ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ

ପୂଜ୍ୟ ପ୍ରଣାମ

ଭାରତର ସ୍ୱାଧୀନତା ସଂଗ୍ରାମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ୧୮୭୫ ମସିହା ଅକ୍ଟୋବର ୩୧ରେ ଜନ୍ମଗ୍ରହଣ କରିଥିଲେ। ପିଲାଟିଦିନରୁ ଦୃଢ଼ମନା, ସ୍ପଷ୍ଟବାଦୀ ବଲ୍ଲଭ ଭାଇ ବହୁ ପ୍ରତିକୂଳ ପରିସ୍ଥିତ ଦେଇ ଆଗକୁ ବଢ଼ିଥିଲେ। ୧୯୪୦ ମସିହାରେ ସେ ଗାନ୍ଧିଜୀଙ୍କ ଡାକରାରେ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥିଲେ। ସ୍ୱାଧୀନ ଭାରତର ସେ ପ୍ରଥମ ଉପ-ପ୍ରଧାନମନ୍ତ୍ରୀ ଥିଲେ। ତାଙ୍କର ଅବଦାନ ନିମିତ୍ତ ତାଙ୍କୁ “ଲୌହ ମାନବ” ଉପାଧି ମିଳିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦେଶବାସୀଙ୍କ ଉଦ୍ଦେଶ୍ୟରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କର ୧୮୨ ମିଟର ଉଚ୍ଚ ପ୍ରତିମୂର୍ତ୍ତି ୨୦୧୮ ଅକ୍ଟୋବର ୩୧ ତାରିଖରେ ଉଦଘାଟନ କରିଥିଲେ। ଗୁଜରାଟର ନର୍ମଦା ନଦୀକୂଳରେ ଏହି ବିଶାଳ ମୂର୍ତ୍ତି ସ୍ଥାପିତ ହୋଇଛି। ଏହାକୁ ଏକତାର ପ୍ରତିମୂର୍ତ୍ତି ଭାବରେ ସମ୍ବୋଧନ କରାଯାଉଛି। ୧୯୫୦ ଡିସେମ୍ବର ୧୫ରେ ସେ ପ୍ରାଣ ହରାଇଥିଲେ।

kalyan agarbati

Comments are closed.