ଭାଇଚାରା ଓ ସମ୍ପ୍ରିତି ଯୋଡିବାର ପ୍ରୟାସ ବାଙ୍କୀ ମହୋତ୍ସବ-୨୦୨୨

ବାଙ୍କୀ ମହୋତ୍ସବର ୩ୟ ସନ୍ଧ୍ୟା

ବାଙ୍କୀ :  ବାଙ୍କୀ ମହୋତ୍ସବର ୩ୟ ସନ୍ଧ୍ୟା ମଙ୍ଗଳବାର ଆନନ୍ଦ ଓ ଉଲ୍ଲାସର ସହିତ ସ୍ୱତନ୍ତ୍ର ଭାବାବେଗ ସୃଷ୍ଟି କରିପାରିଛି। ଦିନରେ ବର୍ଷା ସମ୍ଭାବନାର ଆଶଙ୍କାରେ ରହୁଥିବା ମହୋତ୍ସବ ପ୍ରେମୀ ମାନଙ୍କୁ ମା ଚର୍ଚ୍ଚିକାଙ୍କର ଅପାର କୃପା ଓ କରୁଣା ମହୋତ୍ସବକୁ ଆଗକୁ ନେବାପାଇଁ ଅନୁକୂଳ ହେଉଛି । ୨ଦିନର ସଫଳତାକୁ ସାଉଣ୍ଟି ମହୋତ୍ସବ କମିଟି ପକ୍ଷରୁ ୩ୟ ଦିନର ସମସ୍ତ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଓ ସଫଳ କରିବା ପାଇଁ ପ୍ରତିଷ୍ଠାତା ସଭାପତି ଓ କାର୍ଯ୍ୟକାରୀ ସଭାପତିଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନ ଓ ବାଙ୍କୀବାସୀଙ୍କ ସଶ୍ରଦ୍ଧ ସହଯୋଗ ପାଇଁ ପୂର୍ବତନ ବିଧାୟକ ବାଙ୍କୀ ବାସୀଙ୍କୁ ଶ୍ରେୟ ଦେଇଛନ୍ତି । ଆଜି ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବରେ ଖାଦ୍ୟ ଯୋଗାଣ, ଖାଉଟୀ କଲ୍ୟାଣ ଓ ସମବାୟ ବିଭାଗର ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଯୋଗଦେଇ ମା ଚର୍ଚ୍ଚିକାଙ୍କର ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ବାଙ୍କୀ ମହୋତ୍ସବ ସମଗ୍ର ରାଜ୍ୟକୁ ଦିଗଦର୍ଶନ ଦେଇ କଳା, ସାହିତ୍ୟ ଓ ସଂସ୍କୃତିର ମାଟି, ବହୁ ମୃଦ୍ଧନ୍ୟ ବ୍ୟକ୍ତି, କଳାକାର, ସଂଗୀତକାର, ନୃତ୍ୟ ଶିଳ୍ପୀ, କ୍ରୀଡାବିତ୍, ସମବାୟବିତ୍, ଏବଂ ବହୁ ସମ୍ମାନ ଜନକ ବ୍ୟକ୍ତିତ୍ୱ ସୃଷ୍ଟି କରିଥିବା ବିରାଙ୍ଗନା ରାଣୀ ଶୁକଦେଈଙ୍କର ତେଜସ୍ୱୀ ମାଟିର ପ୍ରତିଫଳନ ବାଙ୍କୀ ମହୋତ୍ସବ ଲୋକ ଲୋଚନକୁ ଆଣିବାରେ ସକ୍ଷମ ହୋଇଥିବା କହିଛନ୍ତି । ବାଙ୍କୀ ମାଟି ଭାଚାରା ଓ ସମ୍ପ୍ରିତି ଯୋଡିବାର ପ୍ରୟାସ ହିଁ ବାଙ୍କୀ ମହୋତ୍ସବ।

prayash

ପ୍ରତିଷ୍ଠାତା ସଭାପତି ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀଙ୍କ ସଭାପତିତ୍ୱରେ ସଞ୍ଚାଳିତ କାର୍ଯ୍ୟକ୍ରମରେ ସନ୍ଦୀପନୀ ଗୁରୁକୁଳ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଆବାହନୀ ସଂଗୀତ ଗାନ କରାଯାଇଥିଲା । ମହୋତ୍ସବ କମିଟିର ଉପସଭାପତି ସନାତନ ବେହେରା ଅତିଥି ପରିଚୟ କରିଥିଲା ବେଳେ ସାଧାରଣ ସମ୍ପାଦକ ଡଃ. ଗଣେଶ୍ୱର ସ୍ୱାଇଁ ଉତ୍ସବରେ ସ୍ୱାଗତ ଭାଷଣ ଦେଇଥିଲେ । ବିଶିଷ୍ଟ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ତଥା ବଡମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର, ସମ୍ମାନିତ ଅତିଥି ଭାବରେ ବାଙ୍କୀ ବିଧାୟକ ତଥା ମହୋତ୍ସବ କମିଟି କାର୍ଯ୍ୟକାରୀ ସଭାପତି ଦେବୀରଞ୍ଜନ ତ୍ରିପାଠୀ, ଜିଲ୍ଲାପରିଷଦ ସଦସ୍ୟ ଆଶିଷ ସାହୁ, ଉପସଭାପତି ଅନନ୍ତ ଦାସ, ମୁଖ୍ୟ ଜିଲ୍ଲା ଉନ୍ନୟନ ତଥା କଟକ ଜିଲ୍ଲାପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଅମ୍ବର କୁମାର କର, ଡମପଡା ବିଡିଓ ଶ୍ୟାମଳ କୁମାର ରାୟ ପ୍ରମୁଖ ଯୋଗଦେଇଥିଲେ। ମୁଖ୍ୟ ବକ୍ତା ଭାବରେ ବିଶିଷ୍ଟ କବି ତଥା ପୂର୍ବତନ ସାଂସଦ ପ୍ରସନ୍ନ ପାଟଶାଣୀ ସାରସ୍ୱତ ସାଧନାର କ୍ଷେତ୍ର ବାଙ୍କୀ ଓ ବାଙ୍କୀ ମହୋତ୍ସବର ଚିନ୍ତନ ସମ୍ପର୍କରେ ଆଲୋକପାତ କରିଥିଲେ। ମଞ୍ଚରେ ଅତିଥି ମାନଙ୍କ ଦ୍ୱାରା ଜୟକୃଷ୍ଣ ରଥଙ୍କ ଲିଖିତ ଆଧ୍ୟାତ୍ମ୍ୟ ରାମାୟଣ ପୁସ୍ତକ ଏବଂ କବୟିତ୍ରୀ ଅମୂଲ୍ୟବାଳା ପଟ୍ଟନାୟକଙ୍କର କବିତା ପୁସ୍ତକ ହୃଦୟର ପାଖୁଡା ଉନ୍ମୋଚିତ ହୋଇଥିଲା। ସେହିପରି ମଞ୍ଚରେ ଧରିତ୍ରୀର ସହ ସଂପାଦକ ତଥା ବାଙ୍କୀ ମାଟିର ପୁଅ ସାମ୍ବାଦିକ ଲାଲା ସୁନିଲ ରଥଙ୍କୁ ମହୋତ୍ସବ ସମ୍ମାନରେ ସମ୍ମାନୀତ କରାଯାଇଛି । ମହୋତ୍ସବର ଅନ୍ୟତମ ଉପସଭାପତି ସୌମେନ୍ଦ୍ର ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ମଞ୍ଚରେ ପର୍ଶୁରାମପୁର, କେନ୍ଦୁପଲ୍ଲୀ, ସାତଖଣ୍ଡ, ପାଣିକୋରଡ ଓ ନୂଆଗାଁ ମହିଳା ଭାଗବତ ଦଳଙ୍କୁ ପ୍ରମାଣପତ୍ର ଓ ଭାଗବତ ଗ୍ରନ୍ଥ ପ୍ରଦାନ କରାଯାଇ ସମ୍ବର୍ଦ୍ଧନା କରାଯାଇଥିଲା।

kalyan agarbati

Comments are closed.