www.samajalive.in
Tuesday, December 9, 2025
16.1 C
Bhubaneswar

‘ଠଗ୍ସ’ ଦେଖିବାକୁ ଚୀନ୍‌ରୁ ଆସୁଛନ୍ତି ପ୍ରଶଂସକ

ନଭେମ୍ବର ୮ରେ ଆଦିତ୍ୟ ଚୋପ୍ରା ପ୍ରଯୋଜିତ ‘ଠଗ୍ସ ଅଫ୍ ହିନ୍ଦୁସ୍ତାନ’ ମୁକ୍ତିଲାଭ ହେବ ବୋଲି ଘୋଷଣା କରାଯାଇଛି। ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ବିଗ୍ ବି ଅମିତାଭ ବଚ୍ଚନ, ଶ୍ରୀମାନ୍ ପରଫେକ୍ସନିଷ୍ଟ ଅମୀର ଖାନ୍, କ୍ୟାଟ୍ରିନା କେଫ୍ ଓ ଫାତିମା ସନା ଶେଖ୍ ଅଭିନୟ କରିଛନ୍ତି। ଦୁଇ ଦମ୍‌ଦାର ଯୋଡ଼ି ଅମିତାଭ ଓ ଅମୀରଙ୍କୁ ପ୍ରଥମଥର ଏକତ୍ର ବଡ଼ ପରଦାରେ ଦେଖିବାକୁ ମିଳିବ। ଅମୀରଙ୍କ ମତରେ ଅମିତାଭ ସାର୍‌ଙ୍କ ସହ କାମ କରିବାର ସୁଯୋଗ ମିଳିବା ତାଙ୍କ ସୌଭାଗ୍ୟ। ନିକଟରେ ଏଇ ଚଳଚ୍ଚିତ୍ର ସଂକ୍ରାନ୍ତ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ନଭେମ୍ବର ଦ୍ବିତୀୟ ସପ୍ତାହରୁ ଶେଷ ସପ୍ତାହ ପର୍ଯ୍ୟନ୍ତ ଚୀନ୍‌‌ରୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଭାରତର ମହାନଗରୀଗୁଡ଼ିକୁ ଆସୁଛନ୍ତି। ପରେ ଏକ ଏଜେନ୍ସି ଜାଣିବାକୁ ପାଇଥିଲେ ଯେ ଏହି ପର୍ଯ୍ୟଟକମାନେ ଭାରତୀୟ ଚଳଚ୍ଚିତ୍ରର ଖୁବ୍ ବଡ଼ ପ୍ରଶଂସକ। ଅମିତାଭ ଓ ଅମୀରଙ୍କ ଅଭିନୀତ ‘ଠଗ୍ସ..’ ଚଳଚ୍ଚିତ୍ର ଦେଖିବାକୁ ହିଁ ସେମାନେ ଭାରତ ଆସୁଛନ୍ତି। ଅମିତାଭ ବଚ୍ଚନ ଏ ଖବର ଜାଣିଲେ, ଉଡ଼ା ଖବର ବୋଲି ଏହାକୁ ଅଣଦେଖା କଲେ। ପ୍ରଯୋଜକ ଆଦିତ୍ୟ ଚୋପ୍ରା ବିଗ୍ ବିଙ୍କୁ ସତ୍ୟତା ଅବଗତ କରାଇଥିଲେ। ପ୍ରଶଂସକଙ୍କ ଭଲପାଇବା ଦେଖି ଅମିତାଭ ଆଶ୍ଚର୍ଯ୍ୟ ହେବା ସହ ନିଜକୁ ଭାଗ୍ୟବାନ୍ ମଣିଛନ୍ତି।

Hot this week

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

କଟାମୁଣ୍ଡ ପାଇଁ ଲଙ୍କାକାଣ୍ଡ: ଏମଭି -୨୬ ଗାଁ ଛାରଖାର

ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟେରୁ ନଦୀର ଡୁଡାମେଟଲା...

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

Related Articles

Popular Categories