ଶିକ୍ଷୟିତ୍ରୀଙ୍କୁ ଅସଦାଚରଣ ଅଭିଯୋଗ; ଶିକ୍ଷକଙ୍କୁ ଗିରଫ କରି କୋର୍ଟଚାଲାଣ କଲା ପୁଲିସ

ଲାଞ୍ଜିଗଡ: ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ପାଳିତ ହେଉଥିବା ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଚାଲିଥିବା ବେଳେ ଜଣେ ଶିକ୍ଷୟିତ୍ରୀଙ୍କୁ ଜଣେ ଶିକ୍ଷକ ଅସଦାଚରଣ କରିଥିବା ନେଇ ଅଭିଯୋଗ ହୋଇଛି । ଏ ନେଇ ପୀଡିତା ଶିକ୍ଷୟିତ୍ରୀ ପୁଲିସ ନିକଟରେ ଅଭିଯୋଗ କରିବା ପରେ ପୁଲିସ ପକ୍ଷରୁ ତଦନ୍ତ କରାଯିବା ସହ ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଏପରି ଏକ ଲଜ୍ଜାଜନକ ଘଟଣା କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁରରେ ଘଟିଛି ।

prayash

ପୁଲିସ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ଶୁକ୍ରବାର ଦିନ ବିଶ୍ୱନାଥପୁରସ୍ଥିତ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ବ୍ଲକର ୧୩ଟି କ୍ଲଷ୍ଟରର କୃତୀ ଛାତ୍ରଛାତ୍ରୀଙ୍କୁ ନେଇ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା । ଏଥିରେ ବିଭିନ୍ନ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀମାନେ ମଧ୍ୟ ସାମିଲ ହୋଇଥିଲେ । ଏହି ସମୟରେ ଅପରାହ୍ଣରେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଚାଲିଥିବାବେଳେ ବନ୍ଧପାରି ସ୍କୁଲର ଜଣେ ଶିକ୍ଷୟିତ୍ରୀଙ୍କୁ ବିଶ୍ବନାଥପୁରର ଜଣେ ଶିକ୍ଷକ ହେମସାଗର ପ୍ରଧାନୀ ଅସଦାଚରଣ କରିବା ସହ ଜାତିଆଣ ଆକ୍ଷେପ କରିଥିବା ନେଇ ଶନିବାର ଦିନ ସମ୍ପୃକ୍ତ ଶିକ୍ଷୟିତ୍ରୀ ବିଶ୍ବନାଥପୁର ଥାନାରେ ଅଭିଯୋଗ କରିଥିଲେ ।

ଅଭିଯୋଗ ପରେ ପୁଲିସ ଏନେଇ ଏକ ମାମଲା ରୁଜୁ କରିବା ସହିତ ତଦନ୍ତ ଆରମ୍ଭ କରି ଅଭିଯୁକ୍ତ ଶିକ୍ଷକଙ୍କୁ ଅଟକ ରଖିଥିଲା । ଏନେଇ କେସ୍ ନଂ ୭୪/୨୦୨୨ ଆଇପିସି ୩୫୪, ୩୫୪ଡି, ୫୦୯, ଏଟ୍ରୋସିଟି ଆଇନ-୨୦୧୫ ଅନୁଯାୟୀ ମାମଲା ରୁଜୁ କରି ଅଭିଯୁକ୍ତ ଶିକ୍ଷକକୁ କୋର୍ଟଚାଲାଣ କରାଯାଇଛି । କେସିଙ୍ଗା ଏସ୍ ଡିପିଓ ଅଭିନବ ସୋନକରଙ୍କ ତତ୍ବାବଧାନରେ ବିଶ୍ବନାଥପୁର ଥାନାଧିକାରୀ ରୁନୁକୁମାରୀ ମାଝୀ ଘଟଣାର ତଦନ୍ତ କରୁଛନ୍ତି ।

kalyan agarbati

Comments are closed.