ବେଳାଭୂମିରେ ଜିରୋ ପ୍ଲାଷ୍ଟିକ ଓ ପଲିଥିନ ମୁକ୍ତ ଅଭିଯାନ

ଗୋପାଳପୁର: ଜାତୀୟ ଆନ୍ତର୍ଜାତୀୟ ସ୍ତରରେ ଜଳବାୟୁ ପରିବର୍ତ୍ତନ ଓ ପରିବେଶ ସୁରକ୍ଷା ଦିଗରେ ଅନବରତ କାର୍ଯ୍ୟକରୁଥିବା ଓଡ଼ିଶାର ଏକମାତ୍ର ସଂଗଠନ ସାତ୍ୱିକ ସୋଲ ଫାଉଣ୍ଡେସନ ତରଫରୁ ଗୋପାଳପୁର ବେଳାଭୂମିରେ ଜିରୋ ପ୍ଲାଷ୍ଟିକ ଓ ପଲିଥିନ ମୁକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଞ୍ଜାମ ସୋଲ ସଂଯୋଜକ ପଞ୍ଚାନନ ମହାପାତ୍ର ଏବଂ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଟିମ୍ ଲିଡ ତଥା ସୋଲ ସଂଯୋଜକ ଏନ୍.ନୀଳମାଧବ ପାତ୍ରଙ୍କ ତତ୍ତ୍ୱାବଧାନରେ ସୋନାଲି, ବୈଷ୍ଣବୀ, ଅଜୟ, ସନ୍ତୋଷ, ଗିରି, ଶିବାନନ୍ଦ, ବବୁଲ, ଶର୍ମିଷ୍ଠା, ଟ୍ୱିଙ୍କଲ, ଆଶିଷ ପ୍ରଭୃତି ସାମିଲ ହୋଇ ବେଳାଭୂମିର ପ୍ରାୟ ୨ କିମି ଅନ୍ଚଳରୁ ୫୦ କେଜି ପ୍ଲାଷ୍ଟିକ ଓ ଜରି ପଲିଥିନ ସଂଗ୍ରହ କରିବା ସହ ବେଳାଭୂମିକୁ ଆସୁଥିବା ପର୍ଯ୍ୟଟକ ଓ ଉଠା ଦୋକାନୀ ମାନଙ୍କୁ ଏହାର ଉପରେ ବୁଝାଇଥିଲେ ।

prayash

ଏହି କାର୍ଯ୍ୟକୁ ଏକ ବୃହତ୍ ଅଭିଯାନର ରୂପ ଦେବା ପାଇଁ ସମସ୍ତଙ୍କୁ ଏଥିରେ ସକରାତ୍ମକ ଭାବେ ସାମିଲ ହେବାକୁ ଆହ୍ବାନ କରିଛନ୍ତି । ଦୀର୍ଘ ୩ ବର୍ଷରୁ ଊର୍ଦ୍ଧ୍ଵ ହେବ ପ୍ରତ୍ୟେକ ଦିନ ଓଡ଼ିଶା ତଥା ବାହାରେ ସଂଗଠନର ସ୍ବେଚ୍ଛାସେବୀ ମାନେ ଏହି କାମ ସହ ଏସ.ଡି.ଜି ଗୋଲ ଉପରେ ମଧ୍ୟ କାମ କରୁଛନ୍ତି । ଆସନ୍ତା ୮ରୁ ୧୬ ତାରିଖ ପର୍ଯ୍ୟନ୍ତ  କଟକରେ ଆୟୋଜିତ ହେବାକୁ ଥିବା ବାଲିଯାତ୍ରାରେ ସାତ୍ୱିକ ସୋଲ ଫାଉଣ୍ଡେସନର କାର୍ଯ୍ୟକୁ ଦେଖି ଏକ ବାଲିଯାତ୍ରା ଆୟୋଜକ ପକ୍ଷରୁ ସଚେତନତା ସୃଷ୍ଟି ନିମନ୍ତେ ଦାୟିତ୍ଵ ପ୍ରଦାନ କରଯାଇଥିବା ସୋଲ ସଂଯୋଜକ ଏନ୍.ନୀଳମାଧବ ପାତ୍ର ପ୍ରକାଶ କରିଛନ୍ତି।

Comments are closed.