www.samajalive.in
Tuesday, December 9, 2025
23.1 C
Bhubaneswar

ବୌଦ୍ଧଜିଲା ପାଠାଗାରକୁ କ୍ରିୟାଶୀଳ କରିବାପାଇଁ ପାଠାଗାର ଉନ୍ନତିକରଣ କମିଟି ବୈଠକ

ବୌଦ୍ଧ: ମଙ୍ଗଳବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଜିଲା ପାଠାଗାର ସହିତ ଅଧିକ ସଂଖ୍ୟକ ପାଠକ ପାଠିକା ସାମିଲ ପାଇଁ  ଜିଲା ପାଠାଗାର ଉନ୍ନତିକରଣ କମିଟି ବୈଠକ ଜିଲାପାଳ ସତ୍ୟ ରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ ଭାରପ୍ରାପ୍ତ ସଂସ୍କୃତି ଅଧିକାରୀ ପ୍ରତାପ ଚନ୍ଦ୍ର ପ୍ରଧାନ ଉପସ୍ଥିତ ସଦସ୍ୟ ସଦସ୍ୟାମାନଙ୍କୁ ସ୍ୱାଗତ କରି ବୈଠକର ଆଭିମୁଖ୍ୟ ଉପରେ ସୂଚନା ପ୍ରଦାନ କରିଥିଲେ । ଏହି ବୈଠକରେ ପାଠାଗାର ପାଇଁ ଜିଲାର ବଦାନ୍ୟ ବ୍ୟକ୍ତିବିଶେଷଙ୍କ ଦ୍ୱାରା ପୁସ୍ତକ ଦାନ ପାଇଁ ଜିଲାପାଳ ଶ୍ରୀଯୁକ୍ତ ସାହୁ ଆହ୍ୱାନ ଜଣାଇଥିଲେ ।

ପାଠାଗାର ପରିଚାଳନା ପାଇଁ ବୈଠକରେ ଉପସ୍ଥିତ ସଦସ୍ୟ ସଦସ୍ୟାଙ୍କଠାରୁ ବିଭିନ୍ନ ପ୍ରସ୍ତାବ ନିଆଯାଇଥିଲା । ଜିଲାପାଳଙ୍କ ଉଦ୍ୟମକ୍ରମେ ଅକ୍ଟୋବର ୨ ତାରିଖରେ ଏହି ପାଠାଗାରକୁ ନୂତନ ରୂପ ଦେଇ ଉଦଘାଟନ କରାଯାଇଥିବା ବେଳେ ପାଠାଗାରକୁ କିପରି ଛୋଟ ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ କିପରି ଆକର୍ଷିତ ହୋଇପାରିବେ ବୈଠକରେ ଯୋଜନା ପ୍ରସ୍ତୁତ କରାଯାଇଥିଲା । ସମସ୍ତ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ଯେପରି ପାଠାଗାର ପ୍ରତି ଆକର୍ଷିତ ହୋଇପାରିବେ ଶିକ୍ଷାନୁଷ୍ଠାନର ମୁଖ୍ୟମାନେ ଦାୟିତ୍ୱ ନେବାକୁ ଜିଲାପାଳ ପରାମର୍ଶ ଦେଇଥିଲେ । ସପ୍ତାହକୁ ଅନ୍ତତଃ ଦୁଇଦିନ ବିଭିନ୍ନ ବର୍ଗର ଛାତ୍ରଛାତ୍ରୀଙ୍କ ମଧ୍ୟରେ କୁଇଜ, ବକ୍ତୃତା, ପ୍ରବନ୍ଧ ଲିଖନ, ସଙ୍ଗିତ, କ୍ଷୁଦ୍ର ଗଳ୍ପ କଥନ, ଚିତ୍ରାଙ୍କନ ତଥା ଅନ୍ୟାନ୍ୟ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇ ଛାତ୍ରଛାତ୍ରୀ ମାନଙ୍କ ପାଠାଗାର ପ୍ରତି ଆକର୍ଷଣ ବୃଦ୍ଧି କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।

- Advertisement -

ପାଠାଗାରର ବିକାଶ ପାଇଁ ଜିଲାବାସୀ ସହଯୋଗ କରିବା ସହିତ ଶହେ ଟଙ୍କା ଦେଇ ନିଜେ ପାଠାଗାରର ସଦସ୍ୟ ହେବା ସହିତ ନିଜର ପରିବାର ସଦସ୍ୟ ଓ  ସମସ୍ତ ପରିଚିତ ବ୍ୟକ୍ତିବିଶେଷଙ୍କୁ ଏହି ଅଭିଯାନରେ ସାମିଲ କରିବାକୁ ଜିଲାପାଳ ଶ୍ରୀସାହୁ ଆହ୍ୱାନ ଜଣାଇଛନ୍ତି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ବବିତାରାଣୀ ଦଳବେହେରା, କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲାପରିଷଦ ଅଶ୍ୱିନୀ କୁମାର ମେହେର, ଉପଜିଲାପାଳ ସନତ କୁମାର ନାଏକ, ଜିଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂହ, ବୌଦ୍ଧ କଲେଜ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା, ମହିଳା କଲେଜ ଅଧ୍ୟକ୍ଷ ରବୀନ୍ଦ୍ର ନାଥ ଗୁରୁ, ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ରାଜକିଶୋର ପୃଷ୍ଟି, କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷା ରାଜଲକ୍ଷ୍ମୀ ବିଶ୍ୱାଳ, ଯୋଗୀନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସଂଜୀବ କୁମାର ପ୍ରଧାନ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସତ୍ୟ ନାରାୟଣ ଦେହୁରୀ ଓ ବୌଦ୍ଧ କଲେଜ ଲାଇବ୍ରେରିଆନ ଅଜିତ କୁମାର ମିଶ୍ରଙ୍କ ସମେତ ସଂସ୍କୃତି କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ବୈଠକରେ ଉପସ୍ଥିତ ଥିଲେ ।

Hot this week

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

Related Articles

Popular Categories