ମିଳିବ ୧୫ଲକ୍ଷ ଟଙ୍କାର କ୍ଷତିପୂରଣ

ଭୁବନେଶ୍ୱର: ଧାମନଗରର ୧୩୯ନଂ ବୁଥରେ ପୋଲିଂ ଅଫିସର ନଟବର ମୁଣ୍ଡାଙ୍କ ମୃତ୍ୟୁ ଘଟଣାକୁ ନେଇ ସିଇଓ ପ୍ରତିକ୍ରିୟା ରଖିଛନ୍ତି । ସିଇଓ କହିଛନ୍ତି, ଏହା ଏକ ଦୁଃଖଦ ଘଟଣା । ନଟବରଙ୍କ ପରିବାରକୁ ୧୫ଲକ୍ଷ ଟଙ୍କାର କ୍ଷତିପୂରଣ ମିଳିବ । ଗତକାଲି ନଟବର ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ ।

prayash

ସୁଚନା ଅନୁଯାୟୀ, ଧାମନଗର ଉପନିର୍ବାଚନ ପାଇଁ ୧୩୯ ନମ୍ବର ବୁଥରେ ପହଞ୍ଚିଥିଲେ ପୋଲିଂ ଅଫିସର ନଟବର ମୁଣ୍ଡା । ହେଲେ ପହଞ୍ଚିବା ପରେ ତାଙ୍କର ହଠାତ୍‌ ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇଥିଲା । ତେଣୁ ଗତକାଲି ଅସୁସ୍ଥତା କାରଣରୁ ନଟବରଙ୍କୁ ଏସସିବିରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ପୁଲିଂ ଅଫିସର ନଟବର ମୁଣ୍ଡାଙ୍କ ମୃତ୍ୟୁ ହୋଇଥିବା ନେଇ ଆଜି ଭଦ୍ରକ ଜିଲ୍ଳାପାଳ ସୂଚନା ଦେଇଥିଲେ ।

kalyan agarbati

Comments are closed.