ଇନ୍ଟେକ୍ ବଲାଙ୍ଗିର ପକ୍ଷରୁ ଜିଲାସ୍ତରୀୟ ଐତିହ୍ୟ କୁଇଜ୍
ବଲାଙ୍ଗିର: ପୂର୍ବରୁ ଇନ୍ଟେକ୍ ବଲାଙ୍ଗିର ପକ୍ଷରୁ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜିଲାସ୍ତରୀୟ ଐତିହ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ୧୦ଟି ଗୋଷ୍ଠୀ (୨୦ଜଣ ଛାତ୍ରଛାତ୍ରୀ ଚୟନ) ଦ୍ୱିତୀୟ ପର୍ଯ୍ୟାୟ ତଥା ମୌଖିକ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିଲେ । ବଲାଙ୍ଗିର ଶାଖାର ଆବାହକ ଡ.ଶିବପ୍ରସାଦ ନନ୍ଦଙ୍କ ପରିଚାଳନାରେ ମୌଖିକ କୁଇଜ୍ ପ୍ରତିଯୋଗିତା କରାଯାଇଥିଲା । ପଥରଚେପା ସ୍ଥିତ ବଲାଙ୍ଗିର ଆଦର୍ଶ ବିଦ୍ୟାଳୟର ଛାତ୍ର ଅଞ୍ଜନେୟ କର ଓ ରାହୁଲ ରଞ୍ଜନ କର୍ମୀଙ୍କ ଦଳ ପ୍ରଥମ, ଦ୍ୱିତୀୟ ହୋଇଥିଲେ ସେହି ଆଦର୍ଶ ବିଦ୍ୟାଳୟର ଛାତ୍ର ଶିବଜ୍ୟୋତି ବାରିକ, ଅନ୍ୱେଷା ହୋତାଙ୍କ ଦଳ ।
ଶେଷରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ଇନ୍ଟେକ୍ ବଲାଙ୍ଗିର ଶାଖାର ଉପଦେଷ୍ଟା ପ୍ରଫେସର ମଧୁସୂଦନ ପତି କୃତୀ ପ୍ରତିଯୋଗୀଙ୍କୁ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ଏହି ସଭାକୁ ଇନ୍ଟେକ୍ ବଲାଙ୍ଗିରର ଅତିରିକ୍ତ ସହ ଆବାହକ ଶଶିଭୂଷଣ ପୁରୋହିତ ସଂଯୋଜନା କରିଥିବା ବେଳେ ସଭାପତିତ୍ୱ କରିଥିଲେ ଡ.ଶିବପ୍ରସାଦ ନନ୍ଦ, ଇନ୍ଟେକ୍ର ସଭ୍ୟ ଧର୍ମବ୍ରତ ରଥ, ରିଙ୍କୁ ପାତ୍ର, ବୀରେନ୍ଦ୍ର ବନଛୋର, ସୁରେଶ ଯାଦବ, ଅସିତ ଷଡଙ୍ଗୀ, ପତିତପାବନ ବିଦ୍ୟାଳୟର ପ୍ରଧାନଶିକ୍ଷକ ସିନୁସୁନ୍ଦର ପାଢୀ ସହଯୋଗ କରିଥିଲେ । ଏହି ପ୍ରତିଯୋଗିତାର ଉନ୍ନୀତ ପ୍ରଥମ ଦଳ ଆସନ୍ତା ଅକ୍ଟୋବର ୧୬ ତାରିଖରେ ଭୁବନେଶ୍ୱରରେ ହେବାକୁ ଥିବା ରାଜ୍ୟସ୍ତରୀୟ ଐତିହ କୁଇଜ୍ ପ୍ରତିଯୋଗିତାରେ ଭାଗ ନେବେ ବୋଲି ଜଣାପଡିଛି ।
Comments are closed.