ଭୁବନେଶ୍ୱରରେ ପଶିଲା ହାତୀ; ନାକେଦମ ହେଲା ବନ ବିଭାଗ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପଶିଲା ଦନ୍ତାହାତୀ । ବିଳମ୍ବିତ ରାତିରେ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ହାତୀ ଆତଙ୍କ ଦେଖାଦେଇଥିଲା । ପରେ ପରେ ରାଜଧାନୀରେ ହାତୀ ପଶିଥିବା ନେଇ ବନ ବିଭାଗ ଖବର ପାଇବା ପରେ ହାତୀ ଘଉଡାଇବାକୁ ଉଦ୍ୟମ କରିଥିଲା । ସୂଚନା ମୁତାବକ ହାତୀଟି ଗତକାଲି ପିପିଲିରେ ଉତ୍ପାତ କରିବା ପରେ ରାତିରେ ଭୁବନେଶ୍ୱର ମୁହାଁ ହୋଇଥିଲା । ପ୍ରଥମେ ଧଉଳିରୁ ଗ୍ୟାରେଜ ଛକ ଓ ପରେ ଲିଙ୍ଗରାଜ ମନ୍ଦିର ଯାଏଁ ହାତୀଟି ଆସିଥିବା ସୂଚନା ମିଳିଛି ।

prayash

ପରେ ପରେ ସୁନ୍ଦରପଦା, ପୋଖରୀପୁଟ ଦେଇ ଆଇଗିଣିଆ ଆଡେ ଚାଲିଯାଇଥିଲା । ସହର ଭିତରେ ହାତୀ ପଶିଥିବାରୁ ଘଉଡାଇବାକୁ ବନ ବିଭାଗ ନାକେଦମ ହୋଇଛି । ହନ୍ତାହାତୀକୁ ଘଉଡାଇବା କାର୍ଯ୍ୟରେ ୬୦ରୁ ଅଧିକ ବନ କର୍ମଚାରୀ ନିୟୋଜିତ ହୋଇଥିବା ବେଳେ ଶେଷରେ ଆଇଗିଣିଆ ନିକଟରେ ହାତୀକୁ ଟ୍ରାଙ୍କୁଲାଇଜର କରାଯାଇଥିବା ସୂଚନା ମିଳିଛି ।

ଗତକାଲି ପିପିଲିରେ ସକାଳୁ ସକାଳୁ ଦନ୍ତାହାତୀଟି ଦେଖିବାକୁ ମିଳିଥିଲା l ଗତକାଲି ଭୋର୍ ସମୟରେ ଏହି ହାତୀଟି ବନ୍ଧପଡା, ଦାନଗହିର ଓ ଜୟପୁର ଗାଁ ଦେଇ ଧାନପୁର ଗାଁରେ ପହଞ୍ଚିଥିଲା l ପରେ ପରେ ଧାନପୁରରୁ ଉଜାଣିପଡା ଗାଁକୁ ହାତୀଟି ଯାଇଥିଲା l ହାତୀ ଯୋଗୁଁ ପିପିଲିର ୩୦ରୁ ଊର୍ଦ୍ଧ୍ଵ ଗାଁରେ ଆତଙ୍କ ଦେଖାଦେଇଥିଲା ।

kalyan agarbati

Comments are closed.