର୍ଦ୍ଧାରିତ ହୋଇଅଛି। ରାଷ୍ଟ୍ରପତିଙ୍କୁ ସାକ୍ଷାତ ଅବସରରେ ସେ ସାକ୍ଷୀଗୋପାଳ ମନ୍ଦିର ଓ ଐତିହାସିକ ବକୁଳ ବନର ଉନ୍ନୟନ ନିମନ୍ତେ ଅନୁରୋଧ କରିବେ ବୋଲି ପ୍ରକାଶ କରିଛନ୍ତି। ରାଷ୍ଟ୍ରପତିଙ୍କୁ ସାକ୍ଷାତ ଅବସରରେ ସେ ରାଷ୍ଟ୍ରପତିଙ୍କୁ ସାକ୍ଷୀଗୋପାଳଙ୍କ ବାନା ଓ ପ୍ରସାଦ ପ୍ରଦାନ କରିବେ ବୋଲି ଜଣାପଡିଛି।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories