www.samajalive.in
Sunday, December 7, 2025
26.1 C
Bhubaneswar

କଫ ସିରପକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଚେତାବନୀ; କାଶ ଔଷଧ ଖାଇବା ଯୋଗୁ ଯାଇଛି ୬୬ ଶିଶୁଙ୍କ ଜୀବନ

ନୂଆଦିଲ୍ଲୀ: କଫ ସିରପକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏକ ବଡ଼ ଖୁଲାସା କରିଛି । କଫ ସିରପ ବ୍ୟବହାର କରିବା ଦ୍ୱାରା ୬୬ଜଣ ପିଲାଙ୍କ ମୃତ୍ୟୁ ହୋଇଥିବା କହିଛି ଡବ୍ଲୁଏଚଓ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସୂଚନା ଅନୁଯାୟୀ, ପଶ୍ଚିମ ଆଫ୍ରିକୀୟ ଦେଶ ଗାମ୍ବିଆରେ ଏକ ଭାରତୀୟ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଦ୍ବାରା ଏକ କଫ ସିରପ ପ୍ରସ୍ତୁତ କରାଯାଇଥିଲା । ଯାହାକୁ ପିଲା ମାନେ ସେବନ କରିବା ଦ୍ୱାରା ସେମାନଙ୍କର ମୃତ୍ୟୁ ହୋଇଛି । ଆଗକୁ ଏହି କଫ ସିରପ ବ୍ୟବହାର ନକରିବାକୁ ଡବ୍ଲୁଏଚଓ ଚେତାବନୀ ଦେଇଛି । ତାହା ସହ ଏହି ଘଟଣା ସମ୍ପର୍କରେ ଅଧିକ ତଦନ୍ତ ପାଇଁ ଦିଲ୍ଲୀର ସେଣ୍ଟ୍ରାଲ୍ ଡ୍ରଗ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନକୁ ନିର୍ଦ୍ଦେଶ ଦିଆଯାଇଛି ।

ଦିଆଯାଇଥିବା ସୂଚନା ଅନୁସାରେ, ଏହି କଫ ସିରପକୁ ହରିୟାଣାର ଏକ କମ୍ପାନୀ ପ୍ରସ୍ତୁତ କରୁଥିଲା । ବୁଧବାର ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ, ପ୍ରସ୍ତୁତ ହୋଇଥିବା ଡାଏଥାଇଲନ୍ ଗ୍ଲାଇକଲ୍ ଏବଂ ଇଥିଲିନ୍ ଗ୍ଲାଇକଲ୍ କାଶ ଔଷଧ ମଣିଷ ପାଇଁ ବିଷ ସଦୃଶ । ଏହାକୁ ନେଇ ଡବ୍ଲୁଏଚଓ ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଡାନୋମ୍ ଗେବ୍ରେଏସସ୍ ମଧ୍ୟ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି ।

- Advertisement -

ସେ କହିଛନ୍ତି, ଏହି ସିରପ ଖାଇବା ଦ୍ୱାରା ପିଲାମାନଙ୍କ କିଡନୀ ନଷ୍ଟ ହୋଇଯାଇଥିଲା । ଏ ସମ୍ପର୍କରେ ଅନୁସନ୍ଧାନ କରାଯାଉଛି । ପିଲାମାନଙ୍କର ମୃତ୍ୟୁର କାରଣ କାଶ ଔଷଧ ବୋଲି ଜଣାପଡ଼ିଛି । ଅନ୍ୟ ଦେଶ ମାନଙ୍କୁ ମଧ୍ୟ ଏନେଇ ଚେତାବନୀ ଦିଆଯାଇଛି ।

କଫ ସିରପକୁ ବଜାରରୁ ହଟାଇବାକୁ ଚେତାବନୀ ଦେଇଛି ଡବ୍ଲୁଏଚଓ । ତାହା ସହ କେନ୍ଦ୍ରୀୟ ଡ୍ରଗ୍ ମାନକ ନିୟନ୍ତ୍ରଣ ସଂଗଠନକୁ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଜାରି କରାଯାଇଥିବା ଡବ୍ଲୁଏଚଓ କହିଛି ।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories