www.samajalive.in
Monday, December 8, 2025
16.1 C
Bhubaneswar

ଅଡୁଆରେ ଅକ୍ଷୟ; ଯୁବତୀ ଆଣିଲେ ଶାରୀରିକ ଶୋଷଣ ଅଭିଯୋଗ

ଭୁବନେଶ୍ୱର: ଅଡ଼ୁଆରେ ପ୍ରଯୋଜକ ଅକ୍ଷୟ ପରିଜା । ପ୍ରଯୋଜକ ଅକ୍ଷୟ ପରିଜାଙ୍କ ନାଁରେ ଏକ ସାଂଘାତିକ ଅଭିଯୋଗ ଆସିଛି । ଅଭିନେତ୍ରୀ କରାଇଦେବା ନାଁରେ ଅକ୍ଷୟ ଯୌନ ନିର୍ଯାତନା ଦେଉଥିବା ଏକ ଅଭିଯୋଗ ହୋଇଥିବା ବେଳେ ପ୍ରଯୋଜକଙ୍କ ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଘଟଣାକୁ ନେଇ ଓଲିଉଡରେ ପୁଣି ଆରମ୍ଭ ହୋଇଛି କମ୍ପନ । କାରଣ ପୂର୍ବରୁ ଓଲିଉଡରେ କାଷ୍ଟିଂକାଉଚ ଓ ଯୌନ ଶୋଷଣ ପରି ଅଭିଯୋଗ ଆସିଛି ।

ଆଉ ମାତ୍ର କିଛି ଦିନର ବ୍ୟବଧାନ ପରେ ପୁଣି ପ୍ରଯୋଜକ ଅକ୍ଷୟ ପରିଜାଙ୍କ ଏହି ଭିଡିଓ ସମସ୍ତଙ୍କୁ ସ୍ତବ୍ଧ କରିଛି । ବରିଷ୍ଠ ଫିଲ୍ମ ପ୍ରଯୋଜକ ତଥା କଞ୍ଚାଲଙ୍କା ଓଟିଟି ପ୍ଲାଟଫର୍ମର ମୁଖ୍ୟ ହେଉଛନ୍ତି ଅକ୍ଷୟ ପରିଜା । ତାଙ୍କ ନାଁରେ ଜଣେ ଯୁବତୀ ଅଭିଯୋଗ ଆଣି କହିଛନ୍ତି ଯେ, ବର୍ଷେ ଧରି ଜୋରଜବରଦସ୍ତ ତାଙ୍କ ସହ ପ୍ରଯୋଜକ ଶାରୀରିକ ସମ୍ପର୍କ ରଖିଥିଲେ । ସିନେମା ଓ ବ୍ୟବସାୟରେ ତାଙ୍କୁ କାମ କରିବାର ସୁଯୋଗ ଦିଆଯିବ ବୋଲି କୁହାଯାଇଥିଲା । ହେଲେ ପରେ ତାଙ୍କୁ ଅକ୍ଷୟ ପରିଜା ଯୌନ ଶୋଷଣ କରିଥିଲେ ।

- Advertisement -

ଯୁବତୀଙ୍କ ଅଭିଯୋଗ ପରେ ଫିଲ୍ମ ଜଗତରେ ଏବେ ଚହଳ ପଡିଛି । ଘଟଣାକୁ ନେଇ କିଛି ପ୍ରତିକ୍ରିୟ ମଧ୍ୟ ଶୁଣିବାକୁ ମିଳୁଛି । ଏହା ବାସ୍ତବରେ କାଷ୍ଟିଂ କାଉଚ ନା ବ୍ଲାକ ମେଲିଂ ବୋଲି ସାଧାରଣରେ କୁହାଯାଉଛି । ଅନ୍ୟପଟେ ଯୁବତୀଙ୍କ ଅଭିଯୋଗ ପରେ ପାଲଟା ଅଭିଯୋଗ ଆଣିଛନ୍ତି ପ୍ରଯୋଜକ । ନୟାପଲ୍ଲୀ ଥାନାରେ ଅକ୍ଷୟ ପରିଜା ଅଭିଯୋଗ କରିଛନ୍ତି । ଅଭିଯୋଗରେ ସେ ଦର୍ଶାଇଛନ୍ତି, ଘରକୁ ଖାଇବାକୁ ଡାକି ତାଙ୍କ ସହ ଭିଡିଓ କରାଯାଇଛି । ଭିଡିଓ କରାଯିବା ପରେ ତାଙ୍କୁ ବ୍ଲାକମେଲିଂ କରାଯାଉଥିବା ସେ ଅଭିଯୋଗ କରିଛନ୍ତି । ଭିଡିଓ ବାବଦକୁ ୫କୋଟି ଟଙ୍କା ଦାବି ହୋଇଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି । ଟଙ୍କା ନଦେଲେ ଭିଡିଓ ଭାଇରାଲ କରିବାକୁ କୁହାଯାଇଥିଲା ବୋଲି କହିଛନ୍ତି ପ୍ରଯୋଜକ ଅକ୍ଷୟ ପରିଜା ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories