www.samajalive.in
Sunday, December 14, 2025
26.1 C
Bhubaneswar

ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ

ଭୁବନେଶ୍ୱର: ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ତରଫରୁ ଭୁବନେଶ୍ୱରସ୍ଥିତ ଜୀବନାନନ୍ଦ ଆପାର୍ଟମେଣ୍ଟ ପରିସରରେ ଏକ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ସପ୍ତମ ଜାତୀୟ ଆୟୁର୍ବେଦ ଦିବସ ପାଳନ ଅବସରରେ ପୁରୀସ୍ଥିତ ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ସୁଦର୍ଶନ ବେହେରାଙ୍କ ଗଭୀର ପ୍ରଚେଷ୍ଟାରେ ସପ୍ତାହ ବ୍ୟାପୀ ଆୟୁର୍ବେଦର ସଫଳ ରୂପାୟନ ପାଇଁ ବିଭିନ୍ନ ପ୍ରକାରର କର୍ମଶାଳା ଓ କାର୍ୟ୍ୟ ହୋଇଆସୁଛି।

ଏଥିରେ ଶତାଧିକ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ସହିତ ବିଭିନ୍ନ ଵୟସର ବ୍ୟକ୍ତି ଓ ରୋଗୀ ଭାଗ ନେଇ ଆୟୁର୍ବେଦର ଚିକିତ୍ସା ଓ ଉଦ୍ଦେଶ୍ୟ ଜାଣିବା ସହ ବିଭିନ୍ନ ରୋଗ ପାଇଁ ପରାମର୍ଶ କରି ସ୍ଵାସ୍ଥ୍ୟ ପରୀକ୍ଷା କରିଥିଲେ। ସେହି ମହାବିଦ୍ୟାଳୟର ଆସୋସିଏଟ୍ ପ୍ରଫେସର ଡା ଦୀପ୍ତିରେଖା ଦାଶଙ୍କ ପରିଚାଳନାରେ ଡା ଶ୍ରୀନିବାସ ଦାସ, ଡା.ଵାସୁଦେଵ ସା, ଡା. ଆକାଶ ରଞ୍ଜନ ଦେବଙ୍କ ସହାୟତାରେ ଡାବର ଇଣ୍ଡିଆ କମ୍ପାନୀର ସହଯୋଗରେ ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ଏଥିରେ ଆପାର୍ଟମେଣ୍ଟର ସେକ୍ରେଟାରୀ ଅନିଲ୍ ବିଶୋଇ, ସଭ୍ୟ ଚିଦାନନ୍ଦ ଜେନା, ବ୍ରହ୍ମାନନ୍ଦ ପଣ୍ଡା, ସିଦ୍ଧେଶ୍ୱର ନାୟକ, ଶିଵ ଶେଖର ରଥ ପ୍ରମୁଖ ସହଯୋଗ କରିଥିଲେ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories