ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଫୁଲବାଣୀରେ ପାଳିତ ହୋଇଯାଇଛି ବିହାରୀ ସମ୍ପ୍ରଦାୟର ଛଠ ପୂଜା। ସ୍ଥାନୀୟ ପିଲା ସାଲୁଙ୍କି ନଦୀ ନିକଟରେ ବାଲି ପଠାରେ ବିହାରୀ ସମ୍ପ୍ରଦାୟର ଲୋକେ ବିଭିନ୍ନ ପ୍ରକାର ଫଳ ଭୋଗ ନେଇ ପଚାଶରୁ ଉର୍ଦ୍ଧ୍ଵ ବିହାରୀ ସମ୍ପ୍ରଦାୟର ଲୋକମାନେ ମିଳିତ ଭାବେ ନୈବେଦ୍ୟ ଯୋଗାଡ କରି ସୂର୍ଯ୍ୟଙ୍କୁ ପୂଜା କରିଛନ୍ତି। ଛଠପୂଜା ନାହା ଖାଇଙ୍କ ପରମ୍ପରା ସହିତ ଆରମ୍ଭ। ଏହା ପରେ ଚତୁର୍ଥ ଦିନରେ ଖର୍ନା, ସାନ୍ଧ୍ୟା ଆର୍ଗିଆ ଏବଂ ଉଷା ଆର୍ଗିଆ ଦିଆଯାଏ। ଏହା ସହିତ ଛଠପୂଜା ସମାପ୍ତ ହୁଏ। ଛଠପୂଜାରେ ସୂର୍ଯ୍ୟ ଭଗବାନ ଏବଂ ମାତା ଛତିଙ୍କୁ ପୂଜା କରାଯାଏ। ଛଠପୂଜାରେ ମହିଳାମାନେ ୩୬ ଘଣ୍ଟା ଉପବାସ ପାଳନ କରନ୍ତି। ଏହି ମହୋତ୍ସବ ସୂର୍ଯ୍ୟ ଶାସ୍ତି ନାମରେ ମଧ୍ୟ ଜଣାଶୁଣା। ଫୁଲବାଣୀ ସ୍ଥିତ କାର୍ଯ୍ୟକ୍ରମରେ ଲକ୍ଷ୍ମୀନାରାୟଣ ପଟ୍ଟନାୟକ ସମ୍ପୂର୍ଣ୍ଣ ସହଯୋଗ କରି ପୂଜା କାର୍ଯ୍ୟ ସଫଳ କରାଇଥିଲେ।
Popular Categories



