www.samajalive.in
Sunday, December 14, 2025
19.1 C
Bhubaneswar

ବଲାଙ୍ଗିରରେ ସପ୍ତମ ଆୟୁର୍ବେଦ ଦିବସ ପାଳିତ

ବଲାଙ୍ଗିର: ଆୟୁର୍ବେଦ ଉପରେ ବିଶ୍ୱାସ ବଢିଛି। କେବଳ ମାନବ ସମାଜ ନୁହେଁ ପ୍ରାଣୀ ଚିକିତ୍ସାରେ ଅବଦାନ କମ ନୁହେଁ। ଆମେ ଯେଉଁ ପରିକଳ୍ପନା ଆୟୁର୍ବେଦକୁ ନେଇ କରୁଛେ ବର୍ତ୍ତମାନ ପରିପ୍ରେକ୍ଷୀରେ ପ୍ରାଣୀ ଚିକିତ୍ସାରେ ତାହା ସଫଳ ହୋଇଛି। ଖୁବ ଅଳ୍ପ ଖର୍ଚ୍ଚରେ ଯେଉଁ ଫଳ ମିଲୁଛି ତାହା ପଶୁପାଳନ କ୍ଷେତ୍ରରେ ଚାଷୀମାନଙ୍କୁ ସୁହାଇବ। ଚାଷୀମାନେ ଅତ୍ୟଧିକ ଖର୍ଚ୍ଚାନ୍ତ ହେବେ ନାହିଁ। ତେଣୁ ପ୍ରାଣୀ ଚିକିତ୍ସାରେ ଆୟୁର୍ବେଦର ଗୁରୁତ୍ୱ ବଢିଥିବା ବେଳେ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତପ୍ରକାଶ ପାଇଛି। ସ୍ଥାନୀୟ ଆୟୁର୍ବେଦ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟ ପରିସରରେ ସପ୍ତମ ଆୟୁର୍ବେଦ ଦିବସ ଉପଲକ୍ଷେ ଅସ୍ଥିସାନ୍ଦ୍ରତା ତଥା ବୈଜ୍ଞାନିକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମ ସମୁହକୁ ଅନୁଷ୍ଠାନର ଅଧ୍ୟକ୍ଷ ପ୍ରଫେସର ଡା. ଅରୁଣ ଦାସ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଆୟୋଜିତ ଆଲୋଚନାଚକ୍ରରେ ଆୟୁର୍ବେଦ ସମ୍ବନ୍ଧୀୟ ୧୪ଟି ବିଭିନ୍ନ ଗବେଷଣାତ୍ମକ ସନ୍ଦର୍ଭ ପାଠ କରାଯାଇଥିଲା। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଆୟୁର୍ବେଦର ପ୍ରାଣୀ ଚିକିତ୍ସାରେ ଉପଯୋଗ ସମ୍ବନ୍ଧୀୟ ବୈଜ୍ଞାନିକ ତଥ୍ୟ ଉପସ୍ଥାପନ କରିଥିଲେ। ପ୍ରାଣୀ ଚିକିତ୍ସକ ଡା. ବିମଳ ଚୌଧୁରୀ, ଡା.ସୂର୍ଯ୍ୟସ୍ମିତା ରଥ ପ୍ରାଣୀ ଚିକିତ୍ସାରେ ଆୟୁର୍ବେଦୀୟ ଦ୍ରବ୍ୟର ଉପଯୋଗିତା ଉପରେ ଆଲୋକପାତ କରିଥିଲେ।

- Advertisement -

ଚିକିତ୍ସାଳୟ ପରିସରରେ ସ୍ୱତନ୍ତ୍ର ଭାବେ ବୟସ୍କ ଜନସାଧାରଣଙ୍କ ନିମନ୍ତେ ଅସ୍ଥିସାନ୍ଦ୍ରତା ପରୀକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ସମୁଦାୟ ୧୨୦ ଜଣ ରୋଗୀଙ୍କର ପରୀକ୍ଷା କରାଯାଇଥିଲା। ଅପରାହ୍ନରେ ଆୟୁର୍ବେଦର ଲୋକପ୍ରିୟତା ନିମନ୍ତେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କୁଇଜ୍ ପ୍ରତିଯୋଗିତା ହୋଇଥିଲା।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories