ମଙ୍ଗରାଜପୁର ବିଶ୍ୱଶାନ୍ତି ଯଜ୍ଞ ଏବଂ କାର୍ତ୍ତିକେଶ୍ୱର ଯାତ୍ରା ସମ୍ପନ୍ନ
ବଡ଼ମ୍ବା: ମଙ୍ଗରାଜପୁର ଗ୍ରାମର ଶ୍ରୀ ଲଡ଼ୁକେଶ୍ୱର ମହାଦେବଙ୍କ ପୀଠରେ ଚାଲିଥିବା ସପ୍ତାହବ୍ୟାପି ବିଶ୍ୱଶାନ୍ତି ପଞ୍ଚ ମହାଯଜ୍ଞ ସୋମବାର ସମ୍ପନ୍ନ ହୋଇଛି । ଏହି ବାର୍ଷିକୋତ୍ସବରେ ତଥା ଗାଁର କାର୍ତ୍ତିକେଶ୍ୱର ଯାତ୍ରାରେ ହଜାର ହଜାର ଦର୍ଶକଙ୍କ ସମାଗମ ହୋଇଥିଲା । ଯଜ୍ଞ ପୂର୍ଣ୍ଣାହୁତିରେ ସ୍ଥାନୀୟ ବିଧାୟକ ଦେବୀପ୍ରସାଦ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ । ଉତ୍ସବ ଅବସରରେ ଗୀତା ଯଜ୍ଞ, ଶ୍ରୀରାମ ଯଜ୍ଞ, ଏବଂ ଦେବୀ ଯଜ୍ଞ ଆଦି ପଞ୍ଚ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ସେହିପରି ବିଭିନ୍ନ ଦିବସରେ ଭାଗବତ ସଂକୀର୍ତ୍ତନ, ବୈଠକୀ ରାମଲିଳା, ସ୍ଥାନୀୟ ଶିଶୁ କଳାକାରଙ୍କ ଦ୍ୱାରା ‘ମୋ ଗାଁ ମୋ ପ୍ରତିଭା’ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ସଂକୀର୍ତ୍ତନ ଆଦି ପରିବେଷଣ କରାଯାଇଥିଲା ।
ଗ୍ରାମବାସୀଙ୍କ ସହଯୋଗରେ ଦୀର୍ଘପ୍ରାୟ ୩୭ବର୍ଷ ଧରି ଅନୁଷ୍ଠିତ ହେଇ ଆସୁଥିବା ଏହି ବାର୍ଷିକୋତ୍ସବରେ ଚଳିତବର୍ଷ ଭଜମନ ମହାନ୍ତି, ପ୍ରଦୀପ୍ତକୁମାର ସ୍ୱାଇଁ, ଚିତ୍ତରଞ୍ଜନ ମହାନ୍ତି, ସ୍ଥାନୀୟ ସରପଞ୍ଚ ରମା ମହାନ୍ତି, ସମିତିସଭ୍ୟା କୁନ୍ତଳା ସ୍ୱାଇଁଙ୍କ ସମେତ ଗ୍ରାମର ମୁରବୀସ୍ଥାନୀୟ ବ୍ୟକ୍ତିମାନେ ଯଜ୍ଞ ପରିଚାଳନାରେ ସହଯୋଗ କରିଥିଲେ । ସେହିଭଳି ଏହି ଉତ୍ସବରେ ବିଧାୟକ ଶ୍ରୀ ମିଶ୍ରଙ୍କ ସହିତ ଜିଲାପରିଷଦ ସଦସ୍ୟ ରବୀନ୍ଦ୍ରକୁମାର ସାହୁ, ବ୍ଲକ ଅଧ୍ୟକ୍ଷ ରଘୁପତି ମହାନ୍ତି, ଉପାଧ୍ୟକ୍ଷାଙ୍କ ପ୍ରତିନିଧି ସୁଶାନ୍ତକୁମାର ଜେନା ପ୍ରମୁଖ ଯୋଗଦେଇଥିଲେ । ଉତ୍ସବ ଅବସରରେ ଆକର୍ଷଣୀୟ କାର୍ତ୍ତିକେଶ୍ୱରଙ୍କ ମୃଣ୍ମୟୀ ମୂର୍ତ୍ତି ମଣ୍ଡପରେ ପୂଜାପାଉଥିଲେ । ସେହିଭଳି ଦର୍ଶକଙ୍କ ମନୋରଞ୍ଜନ ନିମିତ ଗ୍ରାମରେ ଯାତ୍ରାପାର୍ଟି ପଡ଼ିଥିବା ଜଣାଯାଇଛି ।
Comments are closed.