ସୋମବାର ରାଶିଫଳ (୧୦/୧୦/୨୦୨୨) ଧର୍ମ ଅଧ୍ୟାତ୍ମନିଉଜ ଆଲର୍ଟରାଶିଫଳ By samajalive Last updated Oct 10, 2022 Share ମେଷ : ଶ୍ରେଷ୍ଠାସନରେ ଅଧିଷ୍ଠିତ ହୋଇପାରନ୍ତି। ଉତ୍ତମ ଗୁଣର ଅଧିକାରୀ ହେବେ। ନୀତିନିଷ୍ଠ ହେବେ। ବିନୀତ ସ୍ବଭାବସମ୍ପନ୍ନ ହୋଇପାରନ୍ତି। ଗ୍ରାମ ଓ ଦଳ ମଧ୍ୟରେ ଭେଦନୀତିର କାରଣ ହେବେ। ବହୁ ବ୍ୟୟ ଘଟିପାରେ। ବୃଷ : ସମାର୍ଥ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ଧନାଗମର ସୂଚନା ମିଳୁଛି। ଯାନବାହନ ସୁଖ ମିଳିବ। ସରକାରୀ ସ୍ତରରୁ ଧନ ପ୍ରାପ୍ତ ହୋଇପାରନ୍ତି। ଧର୍ମକ୍ରିୟାରତ ହେବେ। କାର୍ଯ୍ୟରେ ସଫଳତା ମିଳବ। ମିଥୁନ : ରାଜନୀତି କ୍ଷେତ୍ରରେ ପାରଙ୍ଗମ ହେବେ। ଉତ୍ତମ ରମଣୀଯୁକ୍ତ ହେବେ। ପୁତ୍ର ପ୍ରାପ୍ତିର ସୂଚନା ମିଳୁଛି। ଯଶସ୍ବୀ ହେବେ। ସର୍ବତ୍ର ବିଜୟୀ ହେବେ। ସରକାରୀ ଅର୍ଥ ମିଳିପାରେ। ବହୁବିଧ ଧନର ଅଧିକାରୀ ହେବେ। କର୍କଟ : ସରକାରୀ ପରାମର୍ଶଦାତା ହୋଇପାରନ୍ତି। ସ୍ବୀକୃତିସମ୍ପନ୍ନ ହେବେ। ସକଳ ଶାସ୍ତ୍ରଜ୍ଞାତା ଓ ବ୍ରତକର୍ତ୍ତା ହୋଇପାରନ୍ତି। ଦେବ, ଦ୍ବିଜ ପରାୟଣ ହେବେ। ଧନବାନ୍ ହୋଇପାରନ୍ତି। ମହିଳା ଗୋଷ୍ଠୀର ନେତୃତ୍ବ ନେବେ। ସିଂହ : ଅଜାତ ଶତ୍ରୁ ହେବେ। ଧନ ଭୋଗର ସୂଚନା ମିଳୁଛି। ଐଶ୍ବର୍ଯ୍ୟ ପ୍ରାପ୍ତିର ସୁଯୋଗ ଅଛି। ତେଜୀୟାନ୍ ହେବେ। ବନ୍ଧୁ ବିପଦରେ ଥିବାର ଖବର ମିଳିପାରେ। ବାହୁରେ ପୀଡ଼ା ଉପୁଜିବାର ସମ୍ଭାବନା ଅଛି। କନ୍ୟା : ସେବାଶ୍ରମର ପୃଷ୍ଠପୋଷକ ହୋଇପାରନ୍ତି। ଅବିବାହିତଙ୍କର ମନୋରମା କନ୍ୟା ସହିତ ବିବାହ ସ୍ଥିର ହୋଇପାରେ। ସ୍ବର୍ଣ୍ଣାଦି ମୂଲ୍ୟବାନ୍ ବସ୍ତୁ ପ୍ରାପ୍ତି ହୋଇପାରେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। Related Posts ବାଇକ ଦୁର୍ଘଟଣାରେ ଜଣେ ମୃତ, ରାସ୍ତାରୋକ Jan 12, 2025 ଭୟଙ୍କର ହେଉଛି ଜଙ୍ଗଲ ନିଆଁ : ୧୬ରେ… Jan 12, 2025 ତୁଳା : ମନ ପ୍ରସନ୍ନ ରହିବ। ଶତ୍ରୁ ଉପଦ୍ରବ ଦମନ କରିବାରେ ପାରଙ୍ଗମ ହେବେ। କୃଷି କର୍ମରୁ ଲାଭ ମିଳିପାରେ। ଗୃହ ପରିବେଶ ଉତ୍ତମ ମାନର ହେବ। ଯାନବାହନ ସୁଖ ମିଳିବ। ବିଛା : ବୃହତ୍ ପରିବାରର ପୋଷକ ହୋଇପାରନ୍ତି। ପୂଜନୀୟ ହେବେ। ଯାନବାହନ ସୁଖ ମିଳିପାରେ। ପରାକ୍ରମଶାଳୀ ହୋଇପାରନ୍ତି। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଧନୁ : ବୁଦ୍ଧିମାନ୍ ହେବେ। ଯାନବାହନ କ୍ରୟ ଯୋଗ ଅଛି। ବିଭିନ୍ନ ସୂତ୍ରରୁ ଧନ ପ୍ରାପ୍ତିର ସୂଚନା ମିଳୁଛି। ସରକାରୀ ମାନ୍ୟତା ମିଳିବ। ପୁତ୍ର ସୁଖ ମିଳିପାରେ। ଆଭୂଷଣ ପ୍ରାପ୍ତିର ସୂଚନା ମିଳୁଛି। ପରୋପକାରୀ ହେବେ। ମକର : ଧର୍ମାସକ୍ତ ହୋଇପାରନ୍ତି। ମତିମାନ୍ ହେବେ। ପୁତ୍ର ଓ ମିତ୍ରଙ୍କ ପାଇଁ ସୁଖ ଭୋଗ କରିବେ। ମାତୃବର୍ଗ ସହ ବିଷମ ଭାବାପନ୍ନ ହୋଇପାରନ୍ତି। ସର୍ବତ୍ର ବିଜୟୀ ହେବେ। ନିର୍ବାଚନରେ ବିଜୟୀ ହୋଇପାରନ୍ତି। କୁମ୍ଭ : ଶ୍ରେଷ୍ଠାସନରେ ଗାଦିନସୀନ ହୋଇପାରନ୍ତି। ତେଜୀୟାନ୍ ହେବେ। ଧର୍ମମତି ସମ୍ପନ୍ନ ହେବେ। ଜନବଲ୍ଲଭ ଭାବେ ସାମାଜିକ ସ୍ତରରେ ନିଜର ପରିଚୟ ସୃଷ୍ଟି କରିବେ। ପୁତ୍ରବତ୍ ଧନର ଅଧିକାରୀ ହେବେ। ମୀନ : ଧନବାନ୍ ହେବେ। ଅପାର ଗୁଣର ଅଧିକାରୀ ହୋଇପାରନ୍ତି। ରୋଜଗାର ଊଣା ହେବ ନାହିଁ। କୀର୍ତ୍ତିମାନ୍ ହେବେ। ଯେ କୌଣସି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ କରନ୍ତୁ ନା କାହିଁକି; ଅନୁଗତ ଓ ଅଧସ୍ତନଙ୍କ ଅପୂର୍ବ ସହଯୋଗ ମିଳିବ। Share FacebookTwitterWhatsApp
Comments are closed.