କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଉଦଯାପିତ

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଉଦଯାପିତ ହୋଇଛି। ଖରମୁଣ୍ଡା କ୍ଲଷ୍ଟରରେ ଏହା ଶେଷ ହୋଇଯାଇଛି। ପାହାର୍ଶ୍ରିଗୀଡା, ସିଂହପାଲି, ବୁଗୁବୁଗl, ଚକୁଲିଫlର୍ମ, ପତ୍ରାପlଳି, ହିର୍ଲିପାଲି, ଜହ୍ନାପଡ଼ା, ଛନ୍ଦପାଲି, ଗରତିଆଟିକ୍ରା, ଲହଣ୍ଡା, ଝିଲିମିଣ୍ଡା, ଅତାବିରା, ଲରମ୍ଭl ଓ ଖରମୁଣ୍ଡା ଆଦି ବ୍ଲକର ୧୪ଟି କ୍ଲଷ୍ଟରରେ ପର୍ଯ୍ୟାୟ କ୍ରମେ କରାଯାଇ ଗତକାଲି ଉଦଯାପିତ ହୋଇଯାଇଛି। ବାରପାହାଡ୍ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଂଗ୍ରାମ କେଶରୀ ପତିଙ୍କ ଅଧ୍ୟକ୍ଷତାରେ ଏହି ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଉକ୍ତ କ୍ଲଷ୍ଟର ଅନ୍ତର୍ଭୁକ୍ତ ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ।

ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ ପ୍ରତିଯୋଗିତା ଗୁଡ଼ିକ କରାଯାଇ ପ୍ରତ୍ୟେକ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ବଛାଯାଇଥିଲା।ଉଦଯାପନୀ ଉତ୍ସବରେ ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ କାର୍ତ୍ତିକ ବାଗ ଓ ତପନ କୁମାର ଦାସ ବରେଣ୍ୟ ଅତିଥି ରୂପେ ଯୋଗ ଦେଇ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ।

Comments are closed.