www.samajalive.in
Sunday, December 14, 2025
23.1 C
Bhubaneswar

ପଶ୍ଚିମ ଓଡ଼ିଶାର ନନ୍ଦନକାନନ ଭାବରେ ମାନ୍ୟତା ଲାଭ କରିବ ବୌଦ୍ଧର ପରିବେଶ ପାର୍କ

ବୌଦ୍ଧ- : ମଙ୍ଗଳବାର ଦିନ ପୂର୍ବାହ୍ନରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ କୁମାର ତ୍ରିପାଠୀ,ମୁଖ୍ୟ କାର୍ଯ୍ୟନିର୍ବାହୀ ଡଃ. ଅଜିତ କୁମାର ମିଶ୍ର ଏବଂ ବୈଷୟିକ ପରାମର୍ଶଦାତା ସୁନିଲ କୁମାର ନାୟକ ଦିନିକିଆ ବୌଦ୍ଧଜିଲା ଗସ୍ତରେ ଆସି ହରଭଙ୍ଗା ବ୍ଲକ ଅନ୍ତର୍ଗତ ବୀରନରସିଂହପୁର ସ୍ଥିତ ଯାଯାବରଠାରେ ପହଞ୍ଚିଥିଲେ । ଜିଲା ପ୍ରଶାସନ ପକ୍ଷରୁ ଅତିଥିମାନଙ୍କୁ ସ୍ୱାଗତ କରାଯାଇଥିଲା । ପରେ ଯାଯାବରଠାରେ ଜିଲାପାଳ ସତ୍ୟରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ତା.୨୧.୧୦.୨୨ ରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶିଳାନ୍ୟାସ ହୋଇଥିବା ଡବ୍ଲୁଓଡିସି ଇକୋ ପାର୍କ ପାଇଁ ପ୍ରସ୍ତାବିତ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସଂପର୍କରେ ପରିଷଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ତ୍ରିପାଠୀ ଓ ଅନ୍ୟ ଅଧିକାରୀମାନେ ସମୀକ୍ଷା କରିଥିଲେ । ମିଳିଥିବା ସୂଚନା ମୁତାବକ ୧୮ କୋଟିର ଏହି ପ୍ରସ୍ତାବିତ ପ୍ରକଳ୍ପ ପାଇଁ ୪ କୋଟି ଟଙ୍କା ରାଜ୍ୟ ସରକାର ମଞ୍ଜୁର କରିଥିବାବେଳେ ବର୍ତମାନ ୨ କୋଟି ଟଙ୍କା ଯୋଗାଇଦିଆଯାଇଛି ଏବଂ ପରବର୍ତ୍ତି ସମୟରେ ଆଉ ୨ କୋଟି ଟଙ୍କା ପ୍ରଦାନ କରାଯିବ ।

ଏହାର ଦାୟିତ୍ୱ ଜିଲାପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି । ପ୍ରକଳ୍ପର କାର୍ଯ୍ୟ ଜିଲା ବନଖଣ୍ଡ ଅଧିକାରୀ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ପଞ୍ଚାୟତ ସମିତି ହରଭଙ୍ଗାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହେବ । ଏଥିରେ ସ୍ଥାନୀୟ ଜନପ୍ରତିନିଧି,ମହିଳା ସ୍ୱୟଂସହାୟିକା ଗୋଷ୍ଠୀଙ୍କୁ ମଧ୍ୟ ସାମିଲ କରାଯାଇଛି । ଆଗାମୀ ଦିନରେ ଏହା ଏକ ସୁନ୍ଦର ପ୍ରକଳ୍ପ ଭାବରେ ବିକଶିତ ହେବାକୁ ଯାଉଅଛି । ଏହି ପରିବେଶ ପାର୍କକୁ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ଭଳି ବ୍ୟବସ୍ଥା କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି । ଏହାବ୍ୟତୀତ ବନ୍ୟଜନ୍ତୁମାନଙ୍କ ଉଦ୍ଧାର ତଥା ସଂରକ୍ଷଣ କେନ୍ଦ୍ର, ପକ୍ଷୀ ପାର୍କ,ନୂଆପଡା କ୍ଷୁଦ୍ର ଜଳସେଚନ ଡ୍ୟାମରେ ନୌକା ବିହାର,ସଫାରୀ,କାଫେଟୋରିଆ,ୟୋଗା ଉଦ୍ୟାନ,ବଟରଫ୍ଲାଏ ଉଦ୍ୟାନ,ଜଙ୍ଗଲ ମଧ୍ୟରେ ପ୍ରାକୃତିକ ଶୋଭାରାଜି ଉପଭୋଗ ପାଇଁ ଚଲାପଥ ସୃଷ୍ଟି,ହାଇକିଂ ଟ୍ରାକ୍‌,ଫୁଡକୋର୍ଟ,ଲେଣ୍ଡ ସ୍କେପିଂ,ଶିଶୁ ଉଦ୍ୟାନ ଆଦି ସୃଷ୍ଟି କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି ।

- Advertisement -

ଆସନ୍ତା ଡିସେମ୍ବର ୩୧ ତାରିଖ ମଧ୍ୟରେ ୧୫ ଜଣ ସ୍ଥାନୀୟ ପୁଅଝିଅଙ୍କୁ ଟୁରିଷ୍ଟ ଗାଇଡ ଭାବରେ ପ୍ରଶିକ୍ଷିତ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି । ଯାଯାବରଠାରେ ଆସନ୍ତା ୧୦ ତାରିଖ ମଧ୍ୟରେ ସ୍ୱୟଂସହାୟିକା ଗୋଷ୍ଠୀ ପକ୍ଷରୁ କାଫେ,ଓମଫେଡ ଓ ବୁଣାକାର ସାମଗ୍ରୀ ବିକ୍ରୟ ଷ୍ଟଲ ଖୋଲାଯାଇ ବିଭିନ୍ନ ସମାଗ୍ରୀର ପ୍ରଦର୍ଶନ ଏବଂ ବିକ୍ରୟ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ପରେ ପରେ ଜନକଲ୍ୟାଣ ସ୍ୱୟଂସହାୟକ ଗୋଷ୍ଠୀ ଏବଂ ମା ଗୀତାଞ୍ଜଳୀ ସ୍ୱୟଂସହାୟକ ଗୋଷ୍ଠୀ ଖଜୁରିପଡାର ମହିଳାମାନଙ୍କ ସହିତ ଅଧ୍ୟକ୍ଷ ଓ ଅଧିକାରୀମାନଙ୍କ ଆଲୋଚନା ହୋଇଥିଲା । ଅଧ୍ୟକ୍ଷ ଶ୍ରୀଯୁକ୍ତ ତ୍ରିପାଠୀ ସ୍ଥାନୀୟ ଖାଦ୍ୟର ସ୍ୱାତନ୍ତ୍ର‌୍ୟତା ବଜାୟ ରଖି ପରିବେଶ ପାର୍କକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବାକୁ ସ୍ୱୟଂସହାୟକ ଗୋଷ୍ଠୀର ମହିଳାମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ତ୍ରିପାଠୀ ଓ ଅନ୍ୟ ଅତିଥିମାନେ ଯାଯାବର ପରିସରରେ ବୃକ୍ଷ ରୋପଣ କରିଥିଲେ । ଏହି ବୈଠକରେ ଜିଲାପାଳ ସତ୍ୟ ରଞ୍ଜନ ସାହୁ,ଜିଲାପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର,ଉପନିର୍ଦ୍ଦେଶକ ଡିପିଏମୟୁ ଇ.ସୋରେଙ୍ଗ,ହରଭଙ୍ଗା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରବିନ୍ଦ୍ର କହଁର, ବୌଦ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅବିନାଶ ପାଣ୍ଡିଆ,ସହକାରୀ ନିର୍ବାହୀ ଯନ୍ତ୍ରୀ ମନୋରଞ୍ଜନ ପାତ୍ର ଓ ସମ୍ବିତ କୁମାର ବିଶ୍ୱାଳ,କନିଷ୍ଠ ଯନ୍ତ୍ରୀ ଦିବ୍ୟଲୋଚନ ନାଏକ,ଉପାଧ୍ୟକ୍ଷ ହରଭଙ୍ଗା ବ୍ଲକ ସରୋଜ କୁମାର ପ୍ରଧାନ,ରାଧାନଗର ସରପଞ୍ଚ ଗଣେଶ ବେହେରା ଏବଂ ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ପ୍ରମୁଖ ଉପସ୍ଥିତ ଥିଲେ । ସ୍ଥପତି ସୁମନ ଷଡଙ୍ଗୀ ପାୱାର ପଏଣ୍ଟ ମାଧ୍ୟମରେ ପରିବେଶ ପାର୍କ ନିର୍ମାଣ ସଂପର୍କରେ ସମସ୍ତ ତଥ୍ୟ ଉପସ୍ଥାପନ କରିଥିଲେ ।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories