ଜି ଉଦୟଗିରି: ଜି ଉଦୟଗିରି ପ୍ରାଣୀ ଚିକିତ୍ସା କାର୍ଯ୍ୟାଳୟ ପରିସରରେ ଆୟୋଜିତ ୭୧ତମ ଜିଲ୍ଲାସ୍ତରୀୟ ଗୋ ସମ୍ବର୍ଦ୍ଧନା ଉତ୍ସବରେ ମୂଖ୍ୟ ବକ୍ତା ଭାବେ ବାଲିଗୁଡା ଖଣ୍ଡିଅ ବନ ଅଧିକାରୀ ବିଶ୍ୱରାଜ୍ ପଣ୍ଡା ଯୋଗେ ଦେଇ କହିଛନ୍ତି ଯେ ଗୋମାତାକୁ ପୂଜା କଲେ ବନ୍ଧ୍ୟାକରଣ ଦୋଷ କଟିଥାଏ। ଆହୁରି ମଧ୍ୟ କହିଛନ୍ତି ଯେ ଗୋମାତାର ସିଙ୍ଘ, ନଖ ଆଦିକୁ ଔଷଧ ରୂପେ ବ୍ୟବହାର କରାଯାଇଥାଏ। ଜିଲାପ୍ରଣୀ ଚିକିତ୍ସା ଅଧିକାରୀ ଡଃ ଅଶୋକ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ମୂଖ୍ୟ ଅତିଥି ଭାବେ ଜି ଉଦୟଗିରି ବିଧାୟକ ସଲୁଗା ପ୍ରଧାନ, ଅନ୍ୟତମ ସମ୍ମାନିତ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଷମା ପ୍ରଧାନ, ପ୍ରକଳ୍ପ ନିର୍ଦ୍ଦେଶକ ଜଳଛାୟା ପ୍ରଶାନ୍ତ କୁମାର ତ୍ରିପାଠୀ, ଉଦ୍ୟାନ ବିଭାଗ ଉପ ନିର୍ଦ୍ଦେଶକ ମିହିର କାନ୍ତ ସାମନ୍ତରାୟ, ଯୋଗ ଦେଇ ଗୋମାତାକୁ କେବଳ ଦାନା ଟିକେ ଛାଡ଼ିଲେ ମାଲିକ ଆଉ କିଛି ଦେଇନଥାଏ କିନ୍ତୁ ଆମେ ତା ଠାରୁ କ୍ଷୀର, ଘିଅ, ଦହି, ଚଲା, ବିଭିନ୍ନ ମିଠା ଓ ଚାଷ ପାଇଁ ଖତ, ହଳ ପାଇଥାଉ। ତେଣୁ ଗୋମାତାର ସୁରକ୍ଷା ଆମର ପ୍ରଥମ କର୍ତ୍ତବ୍ୟ ହେବାର ଆବଶ୍ୟକତା ଅଛି। ଦୁଗ୍ଧ ଉତ୍ପାଦନରେ ଭାରତ ଏକ ନମ୍ବର ଥିବା ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡ ଅଶୋକ କୁମାର ତ୍ରିପାଠୀ ମତବ୍ୟକ୍ତ କରିଥିଲେ। କାର୍ଯ୍ୟକ୍ରମକୁ ନୋଡାଲ ଅଫିସର ଅଳକା ପଟ୍ଟନାୟକ ପରିଚାଳନା କରିଥିବା ବେଳେ ବ୍ଲକ ପ୍ରାଣୀ ଅଧିକାରୀ ଚିତ ରଞ୍ଜନ ସେଣ ଧନ୍ୟବାଦ ଅର୍ପଣ କରିଥିଲେ।
Popular Categories



