ଆସିଲା ୪ର୍ଥ ପର୍ଯ୍ୟାୟ: ପଛରେ ବିଜେଡି, ଆଗେଇ ଚାଲିଛି ବିଜେପି
ଧାମନଗର: ଧାମନଗର ଉପନିର୍ବାଚନରେ ବିଜେଡି ବିଜେପି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି । ପ୍ରତିଟି ପର୍ଯ୍ୟାୟରେ ବିଜେପି ବିଜେଡି ଠାରୁ ଆଗୁଆ ରହୁଥିଲେ ମଧ୍ୟ ଭୋଟ ବ୍ୟବଧାନ ବଢ଼ିବାରେ ଲାଗିଛି । ପ୍ରଥମ, ଦ୍ୱିତୀୟ ଓ ତୃତୀୟ ରାଉଣ୍ଡରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ ବିଜେଡି ପ୍ରାର୍ଥିନୀ ଅବନ୍ତି ଦାସଙ୍କୁ ପଛରେ ପକାଇ ଅଗ୍ରସର ହେଉଥିବା ଦେଖିବାକୁ ମିଳୁଛି । ପ୍ରଥମ ପର୍ଯ୍ୟାୟରେ ବିଜେପି ପ୍ରାର୍ଥୀ ୭ଶହ ଭୋଟ୍ ଅଧିକ ପାଇଥିବା ବେଳେ, ଧୀରେ ଧୀରେ ଏହାର ବ୍ୟବଧାନରେ ବଢ଼ିବାରେ ଲାଗିଛି । ଏଥର ୪ର୍ଥ ରାଉଣ୍ଡରେ ବିଜେପି ପ୍ରାର୍ଥୀ ପୁଣି ବିଜେଡି ପ୍ରାର୍ଥୀଙ୍କୁ ପଛରେ ପକାଇ ୨୬ଶହ ଭୋଟରେ ଆଗୁଆ ରହିଛନ୍ତି ।
୪ର୍ଥ ରାଉଣ୍ଡରେ ବିଜେପିକୁ ୧୮୧୮୧, ବିଜେଡିକୁ ୧୪୯୨୦, ସ୍ୱାଧୀନକୁ ୨୩୬୨ ଓ କଂଗ୍ରେସକୁ ୫୫୭ ଖଣ୍ଡ ଭୋଟ୍ ମିଳିଛି । ଲଗାତର ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ ଆଗୁଆ ରହୁଥିବାରୁ ବିଜୟ ମୁହାଁ ହେଉଥିବା କୁହାଯାଉଛି । ହେଲେ ବର୍ତ୍ତମାନ ମଧ୍ୟ ଆହୁରି ୧୪ଟି ରାଉଣ୍ଡ ବାକି ରହିଛି । ତେଣୁ ଆଗାମୀ ରାଉଣ୍ଡରେ ବିଜେଡି କଡ଼ ଲେଉଟାଇପାରେ । ସେପଟେ ଧାମନଗରରେ ଦେଖିବାକୁ ମିଳିଲାଣି ଖୁସିର ଉତ୍ସବ । ବିଜେପି ସମର୍ଥକ ମାନେ ବିଜେପିର ବିଜୟ ହେବା ନେଇ ଦୃଢ଼ୋକ୍ତି ବାଢ଼ିଛନ୍ତି । ଆଗକୁ ବିଜେପିର ଏହି ଲିଡ୍ ଆହୁରି ବଢ଼ିବା ନେଇ କହିଛନ୍ତି ବିଜେପିର କର୍ମୀ ଓ ନେତା ମାନେ ।
Comments are closed.