www.samajalive.in
Monday, December 15, 2025
16.1 C
Bhubaneswar

ଗୋପବନ୍ଧୁ ମହିଳା କଲେଜରେ ଡେଙ୍ଗୁ ସଚେତନତା

ଆଠଗଡ଼: ଆଠଗଡ଼ସ୍ଥିତ ଗୋପବନ୍ଧୁ କନିଷ୍ଠ ମହିଳା ମହାବିଦ୍ୟାଳୟ ଏନଏସଏସ ଓ ସ୍କାଉଟ-ଗାଇଡ ପକ୍ଷରୁ ଶନିବାର ଡେଙ୍ଗୁରୋଗ ସଂପର୍କୀତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସକାଳେ ଏନଏସଏସ ଓ ସ୍କାଉଟ-ଗାଇଡର ଶତାଧିକ ସ୍ୱେଚ୍ଛାସେବୀ ଛାତ୍ରୀ ହାତରେ ଡେଙ୍ଗୁ ସଂପର୍କୀତ ବିଭିନ୍ନ ସଚେତନଧର୍ମୀ ଲେଖା ସମ୍ବଳିତ ପ୍ଲାକାର୍ଡ ଧରି ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ। ଏହି ଶୋଭାଯାତ୍ରାକୁ କଲେଜର ଅଧ୍ୟକ୍ଷା ସଂଯୁକ୍ତା ମହାପାତ୍ର ପତାକା ଦେଖାଇ ଉଦ୍‍ଘାଟନ କରିଥିଲେ। ଅପରାହ୍ନରେ କଲେଜ ପ୍ରେକ୍ଷାଗୃହରେ ଡେଙ୍ଗୁ ସଂପର୍କୀତ ଏକ ସଚେତନତା ସଭାରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଆଠଗଡ଼ ଉପଖଣ୍ଡ ଡାକ୍ତରଖାନା ଅଧିକ୍ଷକ ଡାକ୍ତର ବିଜୟ କୁମାର ମିଶ୍ର ଯୋଗଦେଇ ଡେଙ୍ଗୁ ଜ୍ୱରର କାରଣ, ଲକ୍ଷଣ, ନିରାକରଣ ଓ ଚିକିତ୍ସା ସଂପର୍କରେ ଛାତ୍ରୀମାନଙ୍କୁ ବିସ୍ତୃତ ଭାବେ ବୁଝାଇଥିଲେ। ଏଡିସ ମଶା କାମୁଡିବା ଦ୍ୱାରା ଡେଙ୍ଗୁଜ୍ୱର ହେଉଥିବାରୁ ଏଡିସ ମଶାର ବଂଶବୃଦ୍ଧି କିପରି ନହେବ ସେ ବିଷୟରେ ବୁଝାଇବାକୁ ଯାଇ ଡାକ୍ତର ମିଶ୍ର ନିଜ ଘର ଚତୁଃପାର୍ଶ୍ବ ସଫା ରଖିବା, କୌଣସି ପାତ୍ରରେ ବା ଖାଲରେ ଅଧିକ ଦିନ ପାଣି ଜମା ହେବାକୁ ନଦେବା ଏବଂ ନିୟମିତ ମଶାରୀ ଲଗାଇ ଶୋଇବା ଲାଗି ପରାମର୍ଶ ଦେଇଥିଲେ। ଡେଙ୍ଗୁ ଅବା ଯେ କୌଣସି ଜ୍ୱର ଆସିଲେ ତାକୁ ହାଲକା ଭାବେ ଗ୍ରହଣ ନକରି ତୁରନ୍ତ ଡାକ୍ତରଙ୍କ ପରାମର୍ଶକ୍ରମେ ରକ୍ତ ପରୀକ୍ଷା କରିବା ସହିତ ଆବଶ୍ୟକୀୟ ଚିକିତ୍ସା କରାଇବା ଜରୁରୀ ବୋଲି ସେ ମତବ୍ୟକ୍ତ କରିଥିଲେ। କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷା ଡଃ ସ୍ନେହଲତା ତ୍ରିପାଠୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଏନଏସଏସର ଯୋଜନା ଅଧିକାରିଣୀ ଅଧ୍ୟାପିକା ସ୍ମିତା ମହାପାତ୍ର ପ୍ରାରମ୍ଭିକ ସୂଚନା ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସ୍କାଉଟ-ଗାଇଡର ଅଧିକାରୀ ବିଜୟାଲକ୍ଷ୍ମୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। କଲେଜର ସମସ୍ତ ଅଧ୍ୟାପିକା, ଅଧ୍ୟାପକ ଓ କର୍ମଚାରୀ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories