ଝାଡ଼ଖଣ୍ଡରେ ସର୍ବାଧିକ ନାବାଳିକା ବିବାହ

ରାଞ୍ଚି: ଡାହାଣୀ ସନ୍ଦେହରେ ହତ୍ୟାକୁ ନେଇ ଚର୍ଚ୍ଚାରେ ରହି ଆସୁଥିବା ଝାଡ଼ଖଣ୍ଡ ନାବାଳିକା ବିବାହ କ୍ଷେତ୍ରରେ ମଧ୍ୟ ଦେଶରେ ସବୁଠାରୁ ଆଗରେ ରହିଥିବା କେନ୍ଦ୍ର ଗୃହ ମନ୍ତ୍ରଣାଳୟ ତରଫରୁ ଜାରି ଏକ ରିପୋର୍ଟରୁ ଜଣାପଡ଼ିଛି।

prayash

ନାବାଳିକା ବିବାହକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ତରଫରୁ ଏକ ସର୍ଭେ କରାଯାଇଥିଲା। ୧୮ ବର୍ଷରୁ କମ୍‌ ବୟସରେ ବିବାହ କରୁଥିବା ଯୁବତୀଙ୍କ ଜାତୀୟ ହାର ୧.୯% ରହିଥିବା ବେଳେ ଝାଡ଼ଖଣ୍ଡରେ ଏହା ୫.୮ ରହିଥିବା ଜଣାପଡ଼ିଛି। କେରଳରେ ନାବାଳିକା ବିବାହ ପ୍ରାୟତଃ ଦୃଷ୍ଟିଗୋଚର ହେଉନଥିବା ବେଳେ ଝାଡ଼ଖଣ୍ଡର ଗ୍ରାମାଞ୍ଚଳରେ ନାବାଳିକା ବିବାହ ହାର ୭.୩% ରହିଥିବା ବେଳେ ସହରାଞ୍ଚଳରେ ଏହି ହାର ୩% ରହିଛି। ୨୦୨୦ରେ ଏହି ସର୍ଭେ କରାଯାଇଥିଲା।

ସେହିପରି ୨୧ ବର୍ଷ ହେବା ପୂର୍ବରୁ ପଶ୍ଚିମବଙ୍ଗରେ ୫୪.୯% ଯୁବତୀଙ୍କ ବିବାହ କରାଯାଉଥିବା ବେଳେ ଏହି କ୍ଷେତ୍ରରେ ଝାଡ଼ଖଣ୍ଡରେ ଏହା ୫୪.୬% ବୋଲି ଜଣାପଡ଼ିଛି। ଏକ୍ଷେତ୍ରରେ ଜାତୀୟ ହାର ୨୯.୫% ରହିଛି। ଡାହାଣୀ ସନ୍ଦେହରେ ୨୦୧୫ରେ ୩୨, ୨୦୧୬ରେ ୨୭, ୨୦୧୭ରେ ୧୯, ୨୦୧୮ରେ ୧୮, ୨୦୧୯ ଓ ୨୦୨୦ରେ ୧୫ଜଣଙ୍କୁ ହତ୍ୟା କରାଯାଇଥିବା ରିପୋର୍ଟରେ ଦର୍ଶାଯାଇଛି।

kalyan agarbati

Comments are closed.