ଅକ୍ଷୟ ମହାନ୍ତି
ପୂଜ୍ୟ ପ୍ରଣାମ
ପୂରା ଓଡ଼ିଶାରେ ଖୋକା ଭାଇ ନାମରେ ପରିଚିତ ଓଡ଼ିଆ ଗାୟକ ଅକ୍ଷୟ ମହାନ୍ତି ୧୯୩୬ ଅକ୍ଟୋବର ୧୨ରେ ଜନ୍ମଗ୍ରହଣ କରିଥିଲେ। ଓଡ଼ିଆ ଆଧୁନିକ ତଥା ସୁଗମ ସଙ୍ଗୀତର ଜନ୍ମଦାତା ବୋଲି ମଧ୍ୟ ତାଙ୍କୁ କୁହାଯାଇଥାଏ। ଓଡ଼ିଆ ସଙ୍ଗୀତରେ ସେ ଅନେକ ପରଖ, ନୂଆ ନୂଆ ଶବ୍ଦ ଆଣିଥିଲେ। ସେ ୧୨୯ଟି ଚଳଚ୍ଚିତ୍ରରେ କଣ୍ଠଦାନ କରିଛନ୍ତି, ୯୨ଟି ଚଳଚ୍ଚିତ୍ର ପାଇଁ ଗୀତ ଲେଖିବା ସହ ୭୫ଟି ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦେଶନା ଦେଇଥିଲେ। ଏକାଧାରରେ ସେ ଜଣେ ଜଣେ ଓଡ଼ିଆ ଗାୟକ, ସଙ୍ଗୀତଜ୍ଞ, ଗାଳ୍ପିକ, ଔପନ୍ୟାସିକ ଓ ଭ୍ରମଣ କାହାଣୀ ଲେଖକ ଥିଲେ। ଓଡ଼ିଶାର ଅନେକ ଲୋକକଥା ଓ ଗୀତକୁ ନେଇ ସେ ସଙ୍ଗୀତ ସଂଯୋଜନା କରିଛନ୍ତି। ୨୦୦୨ ନଭେମ୍ବର ୧୭ରେ ଓଡ଼ିଆ ସଙ୍ଗୀତ ଜଗତର ଏହି କିମ୍ବଦନ୍ତୀ ପୁରୁଷ ଆଖି ବୁଜିଥିଲେ।
Comments are closed.