ସକାଳ @୯ ମୁଖ୍ୟ ଖବର
(୧) ଭୁବନେଶ୍ୱରରେ ପଶିଲା ଦନ୍ତାହାତୀ… ପିପିଲିରୁ ରାଜଧାନୀ ଯାଏଁ ହାତୀ ଆତଙ୍କ… ଘଉଡାଇବାକୁ ନାକେଦମ ହେଲା ବନ ବିଭାଗ… ହାତୀ ପାଇଁ ନିୟୋଜିତ ହେଲେ ୬୦ରୁ ଅଧିକ ବନ କର୍ମଚାରୀ… ଶେଷରେ ଆଇଗିଣିଆ ନିକଟରେ ଦନ୍ତାକୁ କରାଗଲା ଟ୍ରାଙ୍କୁଲାଇଜର…
(୨) ଆସନ୍ତାକାଲି ଧାମନଗର ଉପନିର୍ବାଚନ… ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏଁ ହେବ ମତଦାନ… ଭୋଟ ପାଇଁ ଶେଷ ପର୍ଯ୍ୟାୟରେ ପ୍ରଶାସନର ପ୍ରସ୍ତୁତି… ବୁଥରେ ପହଞ୍ଚୁଛନ୍ତି ପୁଲିଂ ପାର୍ଟି… ୧୨୬ ବୁଥରେ ୱେବ୍ କାଷ୍ଟିଂର ବ୍ୟବସ୍ଥା… ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ୨୨ ପ୍ଲାଟୁନ ପୁଲିସ ମୁତୟନ…
(୩) ଆଜି ପବିତ୍ର ଅଁଳା ନବମୀ… ରାଧାପାଦ ଦର୍ଶନ ପାଇଁ ପୁରୀର ସାକ୍ଷୀଗୋପାଳ ମନ୍ଦିରରେ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼… ଧାଡ଼ିରେ ଯାଇ ରାଧାପାଦ ଦର୍ଶନ କରୁଛନ୍ତି ହଜାର ହଜାର ଭକ୍ତ… ଦୁଇ ବର୍ଷର କରୋନା କଟକଣା ପରେ ଭକ୍ତ ଭଗବାନ ଏକାଠି… ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା…
(୪) ବୋଲଗଡ଼ ପଞ୍ଚୁକୋଟ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା… କାର୍-ଟ୍ରକ୍ ମୁହାଁମୁହିଁ ଧକ୍କା… ଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁ… ମୃତକଙ୍କ ପରିଚୟ ଅସ୍ପଷ୍ଟ… ଦୁର୍ଘଟଣାସ୍ଥଳରେ ପୁଲିସ କରୁଛି ଛାନଭିନ୍… କାରଟି ଭୁବନେଶ୍ୱରରୁ ନୟାଗଡ଼କୁ ଯାଉଥିବା ସୂଚନା…
(୫) ଲାଗିବ ଚନ୍ଦ୍ର ଗ୍ରହଣ… ପାକତ୍ୟାଗ ନେଇ ଦୂର ହେଲା ଦ୍ୱନ୍ଦ୍ବ… ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ନୀତି ନିର୍ଦ୍ଧାରଣ… ସକାଳ ୫ଟା ୫୪ ମିନିଟରୁ ପାକତ୍ୟାଗ… ପୂର୍ବଦିନ ରାତି ୧୨ଟା ୧୦ରେ ଦ୍ୱାରଫିଟା ସହ ହେବ ଅନ୍ୟାନ୍ୟ ନୀତି… ସକାଳ ୫ଟା ୩୦ରେ ସରିବ ଭୋଗ ମଣ୍ଡପ…
(୬) ୫୭ ବର୍ଷରେ ପାଦ ଥାପିଲେ ବଲିଉଡର କିଙ୍ଗ୍ ଖାନ୍… ଶାହରୁଖଙ୍କୁ ଛୁଟୁଛି ଜନ୍ମଦିନର ଶୁଭେଚ୍ଛା… ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଉଛନ୍ତି ପ୍ରଶଂସକ… ମୁମ୍ବାଇ ସ୍ଥିତ ବାସଭବନରେ ଜମୁଛି ଫ୍ୟାନ୍ସଙ୍କ ଭିଡ…
(୭) ଟି-୨୦ ବିଶ୍ୱକପ୍… ଆଜି ବାଂଲାଦେଶକୁ ଭେଟିବ ଭାରତ… ସେମିରେ ପ୍ରବେଶ ପାଇଁ ଆଶା ରଖିଛି ଟିମ୍ ଇଣ୍ଡିଆ… ବିରାଟଙ୍କ ଉପରେ ରହିଛି ଫ୍ୟାନ୍ସଙ୍କ ଭରସା… ଆଜିର ମ୍ୟାଚ୍ ଉପରେ ରହିଛି କ୍ରିକେଟ୍ ପ୍ରେମୀଙ୍କ ନଜର…
Comments are closed.