ସ୍ମାର୍ଟସ୍କୁଲ ସହ ଛାତ୍ରାବାସ ପରିଦର୍ଶନ କଲେ ଜିଲ୍ଲାପାଳ

ହରଭଙ୍ଗା: ବୌଦ୍ଧ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ ୫ଟିରେ ସାମିଲ ହୋଇଥିବା କୁଶଙ୍ଗ ପଂଚାୟତ ହାଇସ୍କୁଲ ସହିତ ସେଠାରେଥିବା ଶହେ ଶଯ୍ୟା ବିଶିଷ୍ଟ ଅନୁସୂଚିତଜାତି  ଛାତ୍ରାବାସ ପରିଦର୍ଶନ କରିଛନ୍ତି । ସ୍ମାର୍ଟ ହାଇସ୍କୁଲ ଏବଂ ଛାତ୍ରବାସର ଶୌଚାଳୟ  ଅପରିଷ୍କାର ଥିବା ଦେଖି ଅସନ୍ତୋଷ ପ୍ରକାଶ କରିଥିଲେ । ଏହାସହିତ ବିଦ୍ୟାଳୟ ପରିସର ଅପରିଷ୍କାର ଥିବା ଦେଖି ସ୍କୁଲ କର୍ମଚାରୀଙ୍କୁ ତାଗିଦ୍‌ କରିଥିଲେ । ଛାତ୍ରାବାସରେ ରହୁଥିବା ଅନ୍ତେବାସୀ ମଶାରୀ ବ୍ୟବହାର କରୁନଥିବା ମଧ୍ୟ ଜାଣିବାକୁ ପାଇଥିଲେ ।

prayash

ବିଦ୍ୟାଳୟ ସମ୍ମୁଖ ଭାଗରେ ଥିବା ପୋଖରୀରର ଉନ୍ନତିକରଣ ସହିତ ସୌନ୍ଦର୍ଯ୍ୟ କରଣ ପାଇଁ ନିର୍ଦ୍ଦେଶ ଦେଇଥିଲେ । ସାଇକେଲଷ୍ଟାଣ୍ଡ ସାଙ୍ଗକୁ ବିଦ୍ୟାଳୟ ପାଚେରୀ ନିର୍ମାଣ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ । ପରେ ଛତ୍ରଙ୍ଗସ୍ଥିତ ନାରାୟଣ ଉଚ୍ଚବିଦ୍ୟାଳୟ ପରିଦର୍ଶନ କରିବା ସହିତ ଶିକ୍ଷାନୁଷ୍ଠନାରେ ରହିଥିବା ଖେଳପଡିଆ ସମସ୍ୟା, ଆଜବେଷ୍ଟସ ଶ୍ରେଣୀଗୃହ, ପିଈବାପାଣି ସମସ୍ୟାର ସମାଧାନ ପାଇଁ ବୌଦ୍ଧ ଜିଲ୍ଲାପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ପିଈବାପାଣି ପାଇଁ ଏକ୍ୟୁଆଗାର୍ଡ ସଂଯୋଗ କରିବା ସହିତ ଏକ ବୋରେଓଲ ନିର୍ମାଣ ପାଇଁ ନିର୍ଦ୍ଦେଶ ଦେଇଥିଲେ । ତାଙ୍କ ପରିଦର୍ଶନ ସମୟରେ ସାଙ୍ଗରେ ବୌଦ୍ଧ ଜିଲ୍ଲାପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର, ଜିଲ୍ଲା ଶିକ୍ଷାଅଧିକାରୀ ଉଦୟନାଥ ମଲ୍ଲିକ, ହରଭଙ୍ଗା ବି.ଡି.ଓ ରବୀନ୍ଦ୍ରନାଥ କହଁର ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ବୀରନରସିଂହପୁରରେ ପହଞ୍ଚି ନନ୍ଦନବନ ଉନ୍ନୟନକାର୍ଯ୍ୟ ଉପରେ ବିଭାଗୀୟ ଅଧିକାରୀଙ୍କ ସହିତ ସମୀକ୍ଷା କରିଥିଲେ ।

kalyan agarbati

Comments are closed.