ଆଜି ଅଁଳା ନବମୀ; ରାଧାରାଣୀଙ୍କ ପାଦ ଦର୍ଶନ କରୁଛନ୍ତି ଭକ୍ତ

ସାକ୍ଷୀଗୋପାଳ: ଆଜି ଅଁଳା ନବମୀ। ଦୁଇ ବର୍ଷ ପରେ ରାଧାରାଣୀଙ୍କ ପାଦ ଦର୍ଶନ କରୁଛନ୍ତି ଭକ୍ତ। କୋଭିଡ୍‌ କଟକଣା ହଟିଥିବାରୁ ସାକ୍ଷୀଗୋପାଳରେ ଅଁଳା ନବମୀରେ ଭକ୍ତଙ୍କୁ କେବଳ ରାଧାପାଦ ଦର୍ଶନ କରିବାକୁ ଅନୁମତି ଦେଇଛି ପୁରୀ ଜିଲା ପ୍ରଶାସନ। ମାତ୍ର ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଦଳାଚକଟା ଭୟରେ ରାଧାରାଣୀଙ୍କ ପାଦ ସ୍ପର୍ଶ କରିବାକୁ ନେଇ ଶ୍ରଦ୍ଧାଳୁଙ୍କୁ ଅନୁମତି ଦିଆଯାଇନାହିଁ । ଏନେଇ ପୁରୀ ଏସ୍‌ପି ସୂଚନା ଦେଇଛନ୍ତି।

prayash

ଭକ୍ତମାନେ ଧାଡିରେ ଆସି ଶାନ୍ତିଶୃଙ୍ଖଳାରେ ଠାକୁରଙ୍କୁ ଦର୍ଶନ କରୁଛନ୍ତି। ସାକ୍ଷୀଗୋପାଳ ମନ୍ଦିରର ସିଂହଦ୍ୱାର ଦେଇ ଶ୍ରଦ୍ଧାଳୁମାନେ ପ୍ରବେଶକରି ଠାକୁରଙ୍କୁ ଦର୍ଶନ କରୁଛନ୍ତି । ଦର୍ଶନ କରିବା ପରେ ଉତ୍ତରଦ୍ୱାର ଦେଇ ପ୍ରସ୍ଥାନ କରୁଛନ୍ତି ଶ୍ରଦ୍ଧାଳୁ । ଶୃଙ୍ଖଳିତ ଦର୍ଶନ ପାଇଁ ୨୦ ପ୍ଲାଟୁନ ଫୋର୍ସ ଓ ୫୦ ଜଣ ପୁଲିସ ଅଧିକାରୀଙ୍କୁ ମୁତୟନ କରାଯାଇଛି । ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଭକ୍ତମାନଙ୍କ ପାଇଁ ଗାଡ଼ି ପାର୍କିଂ, ପାଣିର ବ୍ୟବସ୍ଥା ବ୍ୟବସ୍ଥା କରାଯାଇଛି। ଭିନ୍ନକ୍ଷମଙ୍କ ପାଇଁ ୧୦ଟି ଇଲେକ୍ଟ୍ରିଗାଡ଼ିର ବ୍ୟବସ୍ଥା କରିଛି ପ୍ରଶାସନ ।

kalyan agarbati

Comments are closed.