୨୨ ବର୍ଷରେ ଧାମରା-ଚାନ୍ଦବାଲି ବୋଇତ ବନ୍ଦାଣ ଉତ୍ସବ
ଧାମରା : ସର୍ବପୁରାତନ ଧାମରା-ଚାନ୍ଦବାଲି ବୋଇତ ବନ୍ଦାଣ ଉତ୍ସବ ୨୨ ବର୍ଷରେ ପଦାର୍ପଣ କରିଛି । ମଙ୍ଗଳବାର ଧାମରା–ଚାନ୍ଦବାଲି ବୋଇତ ବନ୍ଦାଣ କମିଟି ପକ୍ଷରୁ ବହୁ ଆଡମ୍ବର ସହିତ ପାଳିତ ହୋଇଛି ବୋଇତ ବନ୍ଦାଣ ଉତ୍ସବ । ସାତ ଜଣ ସାଧବ ପାରମ୍ପାରିକ ବେଶ ଭୂଷାରେ ସାଧବ ପୁଅ ମାନେ ଏକ ସୁସଜ୍ଜିତ ବୋଇତରେ ଧାମରାରୁ ଚାନ୍ଦବାଲି ଯାତ୍ରା କରିଥିଲେ। ସାଙ୍ଗରେ ଜାଭା ସୁମାତ୍ରା ମାଳଦ୍ବୀପକୁ ମୋତି ମାଣିକ୍ୟ ନେଇ ଯାଇଥିଲେ। ଅନ୍ୟ ପକ୍ଷରେ ଧାମରା ନିକଟସ୍ଥ କାଳନାଳୀରୁ ଏକ ସୁସଜ୍ଜିତ ବୋଇତରେ ସାତ ସାଧବ ଧାମରା ଜେଠିରେ ପହଁଚିଥିଲେ। ଗଙ୍ଗା ପଡିଆରେ ବୋଇତ ବନ୍ଦାଣ କମିଟ ତରଫରୁ ସଭାର ଆୟୋଜନ କରାଯାଇଥିଲା। ସଭାକୁ ଅଭୟ ପତି ପରିଚାଳନା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ରାଜସ୍ୱମନ୍ତ୍ରୀ ପ୍ରମିଳା ମଲ୍ଲୀକ, ଶିଶୁ ବିକାଶ ମନ୍ତ୍ରୀ ବାସନ୍ତି ହେମ୍ବ୍ରମ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ , ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ, ପୁର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ମୁଖ୍ୟ ବକ୍ତା ଭାବେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ଧାମରା ସରପଂଚ ମଲ୍ଲୀ ମାଝୀ, ରାମକୃଷ୍ଣ ଜେନା, ସୁରେଶ ସେଠୀ ବିଜେଡି ନେତା ସୁରେଶ ମାହୁନ୍ତ, ମୁଜବର ଅଲ୍ଲୀ ଖାଁ, ମାନିକ ଲାଲ ଦିନ୍ଦା, ଜ୍ୟୋତିରଞ୍ଜନ ଲେଙ୍କା , ଅତୁଲ ଜେନା, , ଅଭିନେତ୍ରୀ ଏଲିନା ଦାସ, ଶିତଳ ରାୟ, ଅଭିନେତା ଦୀପକ ପ୍ରମୁଖ ଉପସ୍ଥିତ ଥିଲେ।
ଆୟୋଜିତ କାର୍ଯ୍ୟକ୍ରମରେ ଧାମରା ଅଂଚଳର ଯୁବନେତା ପ୍ରିୟରଞ୍ଜନ ଜେନା ସଭାପତିତ୍ୱ କରିଥିଲେ। ଓଡିଶାର ବୋଇତ ବନ୍ଦାଣ ଉତ୍ସବ ନୌବାଣିଜ୍ୟ ପରମ୍ପରାକୁ ବଂଚାଇ ରଖିଛି ଏହାଦ୍ୱାରା ଉତ୍କଳୀୟ ପରମ୍ପରା ଉଜ୍ଜିବୀତ ରହିବା ସଂଗେ ସଂଗେ ଉକ୍ରଳୀୟ ଐତିହକୁ ମନେପକାଉଛି ବୋଲି ବକ୍ତାମାନେ ତାଙ୍କ ବକ୍ତବ୍ୟ ରଖିଥିଲୋଶେଷରେ ଜ୍ୟୋତିରଋନ ଲେଙ୍କା ଧନ୍ୟବାଦ ଅର୍ପଣ କରିବା ପରେ କମିଟି ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡିଶାର ସୁନାମଧନ୍ୟ ଅଭିନେତା ଅଭିନେତ୍ରୀ ମାନଙ୍କ ଦ୍ୱାରା ନୃତ୍ୟ ସଂଗୀତ ପରିବେଷଣ କରିଥିଲେ ।
Comments are closed.