www.samajalive.in
Sunday, December 7, 2025
14.1 C
Bhubaneswar

୨୦୨୪ରେ କଂଗ୍ରେସ ୯୦ ଆସନ ଜିତିବ: ଶରତ

ଭୁବନେଶ୍ୱର: ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଶୁକ୍ରବାର ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ଆୟୋଜିତ ଭାରତ ଯୋଡ଼ ଯାତ୍ରା ଜଗତପୁରରୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଆରମ୍ଭ ହୋଇ ଦିନ ଗୋଟାଏରେ ଟାଙ୍ଗିଠାରେ ପହଞ୍ଚିଥିଲା। ସେଠାରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସାଧାରଣ ଜନତାଙ୍କର ରକ୍ତ ଶୋଷୁଛନ୍ତି। ନବୀନ ସରକାର ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରୁନାହାନ୍ତି। ଏବେ ପରିବର୍ତ୍ତନର ସମୟ ଆସିଛି। ରାଜ୍ୟରେ ଓ ଦେଶରେ ମୂକ ବାଚାଳଙ୍କ ସରକାର ଚାଲିଛି। କେନ୍ଦ୍ରରେ ମୋଦୀ କେବଳ ଭାରତୀୟଙ୍କୁ ବିଭାଜିତ କରି ଭୋଟ ହାତେଇବା କାର୍ଯ୍ୟକ୍ରମରେ ବ୍ୟସ୍ତ। ମହଙ୍ଗା ମାଡ଼ରେ ଆମେ ଅଣନିଃଶ୍ୱାସୀ ହେଉଥିବା ବେଳେ ଏହାର ପ୍ରତିକାର ପାଇଁ ମୋଦୀ ସରକାରଙ୍କ କୌଣସି ଯୋଜନା ନାହିଁ। ସେ କହିଥିଲେ ଯେ କଂଗ୍ରେସ ଏକ ପ୍ରବହମାନ ସ୍ରୋତ। କୌଣସି ବନ୍ଧବାଡ଼ ଏହାକୁ ଅଟକାଇ ପାରିବ ନାହିଁ। ୧୯୯୦ରେ କଂଗ୍ରେସ ଓଡ଼ିଶାରେ ୧୦ ବିଧାୟକ ପାଇଥିବାବେଳେ ୫ ବର୍ଷ ପରେ ୧୯୯୫ରେ ବିଜୁବାବୁଙ୍କୁ ପରାସ୍ତ କରି ଏଠାରେ କଂଗ୍ରେସ ସରକାର ଗଢ଼ିଥିଲା। ଶ୍ରୀ ପଟ୍ଟନାୟକ ୯ରୁ ୯୦ ବିଧାୟକ କଂଗ୍ରେସ ଆଗାମୀ ଦିନରେ ଓଡ଼ିଶାରେ ହାସଲ କରିବ ବୋଲି ଦୃଢ଼ତାର ସହ କହିଥିଲେ।

ଅପରାହ୍ଣ ୩ଟାରେ ଟାଙ୍ଗିଠାରୁ ବାହାରି ଯାଜପୁର ଅଭିମୁଖେ ଯାତ୍ରା ଆରମ୍ଭ ହୋଇଥିଲା। ଯାଜପୁର ଜିଲା କଂଗ୍ରେସ କମିଟି ପକ୍ଷରୁ ଛତିଆଠାରେ ଭାରତ ଯୋଡ଼ ଯାତ୍ରାକୁ ସ୍ୱାଗତ କରାଯାଇଥିଲା। ଏହାପରେ ପଥଯାତ୍ରୀ ବଡ଼ଚଣା ପେଟ୍ରୋଲ ପମ୍ପଠାରେ ପହଞ୍ଚିଥିଲେ। ଯାଜପୁର ଜିଲାର ବଡ଼ଚଣା ରହଣି ଶିବିରରେ ପ୍ରଦେଶ କଂଗ୍ରେସ ସଭାପତି ରାତ୍ରିଯାପନ କରିବା କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମକୁ କଟକ ନଗର କଂଗ୍ରେସ ସଭାପତି ସୁରେଶ ମହାପାତ୍ର, କଟକ ଜିଲା କଂଗ୍ରେସ ସଭାପତି ମାନସ ଚୌଧୁରୀ, ଯାଜପୁର ଜିଲା କଂଗ୍ରେସ ସଭାପତି ମନୋଜ ରାଉତ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ରାମଚନ୍ଦ୍ର ଖୁଣ୍ଟିଆ, ଭୁଜବଳ ମାଝି, ରବି ମଲ୍ଲିକ, ବିଭୂତି ମିଶ୍ର, ବିଶ୍ୱରଞ୍ଜନ ମହାନ୍ତି, କିଶୋର ଜେନା, ବିଶ୍ୱଜିତ ଦାଶ, ସନତ ଦାସ, ବନ୍ଦିତା ପରିଡ଼ା, ଦେବେନ୍ଦ୍ର ସାହୁ, ଅଭିଷେକ ମହାନନ୍ଦ, ସରୋଜ ପଟ୍ଟନାୟକ, ପ୍ରଣତୀ ମିଶ୍ର, ଶୋଭା ସିଂ, ଜୟଶ୍ରୀ ପାତ୍ର, ପଦ୍ମାକର ଗୁରୁ, ପ୍ରକାଶ ମିଶ୍ର, ଅମିୟ ପଟ୍ଟନାୟକ, ଯାଜପୁର ଜିଲା କଂଗ୍ରେସ ସଭାପତି ମନୋଜ ରାଉତ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଶନିବାର ଚତୁର୍ଥ ଦିନରେ ଭାରତ ଯୋଡ଼ ଯାତ୍ରା ବଡ଼ଚଣା ପେଟ୍ରୋଲ ପମ୍ପଠାରୁ ବାହାରି ଚଣ୍ଡିଖୋଲଠାରେ ମଧ୍ୟାହ୍ନ ଭୋଜନ ଏବଂ ବିଶ୍ରାମ ପରେ ଜାରକା ପ୍ରେସକ୍ଲବ ପର୍ଯ୍ୟନ୍ତ ଯାତ୍ରା କରିବ ବୋଲି ପ୍ରଦେଶ କଂଗ୍ରେସ କମିଟି ମୁଖପାତ୍ର ନିଶିକାନ୍ତ ମିଶ୍ର ଏକ ପ୍ରେସ୍‌ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories