ମୁରୁଜ ପ୍ରତିଯୋଗିତା ଉତ୍ସବ
ଚୌଦ୍ୱାର : ଚୌଦ୍ୱାରରେ ରାସ ପୂର୍ଣିମା ଓ ମୁରୁଜ ପ୍ରତିଯୋଗିତା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଚନ୍ଦ୍ରଗହଣ ଜନିତ ବିଧି ନିଷେଧ ହେତୁ ସୋମବାର ରାତି ୩ଟାରୁ ଶ୍ରଦ୍ଧାଳୁ ମାନେ ବିରୂପା ନଦୀ କୂଳରେ ପହଞ୍ଚି ଡଙ୍ଗା ଭସାଇବା ସହିତ ବିଭିନ୍ନ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ। ଅନେକ ସ୍ଥାନରେ ପୋଖରୀ ମାନଙ୍କରେ ଡଙ୍ଗାଭସା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅଞ୍ଚଳରେ ଥିବା ମଠ ମନ୍ଦିର ମାନଙ୍କରେ ଚାଲିଥିବା ରାସ ଉତ୍ସବ, ନାମ ସଂକୀର୍ତ୍ତନ, ଅଷ୍ଟ ପ୍ରହରୀ ଆଦି ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ସୋମବାର ରାତିରେ ଉଦଯାପିତ କରାଯାଇଥିଲା। ଏହି ଅବସରରେ କପାଳେଶ୍ୱର ନୂଆ ସାହିରେ ଆୟୋଜିତ ମୁରୁଜ ପ୍ରତିଯୋଗିତାରେ ବହୁ ସଂଖ୍ୟରେ ମହିଳା ଓ ଝିଅମାନେ ଯୋଗଦେଇ ରଙ୍ଗ ବେରଙ୍ଗର ସୁଦୃଶ୍ୟ ମୁରୁଜ ଆଙ୍କିଥିଲେ। ସ୍ଥାନୀୟ କାଉନସିଲର ଆଶୁତୋଷ ଦାସଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ହିନ୍ଦ୍ ସେବକ ସଂଘର ଆଜୀବନ ସଦସ୍ୟ ଗଙ୍ଗାଧର ସାହୁ, ଅଧ୍ୟାପକ ସୌରେନ୍ଦ୍ର ପଣ୍ଡା, ନାରୀନେତ୍ରୀ କବିତାରାଣୀ ଲେଙ୍କା ପ୍ରମୁଖ ଅତିଥି ଭାବେ ଯୋଗଦେଇ ବିଜୟୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ଓ ମାନପତ୍ର ବଣ୍ଟନ କରିଥିଲେ। ସାମ୍ବାଦିକ ପ୍ରକାଶ କୁମାର ନାୟକ, ଅଜିତ୍ କୁମାର ସ୍ୱାଇଁ, ଅଶୋକ କୁମାର ଦାସ, ରଘୁନାଥ ସ୍ୱାଇଁ, ଧନେଶ୍ୱର ବିଶ୍ୱାଳ, ଲୋପାମୁଦ୍ରା ରାଉତରାୟ, ସୋନୁ ଲାହେରୀ, ରାଜ କିଶୋର ବେହେରା, ରଶ୍ମୀ ରଞ୍ଜନ ଦାସଙ୍କ ସମେତ ମହାଦେବ କ୍ଲବର ସଦସ୍ୟବୃନ୍ଦ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
Comments are closed.