ବୈଦିକ ବ୍ରାହ୍ମଣ ପରିଷଦର ସାଧାରଣ ବୈଠକ

କାମାକ୍ଷାନଗର: ବୈଦିକ ବ୍ରାହ୍ମଣ ପରିଷଦର ଏକ ସାଧାରଣ ବୈଠକ ଅନନ୍ତପୁର ସ୍ଥିତ ଶ୍ରୀରାମ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି l ପରିଷଦର ବରିଷ୍ଠ ସଦସ୍ୟ ବାମଦେବ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସଦସ୍ୟମାନେ ଉପସ୍ଥିତ ରହି ବିଭିନ୍ନ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l ଏହି ଆଲୋଚନା କାଳରେ ମୁଖ୍ୟତଃ ଗତ ସୂର୍ଯ୍ୟ ପରାଗ ସମୟରେ କେତେକ ହେତୁବାଦୀଙ୍କ ଶ୍ରୀ ଜଗନ୍ନାଥ ସଂସ୍କୃତି ଓ ବ୍ରାହ୍ମଣ ସମାଜକୁ ଅପମାନିତ ନେଇ କରିଥିବା କାର୍ଯ୍ୟକଳାପ ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଏ ସଂକ୍ରାନ୍ତରେ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ଦେବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି l

prayash

ଏଥି ସହିତ ପରିଷଦର ସଂଗଠନକୁ ସୁଦୃଢ କରିବା ପାଇଁ ସମସ୍ତଙ୍କର ମତ ପ୍ରକାଶ ପାଇଥିଲା l ଏହି ଅବସରରେ ପରିଷଦର କର୍ମକର୍ତ୍ତା ଚୟନ କରାଯାଇଥିଲା l ଏଥିରେ ସଞ୍ଜୟ କୁମାର ମିଶ୍ର ( ବାଙ୍କ ବାବୁ )ଙ୍କୁ  ସଭାପତି ଭାବେ ଚୟନ କରିଥିବା ବେଳେ ସନ୍ତୋଷ କୁମାର ପତି, ହିମାଂଶୁ ଶେଖର ମହାପାତ୍ର, ଅକ୍ଷୟ କୁମାର ନନ୍ଦଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ମନୋନୀତ କରାଯାଇଛି l ସେହିପରି ଶିଶିରକାନ୍ତ ପଣ୍ଡା, ଉପସଭାପତି, ଶ୍ରୁତିପଦ ନନ୍ଦ ସଂମ୍ପାଦକ, ଶକ୍ତି ପ୍ରସାଦ ହୋତା ସହ ସମ୍ପାଦକ, ନିଶିଥ ପାଣିଗ୍ରାହୀ କୋଷାଧ୍ୟକ ଭାବେ ମନୋନୀତ ହୋଇଥିବା ବେଳେ ଆଦିତ୍ୟ କୁମାର ଆଚାର୍ଯ୍ୟ, ପ୍ରତ୍ୟୁଷ କୁମାର ମିଶ୍ର, ଅଶ୍ୱିନୀ ମହାପାତ୍ର, ପ୍ରକାଶ ଚନ୍ଦ୍ର ପଣ୍ଡା, ଅଜିତ କୁମାର ଦାଶ, ଚିତ୍ତ ରଞ୍ଜନ ଦ୍ୱିବେଦି, ପ୍ରମୋଦ କୁମାର ମିଶ୍ରଙ୍କୁ କାର୍ଯ୍ୟକାରୀ ସଦସ୍ୟକୁ ମନୋନୀତ ହୋଇଛନ୍ତି l

ପରିଷଦର ବରିଷ୍ଠ ସଦସ୍ୟ ପଣ୍ଡିତ ଦିବାକର ନନ୍ଦ, ପଣ୍ଡିତ କୃଷ୍ଣ ଚନ୍ଦ୍ର ମିଶ୍ର, ପଣ୍ଡିତ ସତୀଶ ପ୍ରସାଦ ଆଚାର୍ଯ୍ୟ, ମେଜର ପ୍ରଭାତ କୁମାର ଦାଶ, ଅମର ପ୍ରସାଦ ଶତପଥୀ, ବାମଦେବ ଦାଶ, ସୀତାଂଶୁ ଶତପଥୀ, ଆଦିତ୍ୟ ପ୍ରସାଦ କର, ସତ୍ୟନାରାୟଣ ତ୍ରିପାଠୀ, ପ୍ରମୋଦ କୁମାର ଦାଶ, ଉପେନ୍ଦ୍ର କୁମାର ପଣ୍ଡା ପ୍ରମୁଖ ଉପଦେଷ୍ଟା ମଣ୍ଡଳୀରେ ରହିଛନ୍ତି l ପରିଶେଷରେ ନବ ନିର୍ବାଚିତ ସଭାପତି ସଞ୍ଜୟ କୁମାର ମିଶ୍ର ବ୍ରାହ୍ମଣ ପରିଷଦର ସଂଗଠନକୁ ସୁଦୃଢ କରିବାକୁ ସମସ୍ତ ସଦସ୍ୟ ମାନଙ୍କର ସହଯୋଗ କାମନା କରି ଧନ୍ୟବାଦ ଦେଇଥିଲେ l

kalyan agarbati

Comments are closed.