www.samajalive.in
Sunday, December 7, 2025
18.1 C
Bhubaneswar

ବିନିକାରେ ମଡେଲ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଉଚ୍ଛେଦ 

ବିନିକା: ସୁବର୍ଣ୍ଣପୁର ଜିଲା ବିନିକା ସହର ସ୍ଥିତ ନୂଆ ବସଷ୍ଟାଣ୍ଡକୁ ସରକାର ଏକ ଅତ୍ୟାଧୁନିକ ମଡେଲ ବସଷ୍ଟାଣ୍ଡ ନିର୍ମାଣ କରିବାକୁ ନିର୍ଦେଶ ଦେଇଥିଲେ । ଏନେଇ ଗତ କିଛି ମାସ ତଳେ ଏହାର ପରିସରରେ ଥିବା ବେଆଇନ ଜବରଦଖଲ ପ୍ଲଟ ଗୁଡ଼ିକୁ ପ୍ରଶାସନ ପକ୍ଷରୁ ତତ୍ପରତାର ସହିତ ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରିଥିଲେ । ତେବେ ବେଆଇନ ଜବରଦଖଲକାରୀଙ୍କ କବଜାରୁ ମେସିନ ସାହାଯ୍ୟରେ ଏହାର ପରିସରକୁ ହଟାଯିବାର ମାତ୍ର ଦିନ କେଇଟା ପରେ ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ରହିତାଦେଶ ପାଇଁ ଉଚ୍ଛେଦରେ ପ୍ରଶାସନକୁ ପ୍ରତିବନ୍ଧକ ସମସ୍ୟା ସୃଷ୍ଟି ହୋଇଥିଲା ।

ଏପରି ସ୍ଥିତିରେ ଆବେଦନ କ୍ରମେ ମାନ୍ୟବର କୋର୍ଟ ଉକ୍ତ ମୋକଦ୍ଦମାକୁ ବିଚାର କରିବା ପରିପ୍ରେକ୍ଷୀରେ ଆବେଦନକାରୀ କିମ୍ବା ଏହି ମୋକଦ୍ଦମାର ଅପରପକ୍ଷଙ୍କ ଦ୍ଵାରା ଆଜି ପର୍ଯ୍ୟନ୍ତ କୌଣସି ପ୍ରକାର ପୁନଃ ଆବେଦନ ହୋଇ ନଥିବାରୁ ମାନ୍ୟବର କୋର୍ଟ ଉକ୍ତ ମୋକଦ୍ଦମାକୁ ବିଚାର କରି ରାୟ ପ୍ରକାଶ କରିଥିଲେ । ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ଠାରୁ ପ୍ରଶାସନ ଏହାର ପରିସରକୁ ଉଚ୍ଛେଦ ସକାଶେ ପୁନଃ ଆଦେଶ ପାଇବା ପରେ ପ୍ରଶାସନ ଏହାକୁ ଗମ୍ଭୀରତାର ଗ୍ରହଣ କରିବା ସହ ବସଷ୍ଟାଣ୍ଡ ନିର୍ମାଣ ହେବାକୁ ଥିବା ପରିସରକୁ ବେଆଇନ ପ୍ଲଟ ଅକ୍ତିଆର କରିଥିବା ସ୍ଥାନକୁ ଏକ ପ୍ଲାଟୁନ ପୁଲିସ ଫୋର୍ସ ଉପସ୍ଥିତିରେ ପୁନର୍ବାର ଉଚ୍ଛେଦ ଆରମ୍ଭ କରିଛି ।

- Advertisement -

ଏନେଇ ସୋମବାର ସକାଳୁ ବିନିକା ତହସିଲଦାର ମୁକ୍ତେଶ୍ଵର ପାଣିଗ୍ରାହୀଙ୍କ ସହ ଥାନା ଅଧିକାରୀ ପବିତ୍ର କୁମାର ସାହୁ ଏବଂ ବିନିକା ବିଜ୍ଞାପିତ ପରିଷଦର ନିର୍ବାହୀ ଅଧିକାରୀ ଶ୍ରୀକୁମାର ରଥଙ୍କ ସମେତ ବିନିକା ତହସିଲ କାର୍ଯ୍ୟାଳୟର ରାଜସ୍ବ ପରିଦର୍ଶକ ନୀଳମଣି କୁଅଁର, ବିନିକା ସଦର ରାଜସ୍ବ ସର୍କଲ ଇନ୍ସପେକ୍ଟର ବସନ୍ତ କୁମାର ବରିହା, ତହସିଲ କାର୍ଯ୍ୟାଳୟର ଅମିନ ବୈକୁଣ୍ଠନାଥ ରାଉତ ଓ ବିନିକା ଏନଏସି କର୍ମଚାରୀ ମାନେ ଉପସ୍ଥିତ ରହି ନିର୍ମାଣ ପାଇଁ ପୂର୍ବରୁ ବେଆଇନ ଜବରଦଖଲାରେ ପ୍ରତିବନ୍ଧକ ସାଜିଥିବା ସ୍ଥାନରେ ଜଗିରହି ଉଚ୍ଛେଦ ପ୍ରକ୍ରିୟା କାର୍ଯ୍ୟରେ ସହଯୋଗ କରିଥିଲେ।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories