ସତ୍ୟବାଦୀରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୫ତମ ଜୟନ୍ତୀ ଉତ୍ସବ ପାଳିତ

ସାକ୍ଷୀଗୋପାଳ: ଆଜି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୫ତମ ଜୟନ୍ତୀ ଉତ୍ସବ l ଏହି ଉତ୍ସବ ଉତ୍କଳମଣିଙ୍କ କର୍ମପୀଠ ସତ୍ୟବାଦୀ ଅଞ୍ଚଳରେ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି l ପ୍ରଶାସନିକ ଅଧିକାରୀ , ରାଜନେତା, ସ୍ବେଚ୍ଛାସେବୀ ସଂଗଠନ, ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ଏହି ଅବସରରେ ପଞ୍ଚସଖା  ସମାଧି ପୀଠ, ସାକ୍ଷୀଗୋପାଳ ମନ୍ଦିର ସିଂହଦ୍ୱାର ସମ୍ମୁଖସ୍ଥ ଉତ୍କଳ ମଣିଙ୍କ ପ୍ରତିମୂର୍ତ୍ତି, ସାକ୍ଷୀଗୋପାଳ ବସଷ୍ଟାଣ୍ଡସ୍ଥିତ ପଞ୍ଚସଖାଙ୍କ ପ୍ରତିମୂର୍ତ୍ତି, କର୍ମପୀଠ କାଦୁଆ ଆଶ୍ରମ ଓ ଉତ୍କଳମଣିଙ୍କ ଜନ୍ମପୀଠ ସୁଆଣ୍ଡୋ ଠାରେ ଉତ୍କଳମଣିଙ୍କ ସମାଧି ପୀଠ ଓ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l

ପ୍ରଶାସନ ତରଫରୁ ସତ୍ୟବାଦୀ ତହସିଲଦାର ଜୟନ୍ତ  କୁମାର ଜୟ ସିଂ ଓ ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ଅରକ୍ଷିତ ପ୍ରଧାନଙ୍କ ସମେତ ଅନ୍ୟାନ୍ୟ ସରକାରୀ ଅଧିକାରୀ ମାନେ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ l  ଭାରତୀୟ ଜନତା ପାର୍ଟି ତରଫରୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଓମ ପ୍ରକାଶ ମିଶ୍ର, ଜିଲ୍ଲା ପରିଷଦ ସଭ୍ୟ ରତିକାନ୍ତ ମିଶ୍ର, ଶ୍ରୀଧର ବିଶ୍ୱାଳ,ଉମେଶ ଚନ୍ଦ୍ର ପ୍ରଧାନ, ସୁରେନ୍ଦ୍ର ପ୍ରଧାନ, ଜାନକୀ ବଲ୍ଲଭ ବରାଳ, ରଞ୍ଜନ କୁମାର ବରାଳ, ସୁବାସ ଚନ୍ଦ୍ର ଜେନାଙ୍କ ସମେତ ଶତାଧିକ ଦଳୀୟ ନେତା ଓ ସମର୍ଥକ ଯୋଗ ଦେଇଥିଲେ l

prayash

ସତ୍ୟବାଦୀ ବିକାଶ ପରିଷଦ ତରଫରୁ ସଭାପତି ଗୁଣ୍ଡିଚା ବରାଳ, ବିଶ୍ୱଜିତ ଦାସ, ହୃଷିକେଶ ମିଶ୍ର, ଅମର ନନ୍ଦ, ସତ୍ୟବାଦୀ ଦାସ, ସୁଶାନ୍ତ କୁମାର ରଥ, ପ୍ରଶାନ୍ତ କୁମାର ନାୟକ, ଅମର ନନ୍ଦ ଓ ଉତ୍କଳମଣିଙ୍କ ଅଣ ନାତୁଣୀ ଜୟଶ୍ରୀ ମହାପାତ୍ର ପ୍ରମୁଖ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l

ଉତ୍କଳମଣିଙ୍କ କର୍ମପିତ କାଦୁଆ ଆଶ୍ରମରେ କର୍ମଚାରୀ ଜଗନ୍ନାଥ ବାରିକ, ସୂର୍ଯ୍ୟ ନାରାୟଣ ଦାସ, ମନମୋହନ ମୁଦୁଲି ଓ ସାକ୍ଷୀଗୋପାଳ ସମାଜ ପ୍ରତିନିଧି ଅଭିଷେକ ବେହେରାଙ୍କ ସମେତ ଅନ୍ୟମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l

ସତ୍ୟବାଦୀ ବ୍ଲକ କଂଗ୍ରେସ କମିଟି ତରଫରୁ ପଞ୍ଚସଖାଙ୍କ ସମାଧି ପୀଠ ପରିସରରେ ଏକ ସର୍ବଧର୍ମ  ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା l

 

kalyan agarbati

Comments are closed.