www.samajalive.in
Monday, December 8, 2025
14.1 C
Bhubaneswar

ମଧ୍ୟାହ୍ନ @୧୨ ମୁଖ୍ୟ ଖବର

(୧) ଧାମନଗର ଉପନିର୍ବାଚନ ପାଇଁ ଭୋଟିଂ ଜାରି… ଦିନ ୧୧ଟା ସୁଦ୍ଧା ୨୨.୩୬% ହୋଇଛି ମତଦାନ… ଆରମ୍ଭରୁ ୫ଟି ବୁଥରେ ସାମାନ୍ୟ ତ୍ରୁଟି ଦେଖାଦେଇଥିବା କହିଲେ ସିଇଓ… ବର୍ତ୍ତମାନ ସମସ୍ତ ବୁଥରେ ସ୍ୱାଭାବିକ ହୋଇଛି ଭୋଟିଂ… କେଉଁଠି ନାହିଁ କୌଣସି ଅସୁବିଧା…

(୨) ୬ଟି ରାଜ୍ୟର ୭ଟି ବିଧାନସଭା ଆସନ ପାଇଁ ଆଜି ପଡ଼ୁଛି ଭୋଟ୍‌… ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ… ସଂଧ୍ୟା ୬ଟା ଯାଏଁ ଜାରି ରହିବ ଭୋଟିଂ… ମହାରାଷ୍ଟ୍ର, ହରିୟାଣା, ବିହାର, ତେଲେଙ୍ଗାନା, ଉତ୍ତରପ୍ରଦେଶ ଓ ଓଡ଼ିଶାରେ ହେଉଛି ଉପନିର୍ବାଚନ… ୭ ଆସନ ପାଇଁ ମୈଦାନରେ ରହିଛନ୍ତି ୪୭ ପ୍ରାର୍ଥୀ… ଭୋଟର କରୁଛନ୍ତି ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ…

- Advertisement -

(୩) ଆଜି ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ବାଜିବ ବିଗୁଲ… ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଘୋଷଣା ହେବ ତାରିଖ… ଚାଲିଛି ସାମ୍ବାଦିକ ସମ୍ମିଳନୀ… ଦୁଇଟି ପର୍ଯ୍ୟାୟରେ ହୋଇପାରେ ଗୁଜୁରାଟରେ ନିର୍ବାଚନ… ଘୋଷଣା କରିବେ ଭାରତୀୟ ନିର୍ବାଚନ କମିଶନ…

(୪) ଧାମନଗରର ୧୩୯ନଂ ବୁଥରେ ପୋଲିଂ ଅଫିସର ନଟବର ମୁଣ୍ଡାଙ୍କ ମୃତ୍ୟୁ ଘଟଣା… ପ୍ରତିକ୍ରିୟା ରଖିଲେ ସିଇଓ… କହିଲେ ଏହା ଏକ ଦୁଃଖଦ ଘଟଣା… ପରିବାରକୁ ମିଳିବ ୧୫ଲକ୍ଷର କ୍ଷତିପୂରଣ… ଗତକାଲି ନଟବର ହଠାତ୍‌ ଅସୁସ୍ଥତା ପରେ ହୋଇଥିଲେ ଡାକ୍ତିରଖାନାରେ ଭର୍ତ୍ତି…

(୫) ଧୂଆଁ ଧୂଆଁ ରାଜଧାନୀ… ଦିଲ୍ଲୀର ସମସ୍ତ ଅଞ୍ଚଳରେ ବାୟୁ ଗୁଣବତ୍ତା ଖରାପ… ଏନସିଆରରେ ୪ଶହ ଟପିଲା ଏକ୍ୟୁଆଇ… ଦେଖାଯାଉନି ରାସ୍ତାଘାଟ… ଅଣନିଃଶ୍ୱାସୀ ହୋଇପଡ଼ିଲେଣି ଦିଲ୍ଲୀବାସୀ… ଟିକିଏ ଶୁଦ୍ଧ ବାୟୁ ପାଇଁ ଲୋକେ କରୁଛନ୍ତି ସଂଗ୍ରାମ…

(୬) ରାଜ୍ୟରେ ସରୁନି ଦାଦନ ଦୁଃଖ… ଉଦ୍ଧାର ହେଲେ ଆଉ ୫୨ ଦାଦନ ଶ୍ରମିକ… କଣ୍ଟାବାଞ୍ଜି ରେଲୱେ ଷ୍ଟେସନରୁ ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କଲା ପୁଲିସ… ହାଇଦ୍ରାବାଦ ଚାଲାଣ ପାଇଁ ଉଦ୍ୟମ ହେଉଥିବା ବେଳେ ଧରିଲା ପୁଲିସ… ଘଟଣାରେ ଜଣେ ଦଲାଲ ଅଟକ… ଅନ୍ୟ ଜଣେ ଫେରାର… ଅଟକ ଦଲାଲକୁ ପଚରାଉଚରା କରୁଛି ପୁଲିସ…

(୭) ଇଡି ଖୋଲିବ ନାଗ ପେଡ଼ି… ଫିଟିବ ଲେଡି ବ୍ଲାକମେଲର ମାମଲାର ଗୁମର… ଘଟଣାର ତଦନ୍ତ କରିବ ପ୍ରବର୍ତ୍ତନ ନିର୍ଦେଶାଳୟ… ୪ ଜଣଙ୍କ ନାଁରେ ମାମଲା ରୁଜୁ… ପ୍ରଥମ ପର୍ଯ୍ୟାୟର ଅଭିଯୁକ୍ତ ତାଲିକାରେ ରହିଛନ୍ତି ଅର୍ଚ୍ଚନା ନାଗ ଓ ସ୍ବାମୀ ଜଗବନ୍ଧୁ ଚାନ୍ଦ…  ଖଗେଶ୍ବର ସାହୁ ଏବଂ ଶ୍ରଦ୍ଧାଞ୍ଜଳିଙ୍କୁ ମଧ୍ୟ ଘନଘନ ଜେରା କରିବ ଇଡି…

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories