ଦ୍ୱିଦିବସୀୟ ବାସ୍କେଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ସମ୍ବଲପୁର: ସମ୍ବଲପୁରର ଫ୍ରା. ଜନ ୱିଲିୟମ ମିଞ୍ଜ ବାସ୍କେଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜକ କମିଟି ତରଫରୁ ୨ ଦିବସୀୟ ଚାମ୍ପିୟନସିପ ଆୟୋଜିତ ହୋଇଯାଇଛି । ଶନିବାର ଓ ରବିବାର ୨ ଦିନ ଧରି ସ୍ଥାନୀୟ ସେନ୍ଟ ଜନ ସ୍କୁଲର ବାସ୍କେଟବଲ ଖେଳ ପଡିଆ ଠାରେ ଆୟୋଜିତ ହୋଇଥିଲା । ଏଥିରେ ରାଉରକେଲାର ପାଉଲିନ କ୍ଲବ, ବୁର୍ଲା ଭୀମସାର, ସମ୍ବଲପୁର ଏଲିଟି, ବିକାଶ ସ୍କୁଲ, କ୍ଷିଷ୍ଟଜ୍ୟୋତି ମହାବିଦ୍ୟାଳୟ, ଜ୍ୟୋତି ଭବନ, ଦିବ୍ୟଜ୍ୟୋତି, ବୈଦିକ ସ୍କୁଲ, ଭିଆନୀ କ୍ଲବ, ଜୋସେଫାଇଟ ଜୋର୍ଡାନ, କେନ୍ଦ୍ରପଡାର ଜିରୋ ଷ୍ଟିକ, ଝାରଖଣ୍ଡର ଚାଇବାସ ଦଳ, ରାଞ୍ଚର ବ୍ଲାକ ମାମ୍ବା, ଭୁବନେଶ୍ୱରର ଟାଇମ ଗୁରୁକୁଲ ସମେତ ସମୁଦାୟ ୧୫ଟି ଦଳ ସାମିଲ ହୋଇଥିଲେ ।

prayash

ସମ୍ବଲପୁରରେ କ୍ରୀଡାକୁ ପ୍ରୋତ୍ସାହିତ କରିବା ନିମନ୍ତେ ଆୟୋଜିତ ଏହି ପ୍ରତିଯୋଗୀତାର ଦ୍ୱିତୀୟ ଦିବସରେ ସମୁଦାୟ ୮ଟି ପ୍ରତିଯୋଗୀତ ହୋଇଥିଲା । ଫାଇନାଲ ମ୍ୟାଚ କେନ୍ଦ୍ରାପଡାର ଜିରୋ ଷ୍ଟିକ୍ସ ଓ ସମ୍ବଲପୁରର ଜୋସେଫାଇଟ ଜୋର୍ଡାନ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିରୋ ଷ୍ଟିକ ୮୪ – ୬୧ ପଏନ୍ଟରେ ଜୋସେଫାଇଟ ଜୋର୍ଡାନ ଦଳକୁ ହରାଇ ଚଳିତ ବର୍ଷର ଚାମ୍ପିୟନ ହୋଇଥିଲା । ଅମ୍ପାୟାର ରୂପେ ରାଜେନ୍ଦ୍ର କୁମାର ବେହେରା, ଫିରୋଜ ବାରୱା, ରଞ୍ଜିତ ନାୟକ, ଦେବବ୍ରତ ବିଶ୍ୱାଳ ଓ କମେଣ୍ଟ୍ରି ମୋସେସ ଗୁରିଆ ଦାୟିତ୍ୱ ତୁଲାଇ ଥିଲେ । ଉଦଯାପନୀ ଉତ୍ସବରେ ଉତ୍ତରାଞ୍ଚଳ ପୁଲିସ ରେଞ୍ଜ ଡିଆଇଜି ଡ. ଦୀପକ କୁମାର ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଜିରୋ ଷ୍ଟିକ ଦଳକୁ ପ୍ରଥମ ପୁରସ୍କାର ନଗଦ ୧୨ ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରି ସମ୍ମାନୀତ କରିଥିଲେ ।

ଦ୍ୱିତୀୟ ପୁରସ୍କାର ଜୋସେଫାଇଟ ଜୋର୍ଡାନ ଦଳକୁ ୮ ହଜାର ଟଙ୍କା ଓ ଟ୍ରଫି, ତୃତୀୟ ପୁରସ୍କାର ଝାରଖଣ୍ଡ ଚାଇବାସ ଦଳକୁ ୫ ହଜାର ଟଙ୍କା ଓ ଟ୍ରଫି ଏବଂ ଚତୁର୍ଥ ପୁରସ୍କାର ରାଞ୍ଚର ବ୍ଲାକ ମାମ୍ବା ଦଳରୁ ୨ ହଜାର ଓ ଗୋଟିଏ ବାସ୍କେଟ ବଲ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା । ସେହିଭଳି ସର୍ବାଧିକ ସ୍କୋରର ପୁରସ୍କାର କେନ୍ଦ୍ରାପଡାର ପ୍ରଶାନ୍ତ ଓ ମ୍ୟାନ ଅଫ ଦି ଟୁର୍ଣ୍ଣାମେଣ୍ଟ ଝାରଖଣ୍ଡ ଦଳର ମଧୁ ଏସ. ପୁର୍ତ୍ତିଙ୍କୁ ପ୍ରଦାନ କରାଯାଇଥିଲା । ଉଦଯାପନୀ ଉତ୍ସବରେ ସମ୍ମାନିତ ଅତିଥି ରୂପେ ଜୁଲିୟସ ଲାକ୍ରା ଓ ଉରସେଲା ମିଞ୍ଜ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅନୀଲ କୁଜୁର, ଜେରୋମ କେରକେଟା, ଚାର୍ଲି ସାୟପ୍ରିୟନ ଟପ୍ନୋ, ସଞ୍ଜୟ ମିଞ୍ଜ, ଦିଲ୍ଲୀପ ଡୁଙ୍ଗଡୁଙ୍ଗ, ଜୋସେଫ କୁଜୁର, ମାରିୟାନୁସ ବିଲୁଙ୍ଗ, ସୁରେଶ କେରକେଟା, ଉୁର୍ବାନୁସ ଓ ସସ୍ମିତା ପଟ୍ଟନାୟକ ପ୍ରମୁଖ ଅତିଥି ମାନଙ୍କ ସହିତ ଉପସ୍ଥିତ ରହିଥିଲେ ।

kalyan agarbati

Comments are closed.