ବୋଇତ ବନ୍ଦାଣ ଐତିହ୍ୟ, ଅର୍ଥନୀତି ଓ ସଂସ୍କୃତିର ସ୍ମାରକୀ

ଦକ୍ଷିଣ ରାଉରକେଲା ବୋଇତ ବନ୍ଦାଣ ସମିତି ପକ୍ଷରୁ ୫୪ତମ ବୋଇତ ବନ୍ଦାଣ ଉତ୍ସବ

ସାରନଗରୀ: ଦକ୍ଷିଣ ରାଉରକେଲା ବୋଇତ ବନ୍ଦାଣ ସମିତି ପକ୍ଷରୁ ୫୪ତମ ବୋଇତ ବନ୍ଦାଣ ଉତ୍ସବ ଦୁଇ ଦିନ ଧରି ସ୍ଥାନୀୟ ବୋଇତ ବନ୍ଦାଣ ପଡ଼ିଆ ଠାରେ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ଅତିଥିମାନେ ବୋଇତ ବନ୍ଦାପନା କରିଥିଲେ । ସନ୍ଧ୍ୟାରେ ରଘୁନାଥପାଲୀ ବିଧାୟକ ସୁବ୍ରତ ତରାଇ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପ୍ରଦୀପ ଜାଳି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଶୁଭ ଉଦ୍‌ଘାଟନ କରିଥିଲେ । ବୋଇତ ବନ୍ଦାଣ ଆମର ପ୍ରଭାବିତ ସଂସ୍କୃତି ଓ ପରିପୂର୍ଣ୍ଣ ଅର୍ଥନୀତିର ସ୍ମାରକୀ ପର୍ବ । ସାଧବ ପୁଅଙ୍କୁ ନୌବାଣିଜ୍ୟ ପରମ୍ପରାକୁ ମନେ ରଖିବା ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।

ସମ୍ମାନୀତ ଅତିଥି ଭାବେ ସିଆରପିଏଫ ଡିଆଇଜି ଦୟାନିଧି ତନ୍ତୀ ଯୋଗ ଦେଇଥିବାବଳେ ମୁଖ୍ୟବକ୍ତା ଭାବେ ପ୍ରଧ୍ୟାପିକା ରୁକ୍ମଣୀ ସାହୁ ଯୋଗ ଦେଇଥିଲେ । ଏହାପୂର୍ବରୁ ଗତକାଲି ରବିବାର ଠାରୁ ଆରମ୍ଭ ହୋଇଥିବା ଉତ୍ସବର ପ୍ରଥମ ଦିନରେ ବରିଷ୍ଠ ଶ୍ରମିକ ନେତା ପ୍ରଶାନ୍ତ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଶୁଭ ଉଦ୍‌ଘାଟନ କରିଥିଲେ । ବୋଇତ ବନ୍ଦାଣ ଉତ୍ସବ ହେଉଛି ଆମର ଐତିହ୍ୟକୁ ମନେ ପକାଇବାର ଦିନ ।  ଓଡ଼ିଶା କେବଳ ବୋଇତ ବନ୍ଦାଣ ପାଇଁ ପରିଚିତ ନୁହେଁ । କଳା ଓ ସଂସ୍କୃତିର ଉତ୍କର୍ଷ ମଧ୍ୟ ଆମର ପରିଚୟ ।

prayash

ଏହି ଅବସରରେ କୁନି କୁନି ପିଲାମାନଙ୍କ ମଧ୍ୟରେ ଚିତ୍ରାଙ୍କନ, ଝୋଟି ଓ ନୃତ୍ୟ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା ।  କୃତି ପ୍ରତିଯୋଗୀମାନଙ୍କୁ ମଞ୍ଚାସୀନ ଅତିଥିମାନେ ପୁରସ୍କୃତ କରିଥିଲେ । ମଞ୍ଚ ପରିଚାଳନା କବି ଅଜୟ ବିଶ୍ୱାଳ କରିଥିଲେ ।  ଦେଓଗାଁ ସମଲେଶ୍ୱରୀ ଅକ୍ରେଷ୍ଟା ପକ୍ଷରୁ ମେଲୋଡି କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହାକୁ ଦେଖିବା ପାଇଁ ଆଖପାଖ ଅଂଚଳର ଦର୍ଶକଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା ।

ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରିବାରେ ଦକ୍ଷିଣ ରାଉରକେଲା ବୋଇତ ବନ୍ଦାଣ ସମିତିର ସଭାପତି ବିଜୟ କୁମାର ମହାନ୍ତି, କାର୍ଯ୍ୟକାରୀ ସଭାପତି ଦିଲ୍ଲୀପ କୁମାର ଜେନା, ବିନୟ ବେହୁରା, ଅକ୍ଷୟ ପ୍ରହରାଜ, ସାଧାରଣ ସମ୍ପାଦକ ପ୍ରଭାତ କୁମାର ଜେନା, ଜଗନ୍ନାଥ ଶ୍ରୀଚରଣ ସାମଲ, ସୁଶାନ୍ତ ରାଉତ, ପଦ୍ମ ଲୋଚନ ଗିରି, ଘନଶ୍ୟାମ ସାହୁ, କେଶବ ଚନ୍ଦ୍ର ସାହୁ, ଚିନ୍ତାମଣି ବେହେରା, ସଂଜୟ ପଣ୍ଡା, ତରୁଣ କୁମାର ବିଶ୍ୱାଳ, ବିଜୟ ହରିଚନ୍ଦନ, ଅନୀଲ ମଲ୍ଲିକ, ତନ୍ମୟ ସେଠୀ, ରୋମିଓ ବିଶୋଇ, ଗୌରାଙ୍ଗ ନାୟକ, ସୁବାସ ଜେନା, ସଂଜୟ ଦାସ ପ୍ରମୁଖ ସହଯୋଗ କରିଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଲାଗି ଟାଙ୍ଗରପାଲୀ ପୁଲିସ କର୍ମୀ ମୃତୟନ ଥିଲେ ।

kalyan agarbati

Comments are closed.