ଆଜିଠାରୁ ଐତିହାସିକ ବାଲିଯାତ୍ରା

କଟକ : ଦୁଇବର୍ଷ କରୋନା କଟାକଣା ଯୋଗୁଁ କଟକର ବାଲିଯାତ୍ରା ମହୋତ୍ସବ ବନ୍ଦ ରହିଥିଲା। ଚଳିତବର୍ଷ କଟକଣା ହଟିବା ପରେ ମଙ୍ଗଳବାରଠାରୁ ଐତିହାସିକ ବାଲିଯାତ୍ରା ମହୋତ୍ସବ ଆରମ୍ଭ ହେବ । ୧୬ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ମହୋତ୍ସବକୁ ଜାକଜକମରେ ପାଳନ କରିବା ପାଇଁ ଜିଲା ପ୍ରଶାସନ, କଟକ ମହାନଗର ନିଗମ(ସିଏମସି), କଟକ ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ) ଏବଂ ପୁଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ରାଜ୍ୟସ୍ତରୀୟ ଏହି ବାଲିଯାତ୍ରା ପାଇଁ ମେଳା ପଡିଆ ଆଲୋକମାଳାରେ ଝଲସି ଉଠିଲାଣି । ଚଳିତବର୍ଷ ବାଲିଯାତ୍ରାରେ ମୋଟ ୧୨୦୦ରୁ ଊର୍ଦ୍ଧ୍ବ ଷ୍ଟଲ ଖୋଲିଥିବାବେଳେ ଓରମାସ ମଧ୍ୟ ୪୫୦ଷ୍ଟଲ ଖୋଲିଛି। ବାଲିଯାତ୍ରାରେ ପ୍ରଶାସନ ପକ୍ଷରୁ ପ୍ରତିଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଉଭୟ ବଲିଉଡ ଏବଂ ଓଲିଉଡ ପ୍ରସିଦ୍ଧ କଳାକାର ଯୋଗଦେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ। ମେଳାକୁ ସରସସୁନ୍ଦର କରିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଛି। ଆଇନଶୃଙ୍ଖଳା ରକ୍ଷା ପାଇଁ ୫୦ପ୍ଲାଟୁନ ଫୋର୍ସ ଉଭୟ ଉପର ଓ ତଳ ମେଳା ପଡିଆରେ ନିୟୋଜନ କରାଯାଇଛି । ମଙ୍ଗଳବାର ସନ୍ଧ୍ୟାରେ ଏହି ମହୋତ୍ସବ ଆନୁଷ୍ଠାନିକଭାବେ ଉଦ୍‍ଘାଟନ ହେବ। ମନ୍ତ୍ରୀ ନିରଞ୍ଜନ ପୂଜାରୀ ମୁଖ୍ୟଅତିଥିଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବାବେଳେ ଅବିଭକ୍ତ କଟକ ଜିଲାର ପ୍ରାୟ ସମସ୍ତ ମନ୍ତ୍ରୀ, ବିଧାୟକ ଓ ସାଂସଦ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

kalyan agarbati

Comments are closed.